ଏକାଠି ଭାଲେଣ୍ଟାଇନ୍ ଡେ’ ପାଳିଲେ ପ୍ରିୟଙ୍କା-ନିକ୍, ରୋମାଣ୍ଟିକ୍ ଅନ୍ଦାଜରେ କଲେ ଜବରଦସ୍ତ ଡ୍ୟାନ୍ସ; ଦେଖନ୍ତୁ ଭିଡିଓ

ବଲିଉଡ୍ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ସ୍ୱାମୀ ନିକ୍ ଜୋନସ୍ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଯେକୌଣସି ଉତ୍ସବ ହେଉ ବା ସ୍ପେଶାଲ ଡେ’ ସେମାନେ କିଛି ନା କିଛି ପୋଷ୍ଟ କରିଥାନ୍ତି। ଏଭଳି ସ୍ଥିତିରେ ଭାଲେଣ୍ଟାଇନ୍ ଡେ’ରେ ବା ସେମାନେ କେମିତି ଚୁପ୍ ରହିଥାନ୍ତେ! ଫେବ୍ରୁଆରୀ ୧୪ ଭାଲେଣ୍ଟାଇନ୍ ଡେ’ ଅବସରରେ ମଧ୍ୟ ଏହି ରେମାଣ୍ଟିକ୍ ଯୋଡ଼ି ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଉଭୟେ ପତିପତ୍ନୀ ଖୁବ୍ ମସ୍ତିରେ ‘ଆଖଁ ମାରେ’ ଗୀତରେ ଠୁମ୍କା ଲଗାଉଥିବା ଦେଖାଯାଇଛି।
View this post on Instagram
Pre show dance party with my forever Valentine. @priyankachopra #valentines
ଇଟାଲୀର ମିଲନ୍ ସହରରୁ ପୋଷ୍ଟ କରାଯାଇଥିବା ଏହି ଭିଡିଓ ସହ କ୍ୟାପସନ୍ରେ ନିକ୍ ଲେଖିଛନ୍ତି ‘ମୋ ଭାଲେଣ୍ଟାଇନ୍ ସହ ପ୍ରି ଶୋ’ ଡ୍ୟାନ୍ସ ପାର୍ଟି’। ନିକ୍ ଏହି ପୋଷ୍ଟରେ ପ୍ରିୟଙ୍କାଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି। ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଲକ୍ଷରୁ ଊର୍ଦ୍ଧ୍ୱ ଲାଇକ୍ ଓ ୬ ହଜାର କମେଣ୍ଟ ମିଳିସାରିଲାଣି।
View this post on Instagram
ଅନ୍ୟପଟେ ମିଲନ୍ରେ ନିକ୍ ଜୋନସ୍ଙ୍କ ମ୍ୟୁଜିକ୍ କନ୍ସର୍ଟର ଏକ ଫଟୋ ଇନ୍ଷ୍ଟାଗ୍ରାମ୍ରେ ସେୟାର କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି ‘ସବୁବେଳ ପାଇଁ ମୋ ଭାଲେଣ୍ଟାଇନ୍, ଏହି ଲେଦର ପ୍ୟାଣ୍ଟରେ ସେ ଜିଆଇ ଭଳି ଦିଶୁଛନ୍ତି’। ନିକ୍ ଓ ପ୍ରିୟଙ୍କାଙ୍କ ଏହି ପୋଷ୍ଟକୁ ଫ୍ୟାନ୍ମାନେ ମଧ୍ୟ ଖୁବ୍ ପସନ୍ଦ କରିଥିବା ଦେଖାଯାଇଛି ଓ ତାଙ୍କୁ ଭାଲେଣ୍ଟାଇନ୍ ଡେ’ର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।