Instagram ର ବି କିଙ୍ଗ୍ ହେଲେ କୋହଲି, ଗୋଟିଏ ପୋଷ୍ଟ ପାଇଁ ନେଉଛନ୍ତି ମ୍ୟାଚର ୨୨ ଗୁଣା ଟଙ୍କା

ମୈଦାନରେ ଧୂଆଁଧାର ବ୍ୟାଟିଂ ଆଉ ନିଜ ବିରାଟ ରେକର୍ଡ ପାଇଁ ବେଶ୍ ପରିଚିତ ଟିମ୍ ଇଣ୍ଡିଆ କ୍ୟାପଟେନ୍ କୋହଲି । କେବଳ କ୍ରିକେଟରେ ନୁହେଁ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ୍ କୋହଲି । ଅଧିକାଂଶ ସମୟରେ ସେ ନିଜ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାନ୍ତି । ଯାହା ଫଳରେ ଖୁବ୍ ଲୋକପ୍ରିୟ ହୋଇପାରିଛନ୍ତି ବିରାଟ । କୋହଲିଙ୍କର ଇନଷ୍ଟାଗ୍ରାମରେ ପ୍ରାୟ ୩୬ ମିଲିୟନ୍ ଅର୍ଥାତ୍ ୩.୬ କୋଟି ଫଲୋଅର୍ସ ଅଛନ୍ତି ।

ଏବେ ଏହି ଲୋକପ୍ରିୟତା କୋହଲିଙ୍କୁ ଏକ ଅଲଗା ସ୍ତରକୁ ନେଇ ସାରିଛି । ନିକଟରେ HopperHQ ଦ୍ବାରା ଜାରି ହୋଇଥିବା ଇନଷ୍ଟାଗ୍ରାମ୍ ରିଚ୍ ଲିଷ୍ଟରେ ନିଜ ନାଁ ସାମିଲ୍ କୋହଲି । ଏହି ଲିଷ୍ଟରେ ଖେଳ ଜଗତର ଟପ୍ ୧୦ ଖେଳାଳି ମଧ୍ୟରୁ କୋହଲି ଏକ ମାତ୍ର ଭାରତୀୟ । ଗୋଟିଏ ମ୍ୟାଚର ୨୨ ଗୁଣା ଟଙ୍କା ସେ ଇନଷ୍ଟାଗ୍ରାମର ଗୋଟିଏ ପୋଷ୍ଟ ପାଇଁ ନେଇଥାନ୍ତି । କୋହଲି ଗୋଟିଏ ପୋଷ୍ଟ ପାଇଁ ୧,୯୬,୦୦୦ ଡଲାର୍ ଅର୍ଥାତ୍ ୧.୩୫ କୋଟି ଟଙ୍କା ନେଇଥାନ୍ତି ।

ଏହା ସହ ପଢନ୍ତୁ ହୋଟେଲ୍ ରେ ଦୁଇଟି କଦଳୀ ଅର୍ଡର କଲେ ରାହୁଲ୍ ବୋଷ, ହେଲେ ବିଲ୍ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ସେହିପରି ଇନଷ୍ଟାଗ୍ରାମର ରିଚ୍ ଲିଷ୍ଟରେ ସାମିଲ୍ ହୋଇଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କର ଇନଷ୍ଟାଗ୍ରାମ ଫଲୋଅର୍ସଙ୍କ ସଂଖ୍ୟା ହେଉଛି ୪୩,୦୩୮,୩୪୩ । ଗୋଟିଏ ପୋଷ୍ଟ ପାଇଁ ୨୭୧,୦୦୦ ଡଲାର୍ ଅର୍ଥାତ୍ ୧,୮୬,୯୮,୩୯୦ ଟଙ୍କା ନେଇଥାନ୍ତି । ଏହି ତାଲିକାର ୧୯ତମ ସ୍ଥାନରେ ପ୍ରିୟଙ୍କା ଥିବା ବେଳେ ବିରାଟ ଅଛନ୍ତି ୨୩ ତମ ସ୍ଥାନରେ ।

ଯଦି କେବଳ ଖେଳାଳି ମାନଙ୍କ ତାଲିକା ଦେଖିବା ତେବେ ତାଲିକାର ୯ମ ସ୍ଥାନରେ ଅଛନ୍ତି ବିରାଟ କୋହଲି । ନମ୍ବର ୱାନରେ ଅଛନ୍ତି ପର୍ତ୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ । ତେବେ ଲିଷ୍ଟର ଟପ୍ ତିନିଟି ସ୍ଥାନକୁ କବଜା କରିଛନ୍ତି ଫୁଟବଲ୍ ଖେଳାଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.