ମାଆ ହେଲେ ପ୍ରିୟଙ୍କା ଚୋପ୍ରା, ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦେଲେ ସୂଚନା

ବଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହେଲେ ମାଆ। ଏହା ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏହା ସମ୍ପର୍କରେ ପୋଷ୍ଟ କରିଛନ୍ତି।

କିନ୍ତୁ ଆମେ ଆପଣଙ୍କୁ କହିଦେବାକୁ ଚାହୁଁ ଯେ ପ୍ରିୟଙ୍କା ନିଜେ ପିଲା ଜନ୍ମ କରିନାହାନ୍ତି। ମାନେ ସେ ସରୋଗେସି ଉପାୟରେ ପିଲା ଜନ୍ମ କରିଛନ୍ତି। ପ୍ରିୟଙ୍କା ଚୋପ୍ରା ୨୦୧୮ରେ ଆମେରିକା ସିଙ୍ଗର ନିଜ ଜୋନସ୍‌ ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆପଣ ଜାଣିଥିବେ ପ୍ରିୟଙ୍କା ଚୋପ୍ରା ୨୦୦୦ ମସିହାରେ ମିସ ଓ୍ଵାଲର୍ଡର ଟାଇଟେଲ ଜିତିଥିଲେ।

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏହି ଖୁସିକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତିି। ସେ କହିଛନ୍ତି ଯେ “ସେ ଓ ନିକ୍‌ ସରୋଗେସୀ ଉପାୟରେ ଜନ୍ମ କରିଥିବା ପିଲାକୁ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି। ତେବେ ଏହି ସମୟରେ ଆମେ ଆମ ପ୍ରାଇଭେସି ଉପରେ ମଧ୍ୟ ବେଶି ଗୁରୁତ୍ୱ ଦେଉଛୁ। ଏବେ ଆମେ ଆମର ପୁରା ଧ୍ୟାନ ଆମ ପରିବାର ଉପରେ କେନ୍ଦ୍ରିତ କରିବାକୁ ଚାହୁଁଛୁ।” ହେଲେ ଦୁହେଁ  ଏଯାଏଁ  ପୁଅ ନା ଝିଅ ହୋଇଛି ସ୍ପଷ୍ଟ କରି ନାହାନ୍ତି । ଏହି ପୋଷ୍ଟ ଦେଖିବା ପରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟକୁ ୫ ଲକ୍ଷରୁ ଅଧିକ ଲୋକ ଲାଇକ୍ କରି ସାରିଲେଣି ।

priyanka
pc: aajtak

ପ୍ରିୟଙ୍କା ଚୋପ୍ରା ବଲିଉଡ଼ର ସବୁଠୁ ହାଇଏଷ୍ଟ ପେଡ୍‌ ଅଭିନେତ୍ରୀ। ସେ ନିଜ ଆକ୍ଟିଂ ଜରିଆରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛନ୍ତି। ଏଥିରେ ସେ ଦୁଇଟି ରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି । ଏହାସହ ୫ଟି ଫିଲ୍ମ ଫେୟାର ଆଓ୍ଵାର୍ଡ ମଧ୍ୟ ପାଇଛନ୍ତି। ୨୦୧୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଟାଇମ ମାଗାଜିନରେ ତାଙ୍କୁ ଦୁନିଆର ୧୦୦ ଜଣଙ୍କ ମଧ୍ୟରୁ ପ୍ରଭାବଶାଳୀ ମନାଯାଉଥିଲା।