ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ନ ଜାଣେ । ତାଙ୍କ ଚମତ୍କାର ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି । କିଛି ବର୍ଷ ହେଲା ସେ ବିଦେଶରେ ରହୁଛନ୍ତି ସତ କିନ୍ତୁ ଭାରତୀୟ ପରମ୍ପରାକୁ ସେ ଭୂଲି ନାହାନ୍ତି । ଦୀପାବଳୀ ଠାରୁ ହୋଲି ପର୍ଯ୍ୟନ୍ତ ସୀମିତ ନହେଇ କରୱା ଚୌଥ ମଧ୍ୟ ଖୁବ ଆଡମ୍ବରରେ ପାଳନ କରନ୍ତି ପ୍ରିୟଙ୍କା । ନୀତି ଓ ନୀୟମ ସହ ସେ ଜଡିତ ଅଛନ୍ତି । ସେ ପ୍ରତିବର୍ଷ କରୱା ଚୌଥକୁ ଖୁବ୍ ଧୂମଧାମ ସହ ପାଳନ କରନ୍ତି ।
ସବୁବର୍ଷ ପରି ଏଥର ମଧ୍ୟ ନିଜ ସ୍ବାମୀ ନିକ୍ ଜୋନସ୍ ଙ୍କ ପାଇଁ ବ୍ରତ ରଖିବେ । ତେବେ ଦେଶୀଗର୍ଲ ସ୍ବାମୀଙ୍କ ସହ କରୱା ଚୌଥ କୁ ଆରମ୍ଭ କରିଦେଇଛନ୍ତି । ସେ ସୋସିଆଲ୍ ମିଡିଆରେ ନିଜର ଝଲକ ଦେଖାଇଛନ୍ତି । ପ୍ରିୟଙ୍କା ଚୌପ୍ରା କରୱା ଚୌଥ ପୂର୍ବରୁ ଗୋଟିଏ ଦିନ ପୂର୍ବରୁ ନିଜ ସ୍ବାମୀଙ୍କ ନାମ ହାତରେ ମେହେନ୍ଦି କରିଛନ୍ତି । ତେବେ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମରେ ଷ୍ଟୋରିରେ ନିଜ ମେହେନ୍ଦୀର ଭିଡିଓ ଓ ଫଟୋ ସେୟାର କରିଥିଲେ ।
ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ ୨୦୧୮ରେ ରାଜସ୍ଥାନରେ ଧୂମଧାମରେ ବିବାହ କରିଥିଲେ । ବିବାହ ପରେ ପରେ ସେ ସ୍ବାମୀଙ୍କ ସହ ସଲ ଏଞ୍ଜେଲସ ରେ ରହିଛନ୍ତି । ସେଠାରେ ପ୍ରିୟଙ୍କା ଦିୱାଲି,କରୱାଚୌଥ,କରିବା ସହ ସବୁ ପର୍ବ ପର୍ବାଣୀ ପାଳନ କରୁଛନ୍ତି । ଦୁହିଁଙ୍କର ଏକ ଝିଅଟିଏ ଅଛି । ମାଲତୀ ମେରି ଚୋପ୍ରା ଜୋନସ ।
ପ୍ରିୟଙ୍କା ଚୋପ୍ରା ବଲିଉଡ ଓ ହଲିଉଡ୍ରେ ବିଭିନ୍ନ ସଫଳ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ବହୁତ ବର୍ଷ ପରେ ସେ ଭାରତୀୟ ଫିଲ୍ମକୁ ଫେରିଛନ୍ତି । ସେ ଏସ ଏସ ରାଜ ମୌଲିଙ୍କ ଏକ ଫିଲ୍ମ ରେ ଅଭିନୟ କରୁଛନ୍ତି । ଫିଲ୍ମରେ ସେ ମହେଶ ବାବୁଙ୍କ ସହ ଫିଲ୍ମ ସେୟାର କରିଛନ୍ତି ।
Also read: ପ୍ରେମାନନ୍ଦ ଜୀ ମହାରାଜଙ୍କ ନିକଟରେ ପହଞ୍ଚିଲେ ଏଲଭିସ୍ ଯାଦବ, ଆଶୀର୍ବାଦ ନେବା ପରେ ନେଲେ ଏଭଳି ସଂକଳ୍ପ