ବଲିଉଡ୍କୁ ଫେରୁଛନ୍ତି ‘ଦେଶୀ ଗାର୍ଲ’ : ଖୁବ ଶୀଘ୍ର ଏକ ହିନ୍ଦୀ ଚଳଚ୍ଚିତ୍ରରେ କରିବାକୁ ଯାଉଛନ୍ତି ସାଇନ୍
ବଲିଉଡ୍ ଓ ପରେ ବର୍ତ୍ତମାନ ହଲିଉଡ୍ରେ ନିଜର ଭିନ୍ନ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ ଅଭିନେତ୍ରୀ ପାଲଟିଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା । ଆଜିକାଲି ଅଭିନେତ୍ରୀ ହଲିଉଡ୍ ଫିଲ୍ମ ଏବଂ ସିରିଜରେ ଅଧିକ କାମ କରୁଛନ୍ତି । ତାଙ୍କୁ ପୁଣିଥରେ ବଲିଉଡ୍ ଫିଲ୍ମରେ କାମ କରୁଥିବା କେବେ ଦେଖିବାକୁ ତାକୁ ନେଇ ଅନେକ ପ୍ରଶଂସକ ଅପେକ୍ଷା କରିଛନ୍ତି । ଏ ବିଷୟରେ କଥାବାର୍ତ୍ତା କରି ପ୍ରିୟଙ୍କା ଏକ ବଡ଼ ଖୁଲାସା କରିଛନ୍ତି ।
୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ହ୍ୱାଇଟ୍ ଟାଇଗର ଫିଲ୍ମରେ ରାଜକୁମାର ରାଓଙ୍କ ସହ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ଇଂରାଜୀ ଭାଷାରେ ନିର୍ମିତ ହୋଇଥିଲା । ଏହା ପରେ ଅଭିନେତ୍ରୀ ଆମେରିକୀୟ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କଲେ । ବଲିଉଡ୍ରେ ସେ ନିଜର ଦୃଢ଼ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କୁ ମନ ଜିତିଥିଲେ । ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ତାଙ୍କର ଶେଷ ଚଳଚ୍ଚିତ୍ର ହେଉଛି, ୨୦୧୯ରେ ମୁକ୍ତିଲାଭ କରିଥିବା ‘ଦି ସ୍କାଏ ଇଜ୍ ପିଙ୍କ୍’ ଚଳଚ୍ଚିତ୍ରରେ ନଜର ଆସିଥିଲେ । ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି ରୂପେଲି ପରଦାରେ ଦେଶୀ ଗାର୍ଲ ନଜର ଆସିନାହାନ୍ତି ।
ଜଣେ ଅନ୍ତର୍ଜାତୀୟ ଷ୍ଟାର ହୋଇଥିବାରୁ ପ୍ରିୟଙ୍କା ଚୋପ୍ରା ନିକଟରେ ରେଡ୍ ସି’ ଫିଲ୍ମ ଫେଷ୍ଟିଭାଲରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସେ ବଲିଉଡ୍ ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ ବିଷୟରେ ଏକ ବଡ଼ ଅପଡେଟ୍ ଦେଇଥିଲେ । ପ୍ରିୟଙ୍କା କହିଛନ୍ତି, ଭାରତୀୟ ଚଳଚ୍ଚିତ୍ର ସବୁବେଳେ ମୋ ହୃଦୟର ଏକ ଅଂଶ ହୋଇ ରହିବ । ସେମାନେ ଚାହିଁଲେ ମଧ୍ୟ ମୋ ଠାରୁ ଏହାକୁ ଅଲଗା କରିପାରିବେ ନାହିଁ । ମୁଁ ୨୦୨୫ ମସିହାରେ ଏକ ହିନ୍ଦୀ ଚଳଚ୍ଚିତ୍ରରେ ସାଇନ୍ କରିବାକୁ ଯାଉଛି । ସମସ୍ତଙ୍କର ଶୁଭେଚ୍ଛା ଆଶୀର୍ବାଦ ରହିଛି ।
ପ୍ରିୟଙ୍କା ଚୋପ୍ରା ପରିଶେଷରେ କହିଥିଲେ, ସେ ଡ୍ୟାନ୍ସକୁ ଅଧିକ ମିସ୍ କରୁଛନ୍ତି । ପ୍ରକାଶ ଯେ, ଅଭିନେତ୍ରୀଙ୍କ ହିଟ୍ ଡ୍ୟାନ୍ସ ଗୀତରେ ‘ଦେଶୀ ଗାର୍ଲ’, ‘ଗାଲାନ୍ ଗୁଡିଆନ୍’, ‘ରାମ ଚାହେ ଲୀଲା ଚାହେ’ ଏବଂ ‘ତୁନେ ମାରି ଏଣ୍ଟ୍ରି’ ଭଳି ଗୀତ ଅନ୍ତଭୁର୍କ୍ତ । ଏହି ଗୀତଗୁଡ଼ିକରେ ଲୋକମାନେ ଅଭିନେତ୍ରୀଙ୍କ ନୃତ୍ୟକୁ ଅଧିକ ପସନ୍ଦ କରିଥିଲେ ।