ନିଜର ଷ୍ଟ୍ରେସକୁ କମ୍‌ କରିବା ପାଇଁ ସମୁଦ୍ରର ଗଭୀର ପାଣିକୁ ଡେଇଁପଡିଲେ ପ୍ରିୟଙ୍କା ଚୋପ୍ରା, ଦେଖନ୍ତୁ ଫଟୋ

ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏବେ ସ୍ପେନରେ ସମୟ ବିତାଉଛନ୍ତି। ୱେବ ସିରିଜ ‘ସିଟାଡେଲ’ର ସୁଟିଂରେ ବ୍ଯସ୍ତ ରହିଛନ୍ତି। ଗତ କିଛିଦିନ ତଳେ ମା’ ମଧୁ ଚୋପ୍ରାଙ୍କ ସହିତ ବୁଲୁଥିବାର ନଜର ଆସିଥିଲେ। ନିଜର ଷ୍ଟ୍ରେସକୁ କମ୍ କରିବା ପାଇଁ ଚେଷ୍ଟା କରୁଥିଲେ ପ୍ରିୟଙ୍କା। କେବଳ ସେତିକି ନୁହେଁ, ଏଠାରେ ପ୍ରିୟଙ୍କା ସ୍କୁବା ଡାଇଭିଂ କରୁଥିବା ନଜର ଆସିଛନ୍ତି।

ପ୍ରିୟଙ୍କା ସୋସିଆଲ ମିଡିଆ ଆକାଉଣ୍ଟରେ ଏହିସବୁ ଫଟୋକୁ ସେୟାର କରିଛନ୍ତି। ନିଜର ବ୍ଯସ୍ତ ସୁଟିଂ ମଧ୍ୟରୁ ସମୟ କାଢି ପ୍ରିୟଙ୍କା ସ୍କୁବା ଡାଇଭିଂ କରିଛନ୍ତି। ଗଭୀର ପାଣିରେ ପଶି ସ୍କୁବା ଡାଇଭିଂ କରିବା ପାଇଁ ମନ ବଳାଇଛନ୍ତି, ତାହା ଫଟୋରୁ ସ୍ପଷ୍ଟ ଜଣାପଡୁଛି।

ପ୍ରିୟଙ୍କା ଏହି ଫଟୋକୁ ସେୟାର କରି କ୍ଯାପସନରେ ଲେଖିଛନ୍ତି ‘ ଅନେକ ଥର ଏମିତି ଦିନ ଆସିଥାଏ, ଯେତେବେଳେ ନିଜର ଷ୍ଟ୍ରେସକୁ ଶାନ୍ତ କରିବାର ମଉକା ମିଳିଥାଏ। ପାଣି ଭିତରେ ଈଶ୍ବର ସୃଷ୍ଟି କରିଥିବା ପ୍ରକୃତି ଦେଖିବା ଠାରୁ ଆଉ କ’ଣ ବା ଭଲ ହୋଇପାରେ। ସିଟାଡେଲ ଟିମ୍‌ ନିଜ ପାର୍ଟିରେ ମୋତେ ସାମିଲ କରିଥିବାରୁ ମୁଁ ନିଜକୁ ବହୁତ ଗୌରାବନ୍ଵିତ କରୁଛି ବୋଲି ମଧ୍ୟ ପ୍ରିୟଙ୍କା ଲେଖିଛନ୍ତି।

pc
PC: Abp live

ପ୍ରିୟଙ୍କା ସ୍କୁବା ଡାଇଭିଂକୁ ବହୁତ ଖୁସିରେ ଉପଭୋଗ କରୁଥିବା ନଜର ଆସିଛନ୍ତି। ଏହି ଫଟୋରେ ପ୍ରିୟଙ୍କାଙ୍କ ସହିତ ସିଟାଡେଲ ଟିମ୍‌ ମଧ୍ୟ ନଜର ଆସିଛନ୍ତି।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ଏଭଳି ଅଭିନେତ୍ରୀ, ଯିଏ ନିଜ ଦମ୍‌ଦାର ଆକ୍ଟିଂ ପାଇଁ କେବଳ ବଲିଉଡ୍‌ ନୁହେଁ ବରଂ ହଲିଉଡ୍‌ରେ ମଧ୍ୟ ନାଁ କମାଇଛନ୍ତି। ଆକ୍ଟିଂ ବ୍ୟତୀତ ପ୍ରିୟଙ୍କା ନିଜ ଲୁକ୍‌ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ପ୍ରିୟଙ୍କା ପ୍ରତିଦିନ ନିଜ ଗ୍ଲାମର୍ସ ଫଟୋ ସେୟାର କରି ଫ୍ୟାନ୍‌ଙ୍କ ଛାତି ଦୋହଲାଇ ଦେଇଥାନ୍ତି।

Leave A Reply

Your email address will not be published.