ପ୍ରିୟଙ୍କା ଚୋପ୍ରାଙ୍କ ବାପାଙ୍କୁ କ୍ୟାନ୍ସର ହେବାପରେ ସାହାଯ୍ୟ କରିଥିଲେ ହ୍ରିତ୍ବିକ ରୋସନ, ଖୁଲାସା କଲେ ଅଭିନେତ୍ରୀଙ୍କ ମା

ପ୍ରିୟଙ୍କା ଚୋପ୍ରା ଏବଂ ହ୍ରିତ୍ବିକ ରୋସନଙ୍କ ଯୋଡିକୁ ଦର୍ଶକ ଖୁବ ପ୍ରଂଶସା କରିଛନ୍ତି । ଅଗ୍ନିପଥ,କ୍ରିଷ,କ୍ରିଷ ଥ୍ରୀ ଭଳି ଫିଲ୍ମରେ ପ୍ରିୟଙ୍କା ଏବଂ ହ୍ରିତ୍ବିକ ସାଙ୍ଗ ହୋଇ କାମ କରିସାରିଛନ୍ତି । ଦୁହିଁଙ୍କ ସମ୍ପର୍କ କେବଳ ବ୍ୟକ୍ତିଗତ ଜୀବନରେ ଭଲ ତାହା ନୁହେଁ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ସେମାନଙ୍କ ଭିତରେ ନିବିଡ ସମ୍ପର୍କ ରହିଛି ।

ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା ଖୁଲାସା କରି କହିଛନ୍ତି  ସ୍ବାମୀ ଆଶିଷ ଚୋପ୍ରାଙ୍କୁ କ୍ୟାନ୍ସର ହୋଇଥିଲା । ସେହି ସମୟରେ ତାଙ୍କ ପାଇଁ ବହୁତ ଅସୁବିଧାର ସମୟ ଥିଲା । ସେହି ସମୟରେ ହ୍ରିତ୍ବିକ ଓ ତାଙ୍କ ବାପା ରାକେଶ ରୋସନ ବହୁତ ଅସୁବିଧା ସମୟରେ ସାହାଯ୍ୟର ହାତ ବଢାଇଥିଲେ । ଯେବେ ପ୍ରିୟଙ୍କାଙ୍କ ବାପାଙ୍କୁ କ୍ୟାନ୍ସର ହେବା ନେଇ ସୂଚନା ମିଳିଥିଲା ସେହି ସମୟରେ ଚିକିତ୍ସା ପାଇ ଆମେରିକାର ବୋଷ୍ଟନକୁ ନେବା ଅତି ଜରୁରୀ ଥିଲା ।

ମା ମଧୁ ଟୋପ୍ରା କହିଥିଲେ ତାଙ୍କ ସ୍ବାମୀଙ୍କୁ କ୍ୟାନ୍ସର ହେବା ତାଙ୍କ ଜୀବନର ସବୁଠାରୁ ଦୁଃଖ ଓ କଷ୍ଟ ସମୟ ଥିଲା । ସେହି ସମୟରେ ତାଙ୍କ ସ୍ବାମୀଙ୍କ ସ୍ବାସ୍ଥବସ୍ଥା ବହୁତ ଖରାପ ଥିଲା । ଆମେରିକାରେ ରହୁଥିବା ତାଙ୍କ ଭାଇ କହିଥିଲେ କି ସ୍ବାମୀଙ୍କୁ ତୁରନ୍ତ ବୋଷ୍ଟନ ଆଣିବା ପାଇଁ ।

ମୋ ଭାଇ କହିଥିଲେ ଯଦି ବଞ୍ଚିବାର ୫ ପ୍ରତିଶତ ସୁଯୋଗ ଅଛି ତାହେଲେ ତାଙ୍କୁ ତୁରନ୍ତ ବୋଷ୍ଟନ ନେଇଆସ । ଆଉ ଏହା ଏକ ଅଲଗା ଟାକ୍ସ ରହିଥିଲା । ତାଙ୍କୁ କୌଣସି ପ୍ଲେନରେ ଅଣିବାକୁ କୁହାଯାଇଥିଲା ।କିନ୍ତୁ ଗୁରୁତର ଥିବା ଅବସ୍ଥା ଯୋଗୁଁ କୌଣସି ଏୟାରଲାଇନ ଏଭଳି ରୋଗୀଙ୍କୁ ନେବା ପାଇଁ ପ୍ରସ୍ତୁତ ନଥିଲେ । ଯଦିଓ ଆମେ ସମସ୍ତେ ଭାଙ୍ଗି ପଡିଥିଲୁ ।

ସେହି ସମୟରେ ପ୍ରିୟଙ୍କା ହ୍ରିତ୍ବିକ ରୋସନ ଏବଂ ଡାଇରେକ୍ଟର ରାକେଶ ରୋସନଙ୍କ ସହ କ୍ରିସ ପାଇଁସୁଟ କରୁଥିଲେ । ସେମାନଙ୍କ ସହ ମୁଁ ମୋର ଅସୁବିଧାର କାହାଣୀ ସେୟାର କରିଥିଲି । ରାକେଶ ରୋସନ ଏବଂ ହ୍ରିତ୍ବିକଙ୍କର ଅନେକ ଲୋକଙ୍କ ସହ ଭଲ ଲୋକ ସମ୍ପର୍କ ଓ ସଂଯୋଗ ରହିଥିଲା । ବହୁତ ଲୋକେ ତାଙ୍କୁ ଜାଣିଥିଲ । ଏହାପରେ ରାକେଶ ରୋସନ ଏବଂ ହ୍ରିତ୍ବିକ ଏୟାରଲାଇନ୍ସ ରେ ପ୍ରିୟଙ୍କାଙ୍କ ବାପାଙ୍କୁ ନେବା ପାଇଁ ରାଜି କରାଇଥିଲେ ।

ସେହିଦିନ ଆମ ପାଇଁ ସ୍ମରଣାୟ ହୋଇ ରହିବ । ପ୍ରିୟଙ୍କା ନିଜର ଅଟୋ ବାୟଗ୍ରାଫି ଅନଫିନସଡ୍ ରେ ଏହି କଥାକୁ ବର୍ଣନା କରିଥିଲେ । ହ୍ରିତ୍ବିକ ରୋସନ ତାଙ୍କପାଇଁ ସବୁଠାରୁ ବଡ ସାହାଯକାରୀ ବନ୍ଧୁ ଥିଲେ । ସେ କହିଥିଲେ ହ୍ରିତ୍ବିକ ଫୋନ ଉଠାଇ ଏୟାର ଇଣ୍ଡିଆର ସମସ୍ତଙ୍କ ସହ କଥା ହୋଇ ସଂଯୋଗ କରିଥିଲେ ଯାହାଦ୍ବାରା ବାପାଙ୍କୁ ଏୟାରଲାଇନରେ ଯିବା ସମ୍ଭବ ହୋଇଥିଲା ।