ପ୍ରିୟଙ୍କା ଚୋପଡାଙ୍କ ସ୍ୱାମୀ ନିକ୍ ଜୋନସଙ୍କ ସହ ସୁଟିଂ ସେଟରେ ଘଟିଲା ଅଘଟଣ

ପ୍ରିୟଙ୍କା ଚୋପଡା ଓ ସ୍ୱାମୀ ନିକ୍ ଜୋନସ ସୋସିଆଲ ମିଡିଆରେ ରହିଥାନ୍ତି ସବୁବେଳେ ଆକ୍ଟିଭ । ଏଥିପାଇଁ ସେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ଏ ସମୟରେ ପ୍ରିୟଙ୍କା ଲଣ୍ଡନରେ ନିଜ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଥିବାବେଳେ ସ୍ୱାମୀ ନିକ ଜୋନସ ଆମେରିକାର ଲସ ଏଞ୍ଜଲସ୍ ରେ ରହୁଛନ୍ତି ।

ରିପୋର୍ଟ ମୁତାବିକ, ଏକ ଟିଭି ସୋର ସୁଟିଂରେ ବ୍ୟସ୍ତ ଥିବାବେଳେ ନିକ୍ ଏକ ଦୁର୍ଘଟଣାର ସାମ୍ନା ହୋଇଛନ୍ତି । ଟିଏମଜେଡର ରିପୋର୍ଟ ଅନୁଯାୟୀ , ଶନିବାର ନିକ୍ ଜୋନସ୍ ସୁଟିଂ ସେଟରେ ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସେ ଘରକୁ ଫେରିଥିଲେ । ସୋମବାରଠାରୁ ସେ ପୁଣି ଥରେ ସୁଟିଂ ସେଟ୍ କୁ ଫେରିଛନ୍ତି ।

535
pc: Hindustan times

ନିକ୍ ଏବେ ‘ଦ ଭୟସ’ ସିଙ୍ଗିଙ୍ଗ୍‌ ରିଆଲିଟି ସୋରେ ବ୍ୟସ୍ତ ଥିବାବେଳେ ନିକଟ ଅତୀତରେ ତାଙ୍କର ଏକ ଆଲବମ ରିଲିଜ ହୋଇଛି । ଏହି ସମୟରେ କରୋନାକୁ ନେଇ ଦେଶରେ ବଢ଼ୁଥିବା ସମସ୍ୟାକୁ ଦେଖି ପ୍ରିୟଙ୍କା ମଧ୍ୟ ସାମ୍ନାକୁ ଆସିଛନ୍ତି । ନିଜ ଫାଉଣ୍ଡେସନ ପକ୍ଷରୁ ସେ ସହାୟତା ରାଶି ଯୋଗାଇଛନ୍ତି । ଏହାସହ ଦେଶକୁ ସାହାଯ୍ୟ କରିବା ପାଇଁ ସେ ଗ୍ଲୋବାଲ କମ୍ୟୁନିଟି ଜରିଆରେ ଦରଖାସ୍ତ ମଧ୍ୟ କରିଛନ୍ତିି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.