ସଲମାନଙ୍କ ପାଇଁ ଭାରତ ଛାଡିଲେ ପ୍ରିୟଙ୍କା !

ଭାରତ ଛାଡିଛନ୍ତି ପ୍ରିୟଙ୍କା । ତେବେ ଦେଶ ଭାରତ ନୁହେଁ ସଲମାନଙ୍କ ସିନେମା ’ଭାରତ’ ଛାଡି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଦେଶୀ ଗର୍ଲ । ତେବେ ଭାଇଜାନଙ୍କ ସହ ପଙ୍ଗା ନେବାର ଆଜି ଯାଏଁ କାହାର ସାହାସ ନଥିବା ବେଳେ ଏମିତି କଣ ହେଲା ଯେ ପ୍ରିୟଙ୍କା ଏଭଳି ପଦକ୍ଷେପ ଉଠାଇଛନ୍ତି । ଏହି ପ୍ରଶ୍ନ ଉଠିବା ସ୍ବଭାବିକ୍ । ସିନେମାର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର୍ କହିଛନ୍ତି କି ପ୍ରିୟଙ୍କା ନିଜର ବୟଫ୍ରେଣ୍ଡ୍ ନିକଙ୍କୁ ସମୟ ଦେବାକୁ ଚାହୁଁଛନ୍ତି ତେଣୁ ସେ ଏହି ସିନେମା ଟିକୁ ଛାଡିଛନ୍ତି ।

ହେଲେ ଏହା ଭିତରେ ଆସିଛି ଆଉ ଏକ ଚାଂଚଲ୍ୟକର ଖବର । ସଲମାନଙ୍କ ପାଇଁ ଏହି ସିନେମା ଛାଡିଥିବା ଖବର ମିଳିଛି । ରିପୋର୍ଟ ଅନୁସାରେ, ପ୍ରିୟଙ୍କା କିଛି ଦିନ ପୂର୍ବରୁ ଦୁଇ ଦିନ ପାଇଁ ଭାରତ ଆସିଥିଲେ । ଏଠାରେ ଦୁଇ ଦିନ ’ଭାରତ’ ସନେମା ପାଇଁ ସୁଟିଙ୍ଗ ମଧ୍ୟ କରିଛନ୍ତି । ଏହି ସିନେମାରେ ପ୍ରିୟଙ୍କା ନିଜର ରୋଲକୁ ନେଇ ବହୁତ ଖୁସି ଥିଲେ । ସିନେମାଟିରେ ଦୁଇ ଜଣ ଲୋକଙ୍କୁ ପ୍ରେମ ହୋଇଥାଏ ଏବଂ ପରେ ଦୁହେଁ ବିବାହ କରିଥାନ୍ତି ଏହା ସହ ସେମାନ ବୃଦ୍ଧ ହୋଇଯାନ୍ତି । ଏହା ପରେ ସେମାନଙ୍କ କାହାଣୀର ପୂର୍ବାଭାସ ଦେଖାଯାଏ । ପ୍ରିୟଙ୍କାଙ୍କ ସୁଟ୍ ବିଷୟରେ କେବଳ ୟୁନିଟ ହିଁ ଜାଣିଥିଲେ । ସୁଟିଙ୍ଗ୍ ପରେ ସେ ୟୁଏସ୍ ଫେରିଯାଇଥିଲେ ।

ତେବେ ୟୁଏସ୍ ଯିବା ପରେ ତାଙ୍କୁ ଜଣା ପଡିଥିଲା କି ସିନେମାରେ ଆହୁରି କିଛି କଳାକାରଙ୍କୁ କାଷ୍ଟ କରାଯାଇଛି । ସବୁଠାରୁ ପ୍ରଥମେ ଦିଶା ପାଟାନିଙ୍କ ନାଁ ଆଗକୁ ଆସିଥିଲଶ । ଏହା ପରେ ତବୁ ଓ ନୋରା ଫତେହିଙ୍କ ନାଁ ମଧ୍ୟ ସିନେମାରେ ଯୋଡି ହୋଇଛି । ଏତିକି ନୁହେଁ, ପ୍ରିୟଙ୍କାଙ୍କୁ ଏହା ମଧ୍ୟ ଜଣା ପଡିଥିଲା ଯେ’ ଏହି ସିନେମାରେ ଅଭିନେତ୍ରୀମାନଙ୍କର ପାଇଁ ଖାସ୍ ରୋଲ୍ କରାଯାଇଛି ।

ସବୁଠାରୁ ବଡ କଥା ହେଉଛି ସଲମନ୍ ଖାନ୍ ହିଁ ଏହି ସମସ୍ତଙ୍କୁ ରୋଲ୍ ଦେବା ପାଇଁ କହିଥିଲେ । ତେବେ ପ୍ରିୟଙ୍କା ଭାବିଲେ କି’ ତାଙ୍କ ଅବସ୍ଥା ରେସ୍-୩ର ହିରୋଇନ୍ ଜ୍ୟାକଲିନଙ୍କ ପରି ହୋଇଯିବନି ତ ? କିମ୍ବା ଡେଜି ଶାହାଙ୍କୁ ଯେମିତି ସିନେମାରେ ସାଇଡ୍ କରିଦିଆଯାଇଥିଲା କାଳେ ସେମିତି ହୋଇଯିବ । ପ୍ରିୟଙ୍କାଙ୍କୁ ଡର ଥିଲା କି’ ’ଭାରତ’ର ବି ଏହି ଅବସ୍ଥା ନହୋଇଯାଉ ।

ଏହା ପରେ ପ୍ରିୟଙ୍କା ସିନେମା ଛାଡିବାର ନିଷ୍ପତ୍ତି ନେଲେ । ନିର୍ଭୟରେ ପ୍ରିୟଙ୍କା ଏହି ସିନେମା ପାଇଁ ନା କହିଦେଲେ । ସେ କାହାକୁ ବି ଦୁଃଖ ଦେବାକୁ ଚାହୁଁ ନଥିଲେ ତେଣୁ ତାଙ୍କ ମନରେ ଥିବା କଥାକୁ କାହା ଆଗରେ କହି ନଥିଲେ । ତେଣୁ ନିଜ ବୟଫ୍ରେଣ୍ଡ ନିକଙ୍କ ବାହାନା କରି ସିନେମାରୁ ସାଇଡ୍ ହୋଇଗଲେ । ଆଉ ହଠାତ୍ ନିକଙ୍କ ସହ ନିର୍ବନ୍ଧ ହୋଇଯାଇଥିବା ଖବର କହିଥିଲେ । ଅନ୍ୟପଟେ ପ୍ରିୟଙ୍କାଙ୍କ ଉପରେ ଖୁବ୍ ରାଗିଛନ୍ତି ଭାଇଜାନ୍ । ଆଉ କେବେ ବି ତାଙ୍କ ସହ କାମ ନକରିବାର ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.