ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ଲୁକ୍ ଭାଇରାଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ତୁଳନା କଲେ ଫ୍ୟାନ୍ସ

ଆଜିକାଲି ବଲିଉଡ ଏବଂ ହଲିଉଡ଼ ଇଣ୍ଡଷ୍ଟ୍ରୀରେ ପ୍ରିୟଙ୍କା ଚୋପ୍ରା ଚର୍ଚ୍ଚାରେ ରହିଛନ୍ତି । ପ୍ରିୟଙ୍କା ଚୋପ୍ରା ସବୁ ବେଳେ ତାଙ୍କ ଅଭିନୟ ଜରିଆରେ ଲୋକଙ୍କୁ ଖୁବ୍ ମନୋରଂଜନ କରିଥାନ୍ତି । ନିକଟରେ ଅନନ୍ତ ଏବଂ ରାଧିକାଙ୍କ ବିବାହରେ ଯୋଗଦେବା ପରେ ସେ କାମକୁ ଫେରିଛନ୍ତି । ପ୍ରିୟଙ୍କା ଚୋପ୍ରା ଅଷ୍ଟ୍ରେଲିଆରେ ତାଙ୍କର ଅପ୍କମିଂ ଫିଲ୍ମ ସୁଟିଂ କରୁଛନ୍ତି । ବର୍ତ୍ତମାନ ତାଙ୍କର ଅନେକ ଫଟୋ ଏହି ଫିଲ୍ମର ସେଟରୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ, ପ୍ରିୟଙ୍କାଙ୍କ ଅନନ୍ୟ ଲୁକ୍ ଏଗୁଡ଼ିକରେ ଦେଖିବାକୁ ମିଳିଛି । ତାଙ୍କର ଏହି ଲୁକ୍ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏହାକୁ ଦେଖୁଥିବା ଲୋକମାନେ ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ମଧ୍ୟ ତୁଳନା କରୁଛନ୍ତି । କେବଳ ଏତିକି ନୁହେଁ ପ୍ରଶଂସକମାନେ କହିଛନ୍ତି ଯେ ଅଭିନେତ୍ରୀଙ୍କ ଏହି ନୂଆ ଲୁକ୍ ବହୁତ ଅଜବ ହୋଇଛି ।
ଆଜିକାଲି ପ୍ରିୟଙ୍କା ଚୋପ୍ରା ଫିଲ୍ମ ‘ଦ ବ୍ଲଫ୍’ ପାଇଁ ସୁଟିଂ କରୁଛନ୍ତି । ସେ କେବଳ ଏହି ଫିଲ୍ମ ପାଇଁ ଏକ ଅଜବ ଲୁକ୍ ନେଇଛନ୍ତି । ଏହି ଫିଲ୍ମର ସେଟରୁ ଅଭିନେତ୍ରୀଙ୍କ ନୂଆ ଲୁକର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି । ସେ ଫ୍ରାଙ୍କ ଇ ଟାବର୍ସ ଭୂମିକାରେ ଦେଖିବାକୁ ମିଳିଛି । ତେବେ ସେ ଏକ କଳା ସ୍ପାଗେଟି ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି । ସେ ଏକ ଅଜବ ଷ୍ଟାଇଲ୍ରେ କେଶ କାଟିଛନ୍ତି ଏବଂ ଏହି ହେୟାର ଷ୍ଟାଇଲ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଭୂମିକା ପାଇଁ ପ୍ରିୟଙ୍କା ଏକ ଭିନ୍ନ ହେୟାର ଷ୍ଟାଇଲ କରିଛନ୍ତି । ତାଙ୍କୁ ପ୍ରଥମେ ମୋହାକ୍ ସହିତ ଦେଖିବାକୁ ମିଳିଛି, ଏକ ନବିଂଶ ଶତାବ୍ଦୀର କାରିବିଆନ୍ ଡକାୟତି ଭାବରେ ତାଙ୍କର ଲୁକ୍ ଭାଇରାଲ ହୋଇଥିଲା । ଇନଷ୍ଟାଗ୍ରାମ ୟୁଜର ଏହି ସିନ୍କୁ ନେଇ ପଚାରିଛନ୍ତି, ‘ଏହା ପାଇରେଟ୍ସ ଅଫ୍ କାରିବିଆନ୍ ପିରିୟଡରେ ନା ଭିନ୍ନ?’ ଫ୍ୟାନ୍ ଆକାଉଣ୍ଟ୍ ରୁ ଉତ୍ତର ଆସିଛି, ହଁ । ୧୮୦୦ ମସିହାରେ କାରିବିଆନ୍ ଦ୍ୱୀପରେ ରହିଛି । ଅନ୍ୟ ଜଣେ ପଚାରିଥିଲେ ପ୍ରିୟଙ୍କା ଅଷ୍ଟ୍ରେଲିଆରେ କେତେ ଦିନ ସୁଟିଂ କରିବେ, ଯେଉଁଥିରେ ଫ୍ୟାନ୍ ଆକାଉଣ୍ଟ୍ ଉତ୍ତର ଦେଇଛନ୍ତି, ‘ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ପ୍ରିୟଙ୍କା ରହିବେ କି ନାହିଁ ମୁଁ ଜାଣେ ନାହିଁ କାରଣ ସେ ପୂର୍ବରୁ ଆରମ୍ଭ କରିଥିଲେ, ସୁଟିଂ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ହେବ, ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଏହି ଲୁକ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ‘ତାଙ୍କ ଭିତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆତ୍ମା ଅଛି । ତେବେ ଫ୍ୟାନ୍ସ ଏପରି ଅନେକ ପ୍ରକାରର କଥା ଲେଖିଛନ୍ତି ।
ପ୍ରିୟଙ୍କା ଚୋପ୍ରା ଖୁବ୍ ଶୀଘ୍ର ‘ଦ ବ୍ଲଫ୍ ଆଣ୍ଡ ହେଡ୍ସ ଅଫ୍ ଷ୍ଟେଟ୍’ରେ ନଜର ଆସିବେ । ଏହା ବ୍ୟତୀତ ସେ ‘ଜି ଲେ ଜାରା’ ସହିତ ବଲିଉଡକୁ ରିଟନ୍ କରି ପାରନ୍ତି । ବର୍ତ୍ତମାନ ସେ ଏହି ଫିଲ୍ମର ସୁଟିଂ ପାଇଁ ସମୟ ବାହାର କରିପାରୁ ନାହାଁନ୍ତି । ଏହି ଫିଲ୍ମରେ ଆଲିଆ ଏବଂ କ୍ୟାଟ୍ରିନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ପ୍ରିୟଙ୍କା ଏହି ଫିଲ୍ମ ଦେଖିବାପାଇଁ ଫ୍ୟାନ୍ସ ବେଶ୍ ଉତ୍ସାହିର ସହିତ ଅପେକ୍ଷା କରିଛନ୍ତି ।