ସତ ନା ଗୁଜବ ? କଣ ଅଲଗା ହେବେ ପ୍ରିୟଙ୍କା ଏବଂ ନିକ୍ . . . .

ଦୋଛକିରେ ଦାମ୍ପତ୍ୟ । ବିବାହର ମାତ୍ର ୩ ମାସ ନପୁରୁଣୁ ହୋଇପାରେ ବିଛେଦ । ପରସ୍ପର ସହ ଖୁସି ନାହାଁନ୍ତି ତେଣୁ ଛାଡପତ୍ର ପାଇଁ ଆଗକୁ ବଢିସାରିଲେଣି । ଆଜ୍ଞା ହଁ, ପ୍ରିୟଙ୍କା ଏବଂ ନିକଙ୍କୁ ନେଇ ଏମିତି କିଛି ଗୁଜବ ଶୁଣିବାକୁ ମିଳିଛି । ଏଭଳି ଏକ ଖବର ପ୍ରକାଶ କରିଛି ୟୁଏସର ଓକେ ମାଗାଜିନ୍ ।

ଏହି ଖବର ମୂତାବକ, ଉଭୟ ଖୁବ୍ ଶୀଘ୍ର ପରସ୍ପରର ପ୍ରେମରେ ପଡି ବିବାହ କରିଥିଲେ । ଯାହା ଫଳରେ ପରସ୍ପରକୁ ବୁଝିବାକୁ ସମୟ ପାଇନଥିଲେ । ତେଣୁ ଏବେ ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଛି । ଏବେ ସେମାନଙ୍କ ବିବାହ କୌଣସି ବି ମୁହୂର୍ତ୍ତରେ ବିଛେଦର ରୂପ ନେଇପାରେ ।

Priyanka chopra weddingମିଳିଥିବା ରିପୋର୍ଟ ମୂତାବକ, ବିବାହ ପରେ ପ୍ରିୟଙ୍କା ଶାନ୍ତ ଏବଂ ସହଜ ହୋଇଯିବେ ବୋଲି ଭାବୁଥିଲେ ନିକ୍ । କିନ୍ତୁ ଏବେ ନିକଙ୍କୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛନ୍ତି ପ୍ରିୟଙ୍କା । ଛୋଟ ଛୋଟ କଥାରେ ରାଗିଯାଉଛନ୍ତି, ଯାହା ବିଷୟରେ ନିକ୍ ଜାଣିନଥିଲେ । ଅନ୍ୟପଟେ ନିକଙ୍କ ପରିବାର ମଧ୍ୟ ଏହି ବିବାହକୁ ଶେଷ କରିବାକୁ ଚାହୁଁଛନ୍ତି । କାରଣ ସେମାନଙ୍କୁ ଲାଗୁଥିଲା ପ୍ରିୟଙ୍କା ଜଣେ ମାଚ୍ୟୋର ମହିଳା ଥିଲେ, ଯିଏ ଘର ସମ୍ଭାଳିବା ଏବଂ ପିଲା ଜନ୍ମ କରିବାକୁ ପ୍ରସ୍ତୁତ । କିନ୍ତୁ ଏବେ ଜଣା ପଡୁଛି ସେ ଜଣେ ପାର୍ଟି ପ୍ରେମୀ ଝିଅ । ଯିଏ ଏମିତି ବ୍ୟବହାର କରୁଛି ଯେମିତି ସେ ଜଣେ ୨୧ ବର୍ଷର ଝିଅ ।

 

View this post on Instagram

 

Making hay while the sun shines.. ☀️

A post shared by Priyanka Chopra Jonas (@priyankachopra) on


ତେବେ ଅନ୍ୟ ଏକ ରିପୋର୍ଟ ମୂତାବକ , ଏହି ଖବର ସମ୍ପୂର୍ଣ୍ଣ ଗୁଜବ । ତିଳେ ମାତ୍ର ସତ୍ୟତା ନାହିଁ ଏହି ଖବରରେ । ଓକେ ମାଗାଜିନ୍ ପ୍ରିୟଙ୍କା ଏବଂ ନିକଙ୍କୁ ନେଇ ଏପରି ଗୁଜବ କରୁଥିବାର ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ଡିସେମ୍ବରରେ ଏହି ମାଗାଜିନ୍ ଏକ ଖବର ପ୍ରକାଶ କରିଥିଲା ଯେଉଁଥିରେ ଦାବି କରାଯାଇଥିଲା ବିବାହ ପରେ କେଉଁଠି ରହିବେ ବୋଲି ପ୍ରିୟଙ୍କା ଏବଂ ନିକଙ୍କ ମଧ୍ୟରେ ଝଗଡା ହେଉଛି ।

 

View this post on Instagram

 

You are my sunshine my only sunshine… #miami

A post shared by Nick Jonas (@nickjonas) on


ଅନ୍ୟପଟେ ନିକ୍ ଏବଂ ପ୍ରିୟଙ୍କା ଏପରି ଫଟୋ ସାମ୍ନାକୁ ଆସିଛି ଯାହା ଏସବୁ ଖବରକୁ ମିଛ ବୋଲି ପ୍ରମାଣିତ କରୁଛି । ନିକଟରେ ନିଜ ପରିବାର ସହ ଛୁଟି ମନାଉଥିବା ପ୍ରିୟଙ୍କା ଖୁବ୍ ଖୁସି ନଜର ଆସୁଛନ୍ତି । ଏବଂ ନିକ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ଥିବା ଜବରଦସ୍ତ ବଣ୍ଡିଂ ଏବଂ ପ୍ରେମକୁ ମଧ୍ୟ ବଖାଣୁଛି ଏହି ସବୁ ଫଟୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.