ଇନଷ୍ଟାଗ୍ରାମରୁ ସ୍ୱାମୀଙ୍କ ସରନେମ୍ ହଟାଇଲେ ପ୍ରିୟଙ୍କା, ଛାଡ଼ପତ୍ରକୁ ନେଇ ଏପରି ପ୍ରଶ୍ନ କଲେ ଫ୍ୟାନ୍ସ

ବଲିଉଡ ରୁ ହଲିଉଡ଼ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ପ୍ରିୟ ଦମ୍ପତି। କିନ୍ତୁ ବର୍ତ୍ତମାନ ଉଭୟଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ନଭେମ୍ବର ୨୨ ରେ, ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ‘ଜୋନାସ’ ଟାଇଟଲ ହଟାଇ ଦେଇଛନ୍ତି । ବାସ୍ ଏହା ପରଠାରୁ ଉଭୟଙ୍କ ସମ୍ପର୍କ ନେଇ ସୋସିଆଲ ସାଇଟରେ ବିଭିନ୍ନ ଆକଳନ ଆରମ୍ଭ ହୋଇଯାଇଛି ।

ପ୍ରିୟଙ୍କା ଏହା କରିବା ପରଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକ୍ ଏବଂ ପ୍ରିୟଙ୍କାଙ୍କ ସଂପର୍କରେ ବିବାଦ ଦେଖାଦେଇଛି ବୋଲି ଫ୍ୟାନ୍ସ ମାନେ ଅନୁମାନ କରାଯାଉଛି। ଏପରିକି ଉଭୟ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି କୁହାଯାଉଛି। ଉଲ୍ଲେଖଥାଉ କି, ପ୍ରିୟଙ୍କା ଇନଷ୍ଟା ବାୟୋରୁ ସ୍ୱାମୀ ନିକ ଜୋନାସଙ୍କ ସହ ତାଙ୍କ ଉପନାମ ‘ଚୋପ୍ରା’ କୁ ହଟାଇ ଦେଇଛନ୍ତି।

 

View this post on Instagram

 

A post shared by Priyanka (@priyankachopra)

ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ପ୍ରଶଂସକମାନେ ଏଥିରେ ବିରକ୍ତ ହୋଇ ଟୁଇଟ୍ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା ହୋଇପାରିବ ନାହିଁ ଯେ ନିକ-ପ୍ରିୟଙ୍କାଙ୍କ ବ୍ରେକଅପ୍ ହୋଇଯାଇଛି। ଦୁହେଁ ଦୀପାବଳିରେ ଏକାଠି ଥିଲେ। କିନ୍ତୁ ବର୍ତ୍ତମାନ ଲାଗୁଛି ମୁଁ ଭୁଲ୍ ଅଟେ। ସେହିପରି ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘କଣ ନିକ୍-ପ୍ରିୟଙ୍କାଙ୍କ ଛାଡପତ୍ର ହୋଇଗଲା?’

ଚଳିତ ବର୍ଷ ଦିୱାଲୀ ଅବସରରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି କିଣିଥିବା ନୂଆ ଘରେ ଦୀପାବଳି ପାଳନ କରିଥିଲେ। ହଲିଉଡର ଅନେକ ଜଣାଶୁଣା ସେଲିବ୍ରେଟ୍ ଏହି ଉତ୍ସବରେ ଜଡିତ ଥିଲେ। ପ୍ରିୟଙ୍କା ତାଙ୍କ ଦିୱାଲୀ ପାର୍ଟିର ଅନେକ ଫଟୋ ମଧ୍ୟ ସେୟାର କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ, ପ୍ରିୟଙ୍କାଙ୍କ ନିକଙ୍କ ଉପନାମ ହଟାଇବା ପଛର କାରଣ କ’ଣ, କେବଳ ସେ ଏହା ବିଷୟରେ କହିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.