ଆଶ୍ଚର୍ଯ୍ୟ! ନିକ୍‌ ଜୋନସ୍‌ ଓ ଜମୀଲା ଜମୀଲଙ୍କ ‘ଛାଡ଼ପତ୍ର’ ଉପରେ ଏମିତି ପ୍ରତିକ୍ରିୟା ଦେଲେ ପ୍ରିୟଙ୍କା ଚୋପ୍ରା, ଭାଇରାଲ ହେଉଛି ଏହି ଟ୍ଵିଟ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍‌ ସିଙ୍ଗର ନିକ୍‌ ଜୋନସ୍‌ଙ୍କ ଲଭ୍‌ ଷ୍ଟୋରୀ ସମସ୍ତେ ଜାଣନ୍ତି। ଦୁଇଜଣ ୨୦୧୬ରେ ପରସ୍ପରକୁ ଭେଟିଥିଲେ ଏବଂ ୨୦୧୮ରେ ବିବାହ କରିଥିଲେ। ହେଲେ ଏବେ ସୋସିଆଲ ମିଡିଆର ୟୁଜରମାନେ ଜମୀଲା ଜମୀଲଙ୍କୁ ପ୍ରିୟଙ୍କା ଭାବି ନେଇଛନ୍ତି। ଏତିକି ନୁହେଁ, ସେମାନେ ତାଙ୍କୁ ପ୍ରଶ୍ନ ବି ପଚାରିଛନ୍ତି କି, ତାଙ୍କର ଓ ନିକ୍‌ଙ୍କର ଛାଡ଼ପତ୍ର ହୋଇଯାଇଛି କି?

ୟୁଜରଙ୍କ ଏହି ପ୍ରଶ୍ନରେ ଜମୀଲା ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି, ‘ଜଣେ ଭାରତୀୟ ମହିଳା ପ୍ରିୟଙ୍କା ଚୋପ୍ରା, ଯିଏ ମୋ ଭଳି ବିଲ୍‌କୁଲ ବି ଦେଖାଯାଉ ନାହାନ୍ତି। ମୋତେ ଲାଗୁଛି କି, ସେମାନେ ଦୁଇଜଣ ଏକାଠି ଅଛନ୍ତି ଏବଂ ବହୁତ ଭଲରେ ଅଛନ୍ତି’। ଜମୀଲାଙ୍କ ପରେ ପ୍ରିୟଙ୍କା ଚୋପ୍ରା ମଧ୍ୟ କୌତୁକିଆ ରିପ୍ଲାଇ ଦେଇଛନ୍ତି। ସେ ଜମୀଲାଙ୍କ ଉତ୍ତରକୁ ପ୍ରଶଂସା କରି ତାଙ୍କୁ ଟ୍ୟାଗ୍‌ କରିବା ସହ LOL ଲେଖିଛନ୍ତି ଏବଂ କିଛି ଇମୋଜି ମଧ୍ୟ ଦେଇଛନ୍ତି।

ତେବେ ନିକ୍‌ ଓ ପ୍ରିୟଙ୍କାଙ୍କ ଫ୍ୟାନ୍‌ମାନେ ଏ ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନଙ୍କ କହିବା ହେଲା, କେମିତି ଦୁଇଜଣ ଅଲଗା ଅଲଗା ମଣିଷଙ୍କୁ ଲୋକେ ଜଣେ ବୋଲି ଭାବୁଛନ୍ତି। କହି ରଖୁଛୁ, ପୂର୍ବରୁ ବି ନିକ୍‌ ଓ ପ୍ରିୟଙ୍କାଙ୍କ ଛାଡ଼ପତ୍ର ନେଇ ଗୁଜବ ଉଠିଥିଲା। ବର୍ତ୍ତମାନ ପ୍ରିୟଙ୍କା ଲଣ୍ଡନରେ ଅଛନ୍ତି ଏବଂ ନିଜ ଆଗାମୀ ଫିଲ୍ମ ‘ସୀତାଡେଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.