ଦୀର୍ଘ ୩ ବର୍ଷ ପରେ ଜନ୍ମ ମାଟିକୁ ଫେରୁଛନ୍ତି ପ୍ରିୟଙ୍କା ଚୋପ୍ରା, ଏଥରକ ପ୍ରଥମ ଥର ପାଇଁ ମାଳତୀ ବି ଆସୁଛି ମାମୁଘର

ମୁମ୍ବାଇ: ଦୀର୍ଘ ୩ ବର୍ଷ ପରେ ଦେଶକୁ ଫେରୁଛନ୍ତି ଦେଶୀ ଗାର୍ଲ। ଭାରତ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଆମେରିକା ସିଙ୍ଗର ନିକ୍ ଜୋନସ୍ଙ୍କ ସହ ବିବାହ ପରେ ସେ ବିଦେଶରେ ରହୁଛନ୍ତି। ସାତ ସମୁଦ୍ର ପାରିରେ ରହୁଥିଲେ ମଧ୍ୟ ପ୍ରିୟଙ୍କା ନିଜ ଦେଶୀ ଅନ୍ଦାଜ କେବେ ବି ଭୁଲି ନାହାନ୍ତି। ସେ ସବୁବେଳେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି। ୩ ବର୍ଷ ତଳେ ପ୍ରିୟଙ୍କା ସ୍ୱାମୀ ନିକ୍ ଜୋନସ୍ଙ୍କ ସହ ଭାରତ ଆସିଥିଲେ।
View this post on Instagram
ଏବେ ପୁଣିଥରେ ପିସି ଫ୍ୟାନ୍ଙ୍କ ପାଇଁ ଏକ ଖୁସି ଖବର ସେୟାର କରିଛନ୍ତି। ଖବର ଆସିଛି ଯେ ପ୍ରିୟଙ୍କା ପୁଣିଥରେ ଭାରତ ଆସୁଛନ୍ତି। ପ୍ରିୟଙ୍କାର ଏଥରକ ଭାରତ ଗସ୍ତ ଖାସ୍ ହେବାର ଆଉ ଏକ କାରଣ ହେଉଛି ତାଙ୍କ ଝିଅ ମାଳତୀ। ପ୍ରିୟଙ୍କା ଏଥରକ ମାଳତୀକୁ ନେଇ ପ୍ରଥମ ଥର ପାଇଁ ଭାରତ ଆସୁଛନ୍ତି। ମାତୃଭୂମିକୁ ଫେରୁଥିବା ଖୁସିକୁ ସୋସିଆଲ ମିଡିଆ ଜରିଆରେ ପ୍ରିୟଙ୍କା ସେୟାର କରିଛନ୍ତି।
ପ୍ରିୟଙ୍କା ଚୋପ୍ରା ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ବୋର୍ଡିଂ ପାସ୍ର ଝଲକ୍ ନଜର ଆସିଛି। ବୋର୍ଡିଂ ପାସ୍ର ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, ‘ଶେଷରେ…ଘରକୁ ଯାଉଛି। ପାଖାପାଖି ୩ ବର୍ଷ ପରେ…’।
ଏହା ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଚଳିତ ବର୍ଷ ଏପ୍ରିଲରେ ଆସିବେ ବୋଲି ଆଶା କରାଯାଉଥିଲା। ସେ ଏପ୍ରିଲରେ ଟ୍ରାଭେଲ ପ୍ଲସ୍ ଲିଜରକୁ କହିଥିଲେ, ମୋ ମନ ସବୁ ରାତିରେ ଛୁଟିରେ ଯିବାକୁ ଚାହେଁ, କିନ୍ତୁ ମୁଁ ଭାରତ ଫେରିବାକୁ ମରୁଛି। ଭାରତର ପ୍ରତିଟି ରାଜ୍ୟର ନିଜସ୍ୱ କହିବା ଓ ଲେଖିବା ଭାଷା ରହିଛି। ଯାହାର ଅର୍ଥ ଭିନ୍ନ, ଅକ୍ଷର ଭିନ୍ନ, ପୋଷାକ, ଖାଦ୍ୟପେୟ ସବୁ ଅଲଗା। ଏଣୁ ଯେତେବେଳେ ଆପଣ ଭାରତରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଆନ୍ତି, ଆପଣଙ୍କୁ ଅନ୍ୟ ଦେଶକୁ ଯିବା ଭଳି ଲାଗିଥାଏ।
ସୂଚନା ଯୋଗ୍ୟ ଯେ କରୋନା ମହାମାରୀ ପରେ ପ୍ରିୟଙ୍କାଙ୍କର ଏହା ପ୍ରଥମ ଭାରତ ଯାତ୍ରା ହେବ। ସେ ୨୦୧୯ ମସିହାରେ ନିକ୍ ଜୋନସ୍ଙ୍କ ସହ ଭାରତ ଆସିଥିଲେ।
Also Read: ଚଳିତ ସପ୍ତାହର ରାଶିଫଳ ! ଜାଣନ୍ତୁ, କାହା ଭାଗ୍ୟରେ କ’ଣ ଅଛି