ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେତେବେଳେ ଗ୍ରୋମୀ ଆଓ୍ଵାର୍ଡ ଶୋ’ର ପୋଗ୍ରାମରେ ପତି ଏବଂ ହଲିଉଡର ଲେଶକପ୍ରିୟ ସିଂଗର ନିକ୍ ଜୋନାସଙ୍କ ସହ ଏଣ୍ଟ୍ରି କରିବା ସମୟରେ ସମସ୍ତ ନଜର ତାଙ୍କ ଉପରେ ଅଟକି ଯାଇଥିଲା। ଦର୍ଶକଙ୍କ ନଜର ଦୁହିଁଙ୍କ ଉପରେ ରହିଥିଲେ ମଧ୍ୟ ପ୍ରିୟଙ୍କାଙ୍କ ଗାଉନ୍ ମଧ୍ୟ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଥିଲା। ପ୍ରିୟଙ୍କା ଏହି ଶୋ’କୁ ଯିବା ସମୟରେ ଷ୍ଟାଇଲିସ୍ ଗାଉନ୍ ପିନ୍ଧିଥିଲେ। ପ୍ରିୟଙ୍କାଙ୍କ ଏହି ଡିପ୍ ନେକ୍ ଫ୍ରଣ୍ଟ ଓପନ୍ ଅପ୍ ହ୍ଵାଇଟ ନେକଲାଇନ ଗାଉନ୍ ଖୁବ୍ ପସନ୍ଦ ଆସିବା ସହ କିଛି ସୋସିଆଲ ମିଡିଆ ୟୁଜର୍ସ ଏହି ଫଟୋକୁ ନେଇ କମେଣ୍ଟରେ ଲେଖିଛନ୍ତି, ହଲିଉଡ୍ ଯାଇ ପ୍ରିୟଙ୍କା ନିଜର ଫ୍ୟାସନ ସେଂନ୍ସ ହରାଇ ବସିଲେଣି। ସେହିଭଳି ଅନ୍ୟ କିଛି ୟୁଜର୍ସମାନେ ପ୍ରିୟଙ୍କାଙ୍କୁ ଏହି ଡ୍ରେସ୍ ଦ୍ୱିତୀୟ ନପିନ୍ଧିବା ପାଇଁ କହିଛନ୍ତି।
ପ୍ରିୟଙ୍କାଙ୍କ ଏହି ଗାଉନ୍ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା କିନ୍ତୁ ଏହା ପ୍ରଥମ ଥର ପାଇଁ ନଥିଲା କାରଣ ଯେତେବେଳେ ବଲିଉଡର କୌଣସି ଅଭିନେତ୍ରୀ ନିଜର କ୍ଲୀେଓ୍ଵଜ୍ ଏବଂ ନେକ୍ ଲାଇନ୍ ଫ୍ଲାନ୍ଟ କରିଥାନ୍ତି। ବଲଇଉଡ୍ରେ ପ୍ରିୟଙ୍କାଙ୍କ ପୂର୍ବରୁ ଅନେକ ହିରୋଇନ ଏପରି ଡ୍ରେସ୍ ପିନ୍ଧିସାରିଛନ୍ତି।
https://www.instagram.com/p/B3PrLKUgsdM/?utm_source=ig_web_copy_link
ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ମଧ୍ୟ ଏହା ପୂର୍ବରୁ ଡିପ୍ ନେକ୍ ଗାଉନ୍ ପିନ୍ଧିସାରିଛନ୍ତି। ଜାହ୍ନବୀ ସାଇନ କପର ପ୍ଲେଟେଡ ଡିପ୍ ନେକ୍ ଗାଉନ୍ ପିନ୍ଧିଥିଲେ। ଏହି ଗାଉନ୍ରେ ସେ ଖୁବ୍ ଆକର୍ଷକ ଦେଖାଯିବା ସହ ବିନ୍ଦାସ୍ ଥିବାର ନଜର ଆସିଥିଲେ। ଜାହ୍ନବୀଙ୍କ ଏହି ଡ୍ରେସ୍ ସହ ତାଙ୍କର ମେକଅପ୍ ମଧ୍ୟ ମିଶୁଥିଲା।
https://www.instagram.com/p/BipjtdgBK34/?utm_source=ig_web_copy_link
ଦୀପିକା ପାଦୁକୋନ ମଧ୍ୟ ବିଚ୍ ସାଇଡ ସୁଟିଂରେ Satin ର ଓଲିଭ କଲରର ଡିପ୍ ନେକ ଗାଉନ୍ ପିନ୍ଧିଥିଲେ। ଏହି ଗାଉନ୍ରେ ଦୀପିକା ମଧ୍ୟ ଖୁବ୍ ଆକର୍ଷଣ ଦେଖାଯାଉଥିଲେ। ଏଥିସହ ଦୀପିକାଙ୍କ ହାଇ ହିଲ୍ ମଧ୍ୟ ଏହି ଗାଉନ୍ର ଶୋଭାକୁ ଆହୁରି ବଢାଇଦେଇଥିଲା।
ସୂଚନା ମୁତାବକ ପ୍ରିୟଙ୍କା ଗ୍ରୋମୀ ଆଓ୍ଵାର୍ଡ ଶୋ’ରେ ପିନ୍ଧିଥିବା ଗାଉନ୍ କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହୋଇଛନ୍ତି। ପ୍ରିୟଙ୍କାଙ୍କ ଏହି ଗାଉନରେ କେବଳ କ୍ଲିେଓ୍ଵଜ ଏରିଆ ନୁହେଁ ବରଂ ନାଭି ପର୍ଯ୍ୟନ୍ତ ଦେଖାଯାଉଥିଲା। ପ୍ରିୟଙ୍କାଙ୍କ ଏଭଳି ଫଟୋ ଦେଖି ଜଣେ ଦର୍ଶକ ରାଗିଯାଇ କମେଣ୍ଟ ଦେଇଛନ୍ତି ବଲିଉଡ୍ ରେ ଥିବା ସମୟରେ ତୁମେ ବହୁତ ଭଲ କପଡା ପିନ୍ଧୁଥିଲ।