ବିଶ୍ୱର ବଡ଼ ନେତାଙ୍କୁ ପ୍ରିୟଙ୍କା ଚୋପ୍ରାଙ୍କ ଅପିଲ, ୟୁକ୍ରେନ୍‌ ଶରଣାର୍ଥୀଙ୍କ ପାଇଁ ମାଗିଲେ ସହାୟତା; ଭିଡିଓ ଭାଇରାଲ

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ହଲିଉଡ୍‌ରେ କାମ କରୁଛନ୍ତି। ଅଭିନୟ ସହ ସେ ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ ବି କରୁଛନ୍ତି। ସେ କେବଳ ଜଣେ ଅଭିନେତ୍ରୀ ନୁହେଁ, ଜଣେ ଭଲ ହୋଷ୍ଟ ଓ ମା’ ମଧ୍ୟ। ସୋସିଆଲ ମିଡିଆରେ ପ୍ରାୟତଃ ପ୍ରିୟଙ୍କା ସମାଜରେ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ ଫଟୋ ଓ ପୋଷ୍ଟ ସେୟାର କରିଥାନ୍ତି। ଏଥରକ ବି ସେ ଇଷ୍ଟର୍ଣ୍ଣ ୟୁରୋପରେ ୟୁକ୍ରେନ୍‌ରୁ ଆସିଥିବା ଶରଣାର୍ଥୀଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି।

ଭିଡିଓ ସେୟାର କରି ପ୍ରିୟଙ୍କା ଚୋପ୍ରା କହିଛନ୍ତି, ବିଶ୍ୱର ନେତାଙ୍କୁ ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ଯେଉଁ ଓକିଲ ଓ ଆକ୍ଟିଭିଷ୍ଟ ଇଷ୍ଟର୍ଣ୍ଣ ୟୁରୋପରେ ୟୁକ୍ରେନ୍‌ରୁ ଆସିଥିବା ଶରଣାର୍ଥୀଙ୍କୁ ସାହାଯ୍ୟ କରୁଛନ୍ତି, ଆପଣ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଆମେ ଚାହୁଁଛୁ ଯେ ଆପଣ ୟୁକ୍ରେନ୍‌ରୁ ଆସୁଥିବା ଲୋକଙ୍କୁ ସବୁ ପ୍ରକାରର ସହାୟତା ଯୋଗାନ୍ତୁ। ପ୍ରତିଦିନ ୨ ମିଲିୟନ୍‌ ପିଲା ଆଖପାଖ ଦେଶକୁ ଭୟରେ ଚାଲିଆସୁଛନ୍ତି। ସେମାନେ ନିଜ ପାଇଁ ଏକ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି। ସେମାନଙ୍କୁ ସାହାଯ୍ୟ କରନ୍ତୁ।

 

View this post on Instagram

 

A post shared by Priyanka (@priyankachopra)


ପ୍ରିୟଙ୍କା କହିଛନ୍ତି, ୟୁକେ, ଜର୍ମାନୀ, ଜାପାନ, ନରେଓ୍ଵ, ଅଷ୍ଟ୍ରେଲିଆର ନେତାମାନେ ଯଦି ସାକ୍ଷାତ କରୁଛନ୍ତି ତେବେ ଏ ନେଇ ନିଶ୍ଚୟ ଆଲୋଚନା କରନ୍ତୁ। ଆପଣ ଏମାନଙ୍କ ପାଇଁ ଯେତେ ପାରୁଛନ୍ତି ସେତେ ଫଣ୍ଡ୍‌ ଯୋଗାଡ଼ କରନ୍ତୁ। ଏହା ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ଶରଣାର୍ଥୀ କ୍ରାଇସିସ୍‌ ବୋଲି କହିଛନ୍ତି ପ୍ରିୟଙ୍କା ଚୋପ୍ରା।

ସୂଚନାଯୋଗ୍ୟ ଯେ ନିକଟରେ ମା’ ବନିଛନ୍ତି ପ୍ରିୟଙ୍କା ଚୋପ୍ରା। ସେ ସରୋଗେସୀ ସାହାଯ୍ୟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। କିଛିଦିନ ପୂର୍ବରୁ ପ୍ରିୟଙ୍କା ହଲିଉଡ୍‌ ଫିଲ୍ମର ସୁଟିଂ ସାରି ଲଣ୍ଡନରୁ ନ୍ୟୁୟର୍କ ଫେରିଛନ୍ତି। ଏବେ ପ୍ରିୟଙ୍କା ଓ ନିକ୍‌ ଝିଅର ଦେଖାଶୁଣା କରୁଛନ୍ତି।

Also Read: ବେଙ୍ଗାଲୁରୁର ୬ଟି ସ୍କୁଲକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ, ଇମେଲ୍‌ରେ ଆସିଛି ଏହି ଚେତାବନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.