ପିଲାଙ୍କ ସୁରକ୍ଷା ପାଇଁ ଭାବବିହ୍ଵଳ ହୋଇ ସାହାଯ୍ୟ ମାଗିଲେ ପ୍ରିୟଙ୍କା, ସେୟାର କଲେ ପୋଷ୍ଟ

ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ତାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ପରିଚୟର ଆବଶ୍ୟକତା ନାହିଁ। ଏବେ ପ୍ରିୟଙ୍କା ସ୍ୱାମୀ ନିକଙ୍କ ସହିତ ବ୍ୟସ୍ତ ରହିଛନ୍ତି। ନିକଟରେ ପ୍ରିୟଙ୍କାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା । ଏହା ମଧ୍ୟରେ ପ୍ରିୟଙ୍କା ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଏକ ଛୋଟ ଝିଅ ପାଇଁ ଇମୋସନାଲ ପୋଷ୍ଟ ଲେଖି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ପ୍ରିୟଙ୍କା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି। ନିଜ ବ୍ୟସ୍ତବହୁଳ ସିଡ୍ୟୁଲ ମଧ୍ୟରୁ ସମୟ କାଢି ପ୍ରିୟଙ୍କା ସୋସିଆଲ ମିଡିଆ ଜରିଆରେ ନିଜର ବଚାର ଏବଂ ଫଟୋ, ଭିଡିଓ ସେୟାର କରନ୍ତି। ଏହା ମଧ୍ୟରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନରୁ ଅଧିକ ଦିନ ବିତିଗଲାଣି। ଏଠାରେ ଫସିଥିବା ପିଲାଙ୍କୁ ନେଇ ପ୍ରିୟଙ୍କା ବେଶ୍‌ ଚିନ୍ତିତ ରହିଛନ୍ତି।

ପ୍ରିୟଙ୍କା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭାବବିହ୍ଵଳ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ୧୦୦ ଦିନର ମୃତ୍ୟୁ, ୧୦୦ ଦିନର ଯନ୍ତ୍ରଣା, ୧୦୦ ଦିନର ଡର, ୧୦୦ ଦିନର ଯୁଦ୍ଧ । ଏବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ସ୍ଥିତି ଆସିଯାଇଛି। ଏହାସହିତ ପ୍ରିୟଙ୍କା ୟୁନିସେଫର ଦୃଷ୍ଟି ଆକର୍ଷଣ ପାଇଁ ଲେଖିଛନ୍ତି, ପରିବାର ସଂଘର୍ଷ ଏବଂ କୋଭିଡ ମହାମାରୀ ମଧ୍ୟରେ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ। ୟୁନିସେଫ ମଧ୍ୟ ପିଲାଙ୍କ ସମର୍ଥନ ପାଇଁ ଏମିତି କରୁଛି।

pc
Photo credit: ABP Live.com

ଏହି ପ୍ରଥମ ଥର ପାଇଁ ନୁହେଁ। ପ୍ରିୟଙ୍କା ପୂର୍ବରୁ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ୨୫ ଫେବୃଆରୀରେ ନିଜ ମତ ରଖିଥିଲେ। ଯୁଦ୍ଧର ଦ୍ୱିତୀୟ ଦିନରେ ପ୍ରିୟଙ୍କା ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଯେଉଁଥିରେ ୟୁକ୍ରେନରୁ ପଳାୟନ କରୁଥିବା ଲୋକ ଦେଖିବାକୁ ମିଳିଥିଲା।