ଚତୁର୍ଥ ଥର ପାଇଁ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥଙ୍କ ନିର୍ବନ୍ଧ! ଭାଇରାଲ ହେଲା ନୂଆ ମଙ୍ଗେତରଙ୍କ ଫଟୋ

ଗତବର୍ଷ ପ୍ରିୟଙ୍କା ଚୋପ୍ରାଙ୍କ ପରିବାର ଧୁମ୍‌ଧାମରେ ପ୍ରିୟଙ୍କାଙ୍କ ସାନଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ନିର୍ବନ୍ଧ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଛାଇଯାଇଥିଲା। ପ୍ରିୟଙ୍କା ମଧ୍ୟ ଲମ୍ବା ଛୁଟି ନେଇ ଭାଇର ନିର୍ବନ୍ଧ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। କିନ୍ତୁ ହଠାତ୍‌ ଖବର ଆସିଥିଲା ଯେ ପ୍ରିୟଙ୍କାଙ୍କ ଭାବୀ ଭାଉଜ ବାହାଘର ଭାଙ୍ଗିଦେଇଛନ୍ତି। କିନ୍ତୁ ଏବେ ପୁଣିଥରେ ସିଦ୍ଧାର୍ଥ ନିଜ ନୂଆ ମଙ୍ଗେତରଙ୍କ ସହିତ ନଜର ଆସିଛନ୍ତି।

 

View this post on Instagram

 

#priyankachopra mom and son with his fiancee today at an event #viralbhayani @viralbhayani

A post shared by Viral Bhayani (@viralbhayani) on

ନିକଟରେ ସିଦ୍ଧାର୍ଥ ତାଙ୍କୁ ନେଇ ଏକ ଇଭେଣ୍ଟରେ ସାମିଲ ହୋଇଥିଲେ। ଏହି ଫଟୋକୁ ଭାଇରାଲ ଭୟାନୀ ନିଜ ପେଜ୍‌ରେ ଶେୟାର କରିଛନ୍ତି, ଯେଉଁଥିରେ ସେ ସାଉଥ୍‌ ଅଭିନେତ୍ରୀ ନୀଲମ୍‌ ଉପାଧ୍ୟାୟଙ୍କୁ ସିଦ୍ଧାର୍ଥଙ୍କ ମଙ୍ଗେତର ଦର୍ଶାଇଛନ୍ତି। ସିଦ୍ଧାର୍ଥ ଚୋପ୍ରା ଓ ନୀଲମ୍‌ ଉପାଧ୍ୟାୟଙ୍କ ଡେଟିଂ ଖବରକୁ ନେଇ ଆଜିକାଲି ଖୁବ୍‌ ଚର୍ଚ୍ଚା ଚାଲିଛି। ଦୁଇଜଣ ନିକଟରେ ଅମ୍ବାନୀଙ୍କ ପାର୍ଟିରେ ଏକାଠି ନଜର ଆସିଥିଲେ।

a11

କହି ରଖୁଛୁ, ଏହାପୂର୍ବରୁ ୨୦୧୪ରେ ସିଦ୍ଧାର୍ଥଙ୍କ ବିବାହ ଭାଙ୍ଗିଯାଇଥିଲା। ସେହି ସମୟରେ ସିଦ୍ଧାର୍ଥ କନିକା ମାଥୁରଙ୍କୁ ବିବାହ କରିଥାଆନ୍ତେ। ଦୁଇଜଣ ଗୋଆରେ ଡେଷ୍ଟିନେଶନ େଓ୍ଵଡିଂ କରିବାର ନିଷ୍ପତ୍ତି ମଧ୍ୟ ନେଇଥିଲେ। କିନ୍ତୁ ଏହି ଦିନ କେବେ ବି ଆସି ନ ଥିଲା। ସେହିପରି କିଛିଦିନ ପୂର୍ବେ ଗାର୍ଲଫ୍ରେଣ୍ଡ ଇଶିତା କୁମାରଙ୍କ ସହିତ ନିର୍ବନ୍ଧ ଏବଂ ବିବାହ ପାଇଁ ପୂରା ପ୍ରସ୍ତୁତିପର୍ବ ଚାଲିଥିଲା। କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିଲା।

You might also like