ବଡ ପରଦାକୁ ଫେରୁଛନ୍ତି ଦେଶୀଗର୍ଲ, ବଲିଉଡ୍ ର ହାଇପେଡ୍ ଲିଷ୍ଟରେ ଯୋଡିହେଲେ ପ୍ରିୟଙ୍କା

ବଲିଉଡର ଜଣେ ନାମିଦାମୀ କଳାକାରଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ଆସିଥାଏ । ସେ ଦେଶୀଗର୍ଲ ଭାବରେ ବଲିଉଡ଼ ଜଗତରେ ବେଶ ପରିଚିତ । ନିଜର ସ୍ୱତନ୍ତ୍ର ଅଭିନୟ ବଳରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରିଛନ୍ତି । ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ହିନ୍ଦୀ ଫିଲ୍ମରୁ ଦୂରରେ ଅଛନ୍ତି ।

ଏହି ଅଭିନେତ୍ରୀଙ୍କୁ ଶେଷଥର ପାଇଁ ୨୦୧୯ରେ ରିଲିଜ୍ ହୋଇଥିବା ଫିଲ୍ମ “ଦି ସ୍କାଏ ଇଜ୍ ପିଙ୍କ”ରେ ଦେଖିବାକୁ ମିଳିଥିଲା ।  ସେ ପ୍ରାୟ ୬ ବର୍ଷ ପରେ ବଲିଉଡ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରିୟଙ୍କା ନିକଟରେ ଏସଏସ ରାଜାମୌଲିଙ୍କ ଫିଲ୍ମ ସାଇନ୍ କରିଛନ୍ତି। ଏଥିପାଇଁ ସେ ମୋଟା ଅଙ୍କର ଫି’ ଚାର୍ଜ କରିଛନ୍ତି । ଯାହା ପରେ ସେ ଭାରତର ସବୁଠାରୁ ଅଧିକ ଫି’ ନେଉଥିବା ଅଭିନେତ୍ରୀ ଙ୍କ ତାଲିକାରେ ତାଙ୍କ ନାମ ରହିଛି ।

ଏସ୍ ଏସ୍ ରାଜମୌଲିଙ୍କ ଫିଲ୍ମ SSMB29 ସାଇନ୍ କରିଛନ୍ତି । ଫିଲ୍ମ ପାଇଁ ସେ ୩୦ କୋଟି ଟଙ୍କା ନେଇଛନ୍ତି ଦେଶି ଗାର୍ଲ । ପ୍ରିୟଙ୍କା ଭାରତର ସର୍ବାଧିକ ଫି’ ନେଉଥିବା ଅଭିନେତ୍ରୀଙ୍କ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି।

SSMB29 ଏକ ଆକ୍ସନ-ଆଡଭେଞ୍ଚର ଫିଲ୍ମ। ଫିଲ୍ମରେ ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ ଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତୀତ ଏହି ଫିଲ୍ମରେ ଜନ୍ ଆବ୍ରାହମ ମଧ୍ୟ ନଜର ଆସିବେ। ରାଜାମୌଲିଙ୍କ ଫିଲ୍ମରେ ଜନ୍ ଆବ୍ରାହମ ପୃଥ୍ୱୀରାଜ ସୁକୁମାରନଙ୍କ ସ୍ଥାନ ନେଇଛନ୍ତି ।  ଏହି ଫିଲ୍ମ ମାଧ୍ୟମରେ ଜନ୍ ଏବଂ ପ୍ରିୟଙ୍କା ୧୭ ବର୍ଷ ପରେ ପରଦାରେ ଏକାଠି ନଜର ଆସିବେ।

ଏହା ପୂର୍ବରୁ ଦୁହେଁ ୨୦୦୮ରେ ଆସିଥିବା ଫିଲ୍ମ “ଦୋସ୍ତାନା”ରେ ଏକାଠି ନଜର ଆସିଥିଲେ। ସୂଚନାନୁସାରେ ଏହାପୂର୍ବରୁ ଦୀପିକା ପାଦୁକୋନ ଫିଲ୍ମ ‘ପଦ୍ମାବତ’ ପାଇଁ ଫି ଭାବରେ ୧୩ କୋଟି ଟଙ୍କା ପାଇଥିଲେ। କୌଣସି ମହିଳା ଅଭିନେତ୍ରୀଙ୍କ ପାଇଁ ସର୍ବାଧିକ ଫି ବୋଲିବୋଲି ବିବେଚନା କରାଯାଉଥିଲା । ଏହି ଚଳଚ୍ଚିତ୍ରରେ କାମ କରୁଥିବା ପୁରୁଷ ଅଭିନେତା ରଣଭୀର ସିଂ ଏବଂ ସହିଦ କପୁର ପ୍ରତ୍ୟେକଙ୍କୁ ୧୦ କୋଟି ଟଙ୍କା ପାଇଛନ୍ତି ।

Also read:ଏତରାଜ ୨ରେ ନଜର ଆସିବେ ନାହିଁ ପ୍ରିୟଙ୍କା ଚୋପ୍ରା, ନିର୍ଦ୍ଦେଶକ କଲେ ଏହାର ଖୁଲାସା

 

You might also like