ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ ଏବଂ ଏହା ବିଷୟରେ ସମସ୍ତେ ଅବଗତ ଅଛନ୍ତି । ପ୍ରିୟଙ୍କା କେବଳ ଚଳଚ୍ଚିତ୍ରରେ ଅଭିନୟ କରି ବହୁତ ଟଙ୍କା ରୋଜଗାର କରନ୍ତି ନାହିଁ, ତାଙ୍କର ନିଜର ପ୍ରଡକ୍ସନ୍ କମ୍ପାନୀ ମଧ୍ୟ ଅଛି । ଏହା ବ୍ୟତୀତ ତାଙ୍କର ଏକ ରେଷ୍ଟୁରାଣ୍ଟ ମଧ୍ୟ ଅଛି । ପ୍ରିୟଙ୍କା ଚୋପ୍ରା କିଛି ବର୍ଷ ପୂର୍ବେ ନ୍ୟୁୟର୍କରେ ଏକ ରେଷ୍ଟୁରାଣ୍ଟ ‘ସୋନା’ ଆରମ୍ଭ କରିଥିଲେ ।
ଅଭିନେତ୍ରୀ ପାର୍ଟନରସିପରେ ଏହି ରେଷ୍ଟୁରାଣ୍ଟ ଚଳାଉଥିଲେ, କିନ୍ତୁ ସେମାନେ କିଛି ମାସ ପୂର୍ବରୁ ସେମାନଙ୍କର ପାର୍ଟନରସିପ ଶେଷ କରିଥିଲେ । ବର୍ତ୍ତମାନ ‘ସୋନା’ର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରାଯାଇଛି, ଯାହା ମାଧ୍ୟମରେ ଅଭିନେତ୍ରୀଙ୍କ ରେଷ୍ଟୁରାଣ୍ଟ ବନ୍ଦ ହେବାକୁ ଯାଉଛି ବୋଲି ସୂଚନା ଦିଆଯାଇଛି । ପ୍ରିୟଙ୍କା ଚୋପ୍ରାଙ୍କ ନ୍ୟୁୟର୍କରେ ଥିବା ଭାରତୀୟ ରେଷ୍ଟୁରାଣ୍ଟ ‘ସୋନା’ ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି ।
‘ସୋନା’ ନ୍ୟୁୟର୍କ ଇନଷ୍ଟାଗ୍ରାମରେ ଘୋଷଣା କରିଛି ଯେ ଏହି ରେଷ୍ଟୁରାଣ୍ଟ ଜୁନ୍ ୩୦ରୁ ସବୁଦିନ ପାଇଁ ବନ୍ଦ ରହିବ । ପ୍ରିୟଙ୍କା ଚୋପ୍ରା ତିନି ବର୍ଷ ପୂର୍ବେ ଭାରତୀୟ ଶୈଳୀରେ ପୂଜାର୍ଚନା କରି ନିଜ ରେଷ୍ଟୁରାଣ୍ଟ ଉଦଘାଟନ କରିଥିଲେ ଯେଉଁଥିରେ ଅଭିନେତ୍ରୀଙ୍କ ସ୍ୱାମୀ ନିକ ଜୋନାସ ଏବଂ ତାଙ୍କ ପରିବାର ଉପସ୍ଥିତ ଥିଲେ । ଅନେକ ସେଲିବ୍ରିଟି ନ୍ୟୁୟର୍କରେ ଭାରତୀୟ ଖାଦ୍ୟ ସନ୍ଧାନରେ ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ ଯାଆନ୍ତି ।
କିନ୍ତୁ ଏବେ ରେଷ୍ଟୁରାଣ୍ଟ ଦ୍ୱାରା ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଯାହାର କ୍ୟାପସନରେ ଲେଖା ଅଛି – ‘ପ୍ରାୟ ତିନି ବର୍ଷରୁ ଅଧିକ ସମୟ ପରେ ‘ସୋନା’ ବନ୍ଦ ହୋଇଯିବ । ରେଷ୍ଟୁରାଣ୍ଟକୁ ଆସୁଥିବା ପ୍ରତ୍ୟକ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ନିଜ ଟିମକୁ ମଧ୍ୟ ଅଶେଷ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ଅତିଥିମାନଙ୍କୁ ସୁସ୍ୱାଦୁ ଖାଦ୍ୟ, ସୁଖ ଏବଂ ପ୍ରେମ ପରିବେଷଣ କରିଥିଲେ । ‘ସୋନା’ ଶେଷ ସର୍ଭିସ ଜୁନ୍ ୩୦ ରେ ବ୍ରଞ୍ଚ୍ ଆକାରରେ ହେବ ଏବଂ ଆମର ଦ୍ୱାର ଆପଣଙ୍କ ପାଇଁ ଖୋଲା ଅଛି । ”
୨୦୨୧ ମସିହାରେ ପ୍ରିୟଙ୍କା ଚୋପ୍ରା ମନୀଷ ଗୋୟଲଙ୍କ ସହଯୋଗରେ ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ । ତେବେ ଅଭିନେତ୍ରୀ କିଛି ମାସ ପୂର୍ବରୁ ତାଙ୍କ ସହ ପାର୍ଟନରସିପ ଶେଷ କରିଥିଲେ । ଏହା ପରେ ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟ ଟିମ୍ ଏକ ଷ୍ଟେଟମେଣ୍ଟ ଜାରି କରି ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଏହି ରେଷ୍ଟୁରାଣ୍ଟ ସବୁଦିନ ପାଇଁ ବନ୍ଦ ରହିବ । ସୂଚନାଯୋଗ୍ୟ, ପୂର୍ବରୁ ପ୍ରିୟଙ୍କା ଅନେକ ଥର ସୋସିଆଲ ମିଡିଆରେ ତାଙ୍କ ରେଷ୍ଟୁରାଣ୍ଟକୁ ପ୍ରୋତ୍ସାହିତ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।