ନ୍ୟୁୟର୍କ ବେଭର୍ଲିହିଲସରେ ପ୍ରିୟଙ୍କା-ନିକଙ୍କ ନୂଆ ଘର, ଦାମ୍ ସାଢ଼େ ୬୦ ଲକ୍ଷ ଡଲାର

ମୁମ୍ବାଇ : ବାହାଘର ପରେ କେଉଁଠି ରହିବେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ୍ । ଏକଥା ଏବେ ସ୍ପଷ୍ଟ ହୋଇଯାଇଛି । ନ୍ୟୁୟର୍କ ବେଭର୍ଲି ହିଲସରେ ଏକ ବିଶାଳ ପ୍ରାସଦ କିଣିଛନ୍ତି ଏହି ସେଲିବ୍ରିଟି କପଲ୍ । ଯାହାର ଦାମ୍ ହେଉଛି ସାଢ଼େ ୬୦ ଲକ୍ଷ ଡଲାର । ଉଭୟ ପ୍ରିୟଙ୍କା ଓ ନିକଙ୍କ ପସନ୍ଦକୁ ନଜରରେ ରଖି ଘର ସଜା ଯାଇଛି । ଆସନ୍ତା ନଭେମ୍ବର ମାସରେ ବାହାଘର ପରେ ସେମାନେ ଏହି ଘରେ ଏକାଠି ରହିବେ । ତିନି ମାସ ତଳେ ନିକ୍ ଏହି ଘରଟି କିଣିଥିଲେ । ଘରଟିକୁ ପରେ ଡିଜାଇନ୍ କରାଯାଇଛି ।

PRIYNKA HOME-1

ଘରଟି ୪,୧୨୯ ସ୍କୋୟାରଫୁଟ ଜାଗାରେ ରହିଛି । ଏଥିରେ ରହିଛି ୫ଟି ବେଡରୁମ୍, ସାଢ଼େ ୪ଟି ବାଥରୁମ୍। ଇନଡୋର ଓ ଆଉଟଡୋର ପ୍ରତ୍ୟେକ ଜାଗାର ସୌନ୍ଦର୍ଯ୍ୟତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସୂର୍ଯ୍ୟଙ୍କ ଆଲୋକ ଯେଭଳି ଘରର ସବୁ ଜାଗାରେ ପଡ଼ି ପାରିବ ସେ ବ୍ୟବସ୍ଥା ମଧ୍ୟ କରାଯାଇଛି । ପୁଣି ବଡ଼ ବଡ଼ ଇଣ୍ଡୋର ପାର୍ଟି ପାଇଁ ରହିଛି ସ୍ବତନ୍ତ୍ର ଜାଗା ।

PRIYNKA HOME-4

ଆକର୍ଷଣୀୟ ସୁଇମିଂ ପୁଲ୍, ଅତିଥିଙ୍କ ପାଇଁ ଅଲଗା ଗେଷ୍ଟହାଉସ୍ ଆଦି ମଧ୍ୟ କରାଯାଇଛି । ଏହାକୁ ଡିଜାଇନ୍ କରିଛନ୍ତି ଜଣାଶୁଣା ଡିଜାଇନ୍ ଫାର୍ମ ସ୍ପେସ୍ ଇଣ୍ଟରନେସନାଲ ଏବଂ ଲ୍ୟାଣ୍ଡସ୍କେପ୍ ଡିଜାଇନର କ୍ୟାଥେଲିନ୍ ଫର୍ଗୁସନ୍ ।

PRIYNKA HOME-2

ଦୀପିକା ନିମନ୍ତ୍ରଣ କରିଛନ୍ତି ପ୍ରିୟଙ୍କାଙ୍କୁ

ପେସାରେ ସେମାନେ ପ୍ରତିଦ୍ବନ୍ଦ୍ବୀ । ସେମାନଙ୍କ ଭିତରେ ମନାନ୍ତର ମଧ୍ୟ ରହିଛି ବୋଲି ବଲିଉଡରେ ଚର୍ଚ୍ଚା ହୁଏ । ତଥାପି ଦୀପିକା ପାଦୁକୋନ୍ ତାଙ୍କ ବାହାଘରକୁ ନିମନ୍ତ୍ରଣ କରିଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରାଙ୍କୁ । ବାଜିରାଓ ମସ୍ତାନୀରେ ଦୁହେଁ ଅଭିନୟ କରିଥିଲେ । ତା ପରଠାରୁ ଆଉ ସେମାନଙ୍କ ଭିତରେ ସମ୍ପର୍କ ନାହିଁ । ତେବେ ଆଗାମୀ ନଭେମ୍ବର ୧୪ ଓ ୧୫ ତାରିଖରେ ହେବାକୁ ଥିବା ରଣବୀର-ଦୀପିକାଙ୍କ ବାହାଘରରେ ପ୍ରିୟଙ୍କା ଯୋଗ ଦେବାକୁ ନିମନ୍ତ୍ରଣ ପାଇଛନ୍ତି । ବିଶ୍ବସ୍ତ ସୂତ୍ରରୁ ଯାହା ଶୁଣିବାକୁ ମିଳିଛି, ଦୀପିକା ଚାହିଁଥିଲେ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କରିବା ପାଇଁ । ଏବେ ଦେଖିବାର କଥା ନିଜ ବାହାଘର ପାଇଁ ପ୍ରସ୍ତୁତି କରୁଥିବା ପ୍ରିୟଙ୍କା ଦୀପିକାଙ୍କ ବାହାଘରକୁ ଯାଉଛନ୍ତି ନା ନାହିଁ ।