କାର୍ଥିଙ୍କ ଫ୍ୟାନ୍ସକୁ ଲାଗିଲା ବଡ ଝଟକା ! ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅପଡେଟ ସେୟାର କଲେ “ସର୍ଦାର 2” ର ପ୍ରଡ୍ୟୁସର

ଆପଣ ଜାଣି ଖୁସି ହେବେ ସର୍ଦାର ଫିଲ୍ମର ପ୍ରଥମ ପାର୍ଟଟି ସଫଳତାର ଶୀର୍ଷରେ ପହଞ୍ଚିବା ପରେ “ସର୍ଦାର 2” ଫିଲ୍ମର ପ୍ରସ୍ତୁତିକୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ରିଲିଜ ହେବାକୁ ଥିବା “ସର୍ଦାର 2” ଫିଲ୍ମର ସୁଟିଂ ସେଟରେ ଘଟିଥିଲା ଏକ ଘଟଣା ।  “ସର୍ଦାର 2” ର ହାଇଆକ୍ସନ ସିନ୍ ସୁଟିଂ ସମୟରେ ଫିଲ୍ମର ମୁଖ୍ୟ ଅଭିନେତା କାର୍ଥି ଆହତ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହାକୁ ନେଇ ଜୋରସୋରରେ ଖବର ପ୍ରଚାର ହେବାରେ ଲାଗିଥିଲା । ତେବେ ଏହାରି ଭିତରେ କାର୍ଥିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଫ୍ରେସ ଅପଡେଟ୍ ସେୟାର କରିଛନ୍ତି ଫିଲ୍ମର ପ୍ରଡ୍ୟୁସର ଲକ୍ଷ୍ମଣ ।

“ସର୍ଦାର 2” ଫିଲ୍ମରେ ସୂର୍ଯ୍ୟାଙ୍କ ସହ ହାଇଆକ୍ସନ ସିନ୍ ସୁଟିଂ ବେଳେ ଫିଲ୍ମର ମୁଖ୍ୟ ଅଭିନେତାଙ୍କ ଲିଗାମେଣ୍ଟରେ ଆଘାତ ଲାଗିଥିଲା । ପ୍ରାପ୍ତ ସୂଚନାନୁଯାୟୀ ମହିସୁରରେ ସୁଟିଂ ଚାଲିଥିଲା । ସେହିଠାରେ ଏପରି ଅଘଟଣ ଘଟିଥିଲା ।  ସୁଟିଂ ସେଟରୁ ହିଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କାର୍ଥିଙ୍କ ସ୍ୱାସ୍ଥ୍ୟକୁ ନେଇ ବିଶେଷ ଅପଡେଟ ଦେଇଛନ୍ତି ଫିଲ୍ମର ପ୍ରଡ୍ୟୁସର ଲକ୍ଷ୍ମଣ ।

କାର୍ଥି ଚିକିତ୍ସାଧୀନ ଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଡାକ୍ତର କଣ କହିଛନ୍ତି ସେ ସମ୍ପର୍କରେ ଫିଲ୍ମର ନିର୍ମାତା ସୂଚନା ଦେଇଛନ୍ତି । କାର୍ଥିଙ୍କ ଲିଗାମେଣ୍ଟ ସମ୍ପୂର୍ଣ୍ଣ ଛିଣ୍ଡିଯାଇଛି ବୋଲି ସ୍ପଷ୍ଟୀକରଣରେ କହିଛନ୍ତି ଲକ୍ଷ୍ମଣ । ଡାକ୍ତର କାର୍ଥିଙ୍କୁ ଗୋଟିଏ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ନିର୍ମାତା ଆହୁରି ମଧ୍ୟ କହିଛନ୍ତି, ସୌଭାଗ୍ୟବଶତଃ ବଡ ଅଘଟଣରୁ ଅଳ୍ପକେ ସେ ବର୍ତ୍ତିଯାଇଛନ୍ତି  । ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ବାହାରେ ହେବାକୁ ଥିବା ସୁଟିଂ ଶେଷ ହୋଇଯାଇଛି ଏବଂ ମାର୍ଚ୍ଚ ୧୦ରୁ ପୁଣି ଏହି ଫିଲ୍ମର ଅବଶିଷ୍ଟ ସିନର ସୁଟିଂ ଆରମ୍ଭ ହେବ ।

୨୦୨୨ ରେ ସର୍ଦାର ଫିଲ୍ମର ବଡ ସଫଳତାକୁ ନେଇ ପ୍ରଡ୍ୟୁସର ପି.ଏସ. ଚେନ୍ନାଇର ଏକ ମିଡ଼ିଆ ଇଭେଣ୍ଟରେ ନିଶ୍ଚିତ କରିଥିଲେ । ପ୍ରମୋସନାଲ ଟିଜର ମାଧ୍ୟମରେ ଫିଲ୍ମ ପ୍ରସ୍ତୁତି ପାଇଁ ଅଫିସିଆଲ ଭାବେ ଘୋଷଣା କରାଯାଇଥିଲା । “ସର୍ଦାର 2” ଫିଲ୍ମରେ କାର୍ଥି ଡବଲ ରୋଲରେ ନଜର ଆସିବେ । କାର୍ଥିଙ୍କ ଦମଦାର ଅଭିନୟ ଦେଖିବାକୁ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ଦର୍ଶକ । ସର୍ଦାର ଫିଲ୍ମରେ କାର୍ଥିଙ୍କ ସହ ରାଜିଶା ବିଜୟନ ପ୍ରମୁଖ ଭୂମିକାରେ ନଜର ଆସିବେ । ଏସଜେ ସୂର୍ଯ୍ୟା, ମାଲବିକା, ମୋହନନ ଏବଂ ଆସିକା ରଙ୍ଗନାଥ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ । ଚଳିତ ବର୍ଷ  “ସର୍ଦାର 2” ବ୍ୟତୀତ କୈଥି 2, ଭା ଭାଥିୟାର ଭଳି ଦୁଇ ଦୁଇଟି ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ କାର୍ଥି । ଏହି ସବୁ ଫିଲ୍ମ ଚଳିତ ବର୍ଷ ଫିଲ୍ମ ହଲରେ ରିଲିଜ ହେବ ।

Also Read:ଗୋବିନ୍ଦାଙ୍କ ସହ ଛାଡପତ୍ର ଗୁଜବକୁ ନେଇ ମୁହଁ ଖୋଲିଲେ ସୁନିତା ଆହୁଜା, କହିଲେ ବଡ଼ କଥା