ରିଲିଜ୍‌ ହେଲା ‘Into The Wild With Bear Grylls’ର ପ୍ରୋମୋ, ହିଂସ୍ର ପ୍ରାଣୀ, ଜଙ୍ଗଲ ରାସ୍ତାରେ ବି ନିଜ ଷ୍ଟାଇଲ୍‌କୁ ଛାଡ଼ିଲେନି ରଜନୀକାନ୍ତ

ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବୋବାଲ୍‌ କରୁଛି। ନିକଟରେ ‘Into The Wild With Bear Grylls’ର ପ୍ରୋମୋ ରିଲିଜ୍‌ ହୋଇଥିବା ବେଳେ ଏହାକୁ ରିଲିଜ୍‌ କରିଛନ୍ତି ଶୋ’ର ହୋଷ୍ଟ୍‍ ବେୟର ଗ୍ରିଲ୍ସ। ଭିଡିଓରେ ରଜନୀକାନ୍ତଙ୍କ ଧାଁସୁ ଷ୍ଟାଇଲ୍‌ ଦେଖିବାକୁ ମିଳୁଛି। ରିଲିଜ୍‌ ହେଉ ହେଉ ଭିଡିଓଟି ଭାଇରାଲ ହୋଇଯାଇଛି।

j2

ଏହି ପ୍ରୋମୋକୁ ଟୁଇଟରରେ ଶେୟାର କରି ବେୟର ଗ୍ରିଲ୍ସ କ୍ୟାପସନ ଲେଖିଥିଲେ, ‘ସୁପରଷ୍ଟାର ରଜନୀକାନ୍ତଙ୍କ ସକାରାତ୍ମକତା ଏବଂ କଦାପି ହାର୍‌ ମାନୁ ନ ଥିବା ସ୍ୱଭାବ ଜଙ୍ଗଲରେ ବି ଦେଖିବାକୁ ମିଳିଛି। ଯେଉଁ କାରଣରୁ ସେ ନିଜକୁ ମିଳୁଥିବା ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ଦେଖନ୍ତୁ, ୨୩ ମାର୍ଚ୍ଚ, ରାତି ୮ଟାରେ ‘Into The Wild With Bear Grylls’।

j3

ରଜନୀକାନ୍ତ ଓ ବେୟର ଗ୍ରିଲ୍ସଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛି। ସେମାନେ ବାନ୍ଦୀପୁର ଟାଇଗର ରିଜର୍ଭ ପାର୍କରେ ଏହାର ଶୁଟିଂ କରିଥିଲେ। ଶୁଟିଂ ବେଳେ ରଜନୀକାନ୍ତ ଆହତ ହେବା ଖବର ମଧ୍ୟ ସାମ୍ନାକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.