ବଲିଉଡରେ ବେଶ୍‌ ପ୍ରଭାବ ପକାଇପାରିନି କରୋନା, ବାରମ୍ବାର ଦେଖିବାକୁ ଯାଉଛନ୍ତି ଫିଲ୍ମ

ଟାଇଗର ଶ୍ରଫ୍‌ ଏବଂ ଶ୍ରଦ୍ଧା କପୁର ପୁଣି ଥରେ ବାଗୀ ସିରିଜ୍‌ ନେଇ ଆସିଛନ୍ତି। ବାଗୀ ୩ ଦେଖିବା ପାଇଁ ମଧ୍ୟ ଫ୍ୟାନ୍ସମାନେ ଖୁବ୍‌ ଆଗ୍ରହର ସହ ଅପେକ୍ଷା କରି ରହିଥିଲେ। ଫିଲ୍ମ ସମୀକକ୍ଷଙ୍କ ମୁତାବିକ ପ୍ରଥମ ଦିନ ଟାଇଗରଙ୍କ ଅଭିନୀତ ଫିଲ୍ମ ‘ବାଗୀ ୩’ ପାଖାପାଖି ୨୦ ରୁ ୨୨ କୋଟି ଟଙ୍କା କଲେକ୍ସନ କରିଥିଲା। କୁହାଯାଉଛି ଦେଶ-ଦୁନିଆରେ ବ୍ୟାପିଥିବା କରୋନା ଭାଇରସରୁ ବାଗୀ ୩ ମଧ୍ୟ ପ୍ରଭାବିତ ହୋଇପାରେ। ହୋଇପାରେ ଏହି ଭୟରେ ଲେକମାନେ ଫିଲ୍ମ ଦେଖିବା ପାଇଁ ହଲ୍‌କୁ ନଯାଇପାରନ୍ତି। କିନ୍ତୁ ଟାଇଗରଙ୍କ ଫ୍ୟାନ୍ସ ବାରମ୍ବାର ଏହି ଫିଲ୍ମ ଦେଖିବା ପାଇଁ ହଲ୍‌ରେ ପହଞ୍ଚିଛନ୍ତି।

baaghi-3ଫିଲ୍ମ ବିଷୟରେ କହିବାକୁ ଗଲେ ଟାଇଗର ଏବଂ ରିତେଶ ଦୁଇ ଭାଇ। ଫିଲ୍ମରେ ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ରିତେଶ ଟାଇଗରଙ୍କର ଶାନ୍ତ ସରଳ ଭାଇ ଭୂମିକାରେ ଅଭିନୟ କରିଛନ୍ତି। ଯାହାଙ୍କୁ କେବେ ବି କିଛି କହିବା ମାତ୍ରେ ହିଁ ଯନ୍ତ୍ରଣା ଟାଇଗରଙ୍କୁ ହୋଇଥାଏ। ଟ୍ରେଲରରେ ଦେଖିବାକୁ ମିଳିଛି ଥରେ ତାଙ୍କ ଭାଇଙ୍କୁ କେହି ଜଣେ ଚାପୁଡା ମାରିବା ପରେ ଟାଇଗର ସେହି ଗୁଣ୍ଡାମାନଙ୍କର ଅବସ୍ଥା ପୁରା ଖରାପ କରିଦେଇଥିଲେ। ସେହିଭଳି ଏଭଳି ଏକ ସମୟ ଆସିଲା ଯେତେବେଳେ ଭାଇକୁ କାମ କରିବା ପାଇଁ ସିରିୟା ଯିବାକୁ ପଡିଲା ଏବଂ ଭାଇ ପୂନର୍ବାର ଫେରିନଥିଲା, ଏହାପରେ ଟାଇଗର ନିଜ ଭାଇକୁ ଖୋଜିବା ପାଇଁ ବଡ ମିଶନ ନେଇ ବାହାରିଥିଲେ।
ସୂଚନା ମୁତାବକ ଟାଇଗର ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି ଫିଲ୍ମରେ ସେ ମଣିଷ ବ୍ୟତୀତ ହେଲିକପ୍ଟର ଏବଂ ଟ୍ୟାଙ୍କ ସହ ଲଢିବାକୁ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.