ଯଦି କଥାବର୍ତ୍ତାରେ ସମାଧାନ ହୋଇପାରିବ, ତେବେ ତିନି ଥର ବିବାହ କାହିଁକି କଲେ ? ପାକ୍ ପ୍ରଧାନମନ୍ତ୍ରୀଙ୍କୁ ରାମ ଗୋପାଳ ବର୍ମାଙ୍କ କଟାକ୍ଷ

ନିଜ ଟ୍ରେଡମାର୍କ ଷ୍ଟାଇଲରେ ଲୋକଙ୍କୁ କମେଂଟ୍ କରିବାରେ ବେଶ୍ ଜଣାଶୁଣା ରାମ ଗୋପାଳ ବର୍ମା । ତାଙ୍କର ଟୁଇଟ୍ ଗୁଡିକ ମଜାଦାର୍ ମଧ୍ୟ ହୋଇଥାଏ, ତେଣିକି ତାହା ବିବାଦୀୟ ହେଉ ନା କାହିଁକି । ଆଉ ରାମ ଗୋପାଳଙ୍କ ତାଜା ଟୁଇଟ୍ ପାକସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଉପରେ । ଯିଏ କହିଥିଲେ ପୁଲୱାମା ଆକ୍ରମଣରେ ଯଦି ପାକିସ୍ତାଦନର ହାତ ଅଛି ତେବେ ଭାରତ ଏହାର ପ୍ରମାଣ ଦେଉ । ଭାରତୀୟ ସେନା ଯୁଦ୍ଧ କଲେ ଜବାବରେ ଆମେ ବି ଯୁଦ୍ଧ କରିବୁ । ଏହା ସହ ଇମରାନ୍ କଥାବର୍ତ୍ତା କରି ସମସ୍ୟାର ସମାଧାନ କରିବାକୁ ମଧ୍ୟ ସଙ୍କେତ ଦେଇଛନ୍ତି ।
ତେବେ ଇମରାନଙ୍କ ଏହି କଥାର ନିଜ ଅନ୍ଦାଜରେ ଜବାବ ଦେଇଛନ୍ତି ନିର୍ଦ୍ଦେଶକ ରାମଗୋପାଳ ବର୍ମା । ପ୍ରଥମ ଟୁଇଟରେ ଇମରାନଙ୍କ ତିନିଟି ଅସଫଳ ବିବାହ ବିଷୟରେ କହିଛନ୍ତି । ଲେଖିଛନ୍ତି, ପ୍ରିୟ ପ୍ରାଇମ୍ ମିନିଷ୍ଟର ଇମରାନ୍ ଖାନ, ଯଦି କଥାବର୍ତ୍ତାରେ ସମସ୍ୟାର ସମାଧାନ ହୋଇଯାଇଥାନ୍ତା ତେବେ ଆପଣଙ୍କୁ ତିନିଟି ବିବାହ କରିବାର ଆବଶ୍ୟକ ପଡିନଥାନ୍ତା ।
ସେହିପରି ଦ୍ବିତୀୟ ଟୁଇଟରେ ଲେଖିଛନ୍ତି ପ୍ରିୟ ପ୍ରାଇମ ମିନିଷ୍ଟର, କଣ ଆପଣ କଣ ଆପଣ ମୁର୍ଖ ଭାରତୀୟଙ୍କୁ ଏକଥାର ଶିକ୍ଷା ଦେଇପାରିବେ, ସେ ବ୍ୟକ୍ତିକୁ କେମିତି ଶିଖିତ କରାଯିବ ଯିଏ ଏକ ଟନ୍ ଜଊଢ ନେଇ ଆପଣଙ୍କ ଉପରେ ବିସ୍ଫୋଟକ କରିବାକୁ ଯାଉଥିବ । ଆଉ ହଁ ଆମେ ଭାରତୀୟ ଆପଣଙ୍କୁ ଏଥିପାଇଁ ଟ୍ୟୁସନ୍ ଫିସ୍ ମଧ୍ୟ ଦେବୁ ସାର୍ ।
ଏହା ପରେ ଅନେକ ଗୁଡିଏ ଟୁଇଟ୍ କରିଛନ୍ତି ରାମ ଗୋପାଳ । ଦେଖନ୍ତୁ ରାମ ଗୋପାଳଙ୍କ ଟ୍ରେଡମାର୍କ ଟୁଇଟ୍ ।
Dear Prime Minister @ImranKhanPTI
If problems can be resolved by dialogue…
You wouldn’t have needed to marry 3 Times🙄
— Ram Gopal Varma (@RGVzoomin) February 20, 2019
Dear Prime Minister @ImranKhanPTI
Can you please educate us dumb Indians on how to have dialogue with a man rushing at you to explode tons of RDX on you ..And ofcourse we all Indians will pay you, your tuition fee Teacher— Ram Gopal Varma (@RGVzoomin) February 20, 2019
Dear Prime Minister @ImranKhanPTI
if America came to know who lives in ur country(Osama) and ur own country doesn’t know who lives in ur own country, is ur country actually a country? ..Me just a dumb Indian asking sir…Please please educate Imran Sir🙏— Ram Gopal Varma (@RGVzoomin) February 20, 2019
Dear Prime Minister @ImranKhanPTI
Nobody told me that jaish e Mohammed ,Lashkar e taiba ,Taliban and Alqaeda are not ur play stations …but I never heard u not denying that u don’t love them Imran sir🙄— Ram Gopal Varma (@RGVzoomin) February 20, 2019
Dear Prime Minister @ImranKhanPTI
I heard that jaish e Mohammed ,Lashkar e taiba ,Taliban and Alqaeda are ur balls which u keep hitting them out of boundaries of pakistan into Indian pavilions .Sir please tell if u think cricket balls are bombs sir. Educate us sir please sir 🙏— Ram Gopal Varma (@RGVzoomin) February 20, 2019