ଏଆର ରେହମାନଙ୍କ ଲାଇଭ କନସର୍ଟରେ ପହଞ୍ଚି ଅଧାରୁ କାର୍ଯ୍ୟକ୍ରମ ବନ୍ଦ କଲା ପୋଲିସ, ଜାଣନ୍ତୁ କାରଣ

ଏଆର ରେହମାନଙ୍କ ଲାଇଭ କନସର୍ଟରେ ପହଞ୍ଚିଲା ପୋଲିସ । ଅଧାରୁ ବନ୍ଦ କଲା ପ୍ରୋଗ୍ରାମ । ୧୦ଟା ରାତି ଯାଏଁ ଅନୁମତି ଆଣି ଅଧିକ ରାତି ଯାଏଁ ପ୍ରୋଗ୍ରାମ କରୁଥିବାରୁ ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ ।

ଏଆର ରେହମାନଙ୍କ ଲାଇଭ କନସର୍ଟର ପହଞ୍ଚି ଅଧାରୁ ପ୍ରୋଗ୍ରାମ ବନ୍ଦ କରିଛି ପୋଲିସ । ମ୍ୟୁଜିକ କନସର୍ଟ ଆୟୋଜନ କରୁଥିବା ଆୟୋଜକ ରାତି ୧୦ଟା ପର୍ଯ୍ୟନ୍ତ ଅନମୁତି ଆଣିଥିଲେ । ହେଲେ ୧୦ ପରେ ରେହମାନଙ୍କ କନସର୍ଟ ଚାଲୁଥିବା ଯୋଗୁଁ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ ।

ଖବର ମୁତାବକ, ପୁନେର ରାଜା ବାହାଦୂର ମିଲ୍‌ ଅଞ୍ଚଳରେ ଏଆର ରେହମାନ ଲାଇଭ କନସର୍ଟ କରୁଥିଲେ । ଏହି କନସର୍ଟରେ ହଜାର ହଜାର ଲୋକେ ଉପସ୍ଥିତ ରହି ରେହମାନଙ୍କ ଗୀତରେ ଝୁମୁଥିଲେ । ଗୀତ ଗାଇବାର ମାହୋଲ ଏତେ ଥିଲା ଯେ ରାତି ୧୦ ପରେ ହୋଇ ୧୧ଟା ବାଜିଯାଇଥିଲା । ଆଉ ସଂଗୀତ କାର୍ଯ୍ୟକ୍ରମ କରୁଥିବା ଆୟୋଜକ ପୋଲିସ ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଅନୁମତି ଆଣିଥିଲେ । ହେଲେ ଅଧିକ ରାତି ହେବାରୁ ପୋଲିସ କାର୍ଯ୍ୟକ୍ରମରେ ପହଞ୍ଚି କନସର୍ଟକୁ ଅଧାରେ ରୋକିଥିଲେ ।

ପୋଲିସ କନସର୍ଟ ବନ୍ଦ କରାଯିବା ନେଇ ଏଆର ରେହମାନଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିବା ପରେ ପୁନେ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏଆର ରେହମାନ ।

ନିକଟରେ ଏଆର ରେହମାନଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ଭାଇରଲ୍ ହୋଇଥିଲା । ଏହି ଭିଡିଓଟି ବିକାନ ସିନେମା ପୁରସ୍କାର ଶୋରୁ, ଯେଉଁଠାରେ ନିକଟରେ ଆର୍ ରହମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଭିଡିଓରେ ଏ.ଆର୍. ରହମାନ ତାଙ୍କ ପତ୍ନୀଙ୍କୁ ହିନ୍ଦୀରେ ନୁହେଁ ତାମିଲ ଭାଷାରେ କଥା ହେବାକୁ କହିଥିଲେ ।

ଏହି ପୁରସ୍କାର ପାଇବା ପରେ ଆର୍ ରହମାନ ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ମଞ୍ଚକୁ ଡାକିଥିଲେ। ସାଇରା ମଞ୍ଚକୁ ଯାଇ ଆର୍ ରହମାନଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇବା ପରେ ଯେତେବେଳେ ଆର୍ ରହମାନ ତାଙ୍କ ପତ୍ନୀଙ୍କୁ କିଛି ଅନୁରୋଧ କରିଥିଲେ। ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ, ଯେ ତାଙ୍କୁ ଉପସ୍ଥିତ ଦର୍ଶକଙ୍କୁ ହିନ୍ଦୀରେ ନୁହେଁ ବରଂ ତାମିଲ ଭାଷାରେ କହିବାକୁ କରିବାକୁ ପଡିବ। ଏହା ଶୁଣି ସାଇରା ଅସହଜ ହୋଇ ପଡିଥିଲେ।