ମନୋରଂଜନ

ପୁନିତ ରାଜକୁମାରଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବ, ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବମ୍ମାଇ

କନ୍ନଡ ସିନେମା ସୁପରଷ୍ଟାର ସ୍ୱର୍ଗତ ଅଭିନେତା ପୁନିତ ରାଜକୁମାରଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବ। ରାଜକୁମାରଙ୍କୁ କର୍ଣ୍ଣାଟକ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ଘୋଷଣା କରିଛନ୍ତି। ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନରେ ଅଭିନେତା ଦଶମ ବ୍ୟକ୍ତି ହେବେ। ଅକ୍ଟୋବର ୨୯ ତାରିଖରେ ହାର୍ଟଆଟାକ ଆସିବା ଯୋଗୁଁ ପରଲୋକ ହୋଇଥିଲା। ମାତ୍ର ୪୬ ବର୍ଷରେ ଦଦୁନିଆ ଛାଡି ଚାଲିଯାଇଥିଲେ।

ବମ୍ମାଇ ସ୍ୱର୍ଗତ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ‘ଅନେକ ଲୋକଙ୍କ ସହ ଆଲୋଚନା କରିବା ପରେ ସେ ପୁନିତ ରାଜକୁମାରଙ୍କୁ କର୍ଣ୍ଣାଟକ ରତ୍ନ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିନେତାଙ୍କ ନାମକୁ ଅମର କରିବା ପାଇଁ ଅନେକ ପରାମର୍ଶ ଆସିଛି। ସରକାରଙ୍କ ଇଚ୍ଛା ମଧ୍ୟ ସମାନ। ତାଙ୍କର ଅନ୍ତିମ ବିଶ୍ରାମ ସ୍ଥଳ ତାଙ୍କ ପିତାମାତା ଡକ୍ଟର ରାଜକୁମାର ଏବଂ ପାର୍ବତମା ରାଜକୁମାରଙ୍କ ପରି ବିକଶିତ ହେବ।

୧୯୯୨ରେ କବି କୁବେପ୍ପୁଙ୍କ ସହିତ ରାଜକୁମାରଙ୍କୁ କର୍ଣ୍ଣାଟକ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନ ପାଇଥିବା ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ନିଜଲିଙ୍ଗପ୍ପା(ରାଜନୀତ), ସିଏନଆର ରାଓ(ବିଜ୍ଞାନ), ଡା ଦେବୀ ପ୍ରସାଦ ସେଟ୍ଟୀ( ଚିକିତ୍ସା), ଭୀମସେନ ଯୋଶୀ( ସଂଗୀତ), ଶିବକୁମାର ସ୍ୱାମୀଜୀ ( ସମାଜ ସେବା) ଏବଂ ଡା. ଜେ ଜାଭରେଗୋଡା(ଶିକ୍ଷାଓ ସାହିତ୍ୟ) ସାମିଲ ରହିଛନ୍ତି।

ସୂଚନାଯୋଗ୍ୟ, ଜିମରେ ଏକ୍ସରସାଇଜ କରୁଥିବା ସମୟରେ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ “ବିକ୍ରମ ହସ୍‌ପିଟାଲ୍‌”ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ହିଁ ପ୍ରାଣତ୍ୟାଗ କରିଥିଲେ। ସେ ଏଯାବତ ୨୯ଟି କନ୍ନଡ଼ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି । ତାଙ୍କୁ ୨୪ ଟି ବେଷ୍ଟ ଆକ୍ଟର ଆୱାର୍ଡ ଓ ୩୫ ଥର ତାଙ୍କ ନାଁ ନୋମିନେସନ ଲିସ୍ଟକୁ ଯାଇଥିଲା । ସେ ପ୍ରାୟ ୫୦ରୁ ଅଧିକ ସଂଖ୍ୟକ ଫିଲ୍ମରେ ଅଭିନୟ କରିଛନ୍ତି ।

 

ଅଭିନେତା ପୁନିତ ତାଙ୍କ ବାପାଙ୍କ ପରି ଆଖି ଦାନ କରିଥିଲେ। ଜଣାଶୁଣା ଅଭିନେତା ଡ. ରାଜକୁମାର ନିଜେ ୧୯୯୪ ରେ ତାଙ୍କ ପରିବାରର ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୬ ମସିହାରେ ଡକ୍ଟର ରାଜକୁମାର ମଧ୍ୟ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ପୁନିତଙ୍କ ବାପା ଡକ୍ଟର ରାଜକୁମାର ୨୦୦୬ ମସିହାରେ ଏବଂ ମା’ ପାର୍ବତମ୍ମା ୨୦୧୭ରେ ଚକ୍ଷୁ ଦାନ କରିଥିଲେ।

Swagatika

Recent Posts

ମଝି ଆକାଶରେ Air Canada ବିମାନରେ ଲାଗିଲା ନିଆଁ, ଥିଲେ ୪୦୨ ଯାତ୍ରୀ

ଏୟାର କାନାଡା ବିମାନରେ ଲାଗିଲା ନିଆଁ । ଟରୋଣ୍ଟୋ ବିମାନବନ୍ଦରରୁ ପ୍ୟାରିସ୍‌ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍‌ ପରେ…

11 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: କଥା କଟାକଟି ପରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ,୫ ଆହତ

କେନ୍ଦୁଝର (କେନ୍ୟୁଜ): ନିର୍ବାଚନ ପରବର୍ତ୍ତୀ ହିଂସା, ୫ରୁ ଊର୍ଦ୍ଧ୍ବ ଆହତ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା…

35 mins ago

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ ଆହତ

ବ୍ରହ୍ମପୁର (କେନ୍ୟୁଜ): ଗୋଷ୍ଠୀ ସଂଘର୍ଷ । ୪ ଆହତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରିରେ ଦୁଇ ଗୋଷ୍ଠୀ…

53 mins ago

ଥମିବାର ନା ନେଉନାହିଁ ଆନ୍ଥ୍ରାକ୍ସ ରୋଗ, ରୋଗୀଙ୍କୁ ଘାରୁଛି ଚିନ୍ତା

କୋରାପୁଟ(କେନ୍ୟୁଜ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ବିରଳ ରୋଗ ଆନ୍ଥ୍ରାକ୍ସ । ଶୁକ୍ରବାର ଦିନ ଲକ୍ଷ୍ମୀପୁର ବ୍ଲକର…

1 hour ago

କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ, ୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି (କେନ୍ୟୁଜ): କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କେନ୍ଦୁପତ୍ର । ମାଲକାନଗିରି ଜିଲ୍ଲା ଏମଭି-୩…

2 hours ago

କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପ୍ରଶାନ୍ତ ଜଗଦ୍ଦେବ

କଟକ (କେନ୍ୟୁଜ): କଟକ ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ ତାଙ୍କୁ…

2 hours ago