ମନୋରଂଜନ

ଆସନ୍ତାକାଲି ଅନୁଷ୍ଠିତ ହେବ ପାଓ୍ଵାର ଷ୍ଟାର ପୁନିତ ରାଜକୁମାରଙ୍କର ଶେଷକୃତ୍ୟ

ବେଙ୍ଗାଲୁରୁ : ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଏବେ ଅସମ୍ଭବ ଭିଡ଼ । ଦକ୍ଷିଣ ଭାରତର ସବୁ ସିନେଷ୍ଟାରଙ୍କୁ ଦେଖଇବାକୁ ମିଳିଛି ଏଠାରେ । ସମସ୍ତଙ୍କ ଆଖିରେ ଲୁହ । କାରଣ ସବୁ ମହଲରେ ଅତ୍ୟନ୍ତ ପ୍ରିୟ ଥିବା କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ମରଶରୀର ଏହି ଷ୍ଟାଡିୟମରେ ରହିଛି । ଶେଷ ଦର୍ଶନ ପାଇଁ ସବୁ ଛୋଟ ବଡ଼ ଷ୍ଟାରଙ୍କ ଠାରୁ ଆରମ୍ଭ କରି ହଜାର ହଜାର ଫ୍ୟାନ୍‌ ଛୁଟି ଆସିଛନ୍ତି ।
ଗତକାଲି ହୃଦ୍‌ଘାତରେ ପୁନିତ ରାଜକୁମାରଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ସାରା କର୍ଣ୍ଣାଟକରେ ଶୋକର ଛାୟା ଖେଳି ଯାଇଛି । ଜଣେ ଚମତ୍କାର ଅଭିନେତା ହେବା ସହ ପୁନିତ ଜଣେ ଅତ୍ୟନ୍ତ ଭଲ ଲୋକ ମଧ୍ୟ ଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟରେ, ଲୋକଙ୍କ ସେବାରେ ଲାଗିଥିଲେ । ତେଣୁ ତାଙ୍କର ଏଭଳି ଭାବେ ଅସମୟରେ ଦେହାନ୍ତ ସମସ୍ତଙ୍କୁ ଖୁବ୍‌ ବାଧିଛି । ତାଙ୍କ ପ୍ରତି ସମ୍ମାନ ଜଣାଇ ଆଜି ସାରା କର୍ଣ୍ଣାଟକରେ ବନ୍ଦ ପାଳିତ ହୋଇଛି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏହି ସମୟରେ କେବଳ ତାଙ୍କ ପରିବାର ଲୋକେ ଏବଂ ନିକଟ ସମ୍ପର୍କୀୟମାନେ ଉପସ୍ଥିତ ରହିବେ ।
ପୁନିତଙ୍କ ଝିଅ ବନ୍ଦିତା ଆମେରିକାରେ ରହୁଥିଲେ । ତାଙ୍କ ପାଇଁ ଅପେକ୍ଷା କରାଯାଇଥିଲା । ସେ ଆଜି ସନ୍ଧ୍ୟାରେ ଆସି ବେଙ୍ଗାଲୁରରେ ପହଞ୍ଚିବା ପରେ କାନ୍ତିରଭା ଷ୍ଟାଡିୟମ୍‌କୁ ଯାଇ ନିଜ ବାପାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାିଛନ୍ତି ।
ଗତକାଲି ପୁନିତଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ ସିନେ ଜଗତର ସମସ୍ତ ଅଭିନେତା ଅଭିନେତ୍ରୀ ଗଭୀର ଶୋକ ପ୍ରକାଶ କରିଥିଲେ । ଆଜି ଦକ୍ଷିଣ ଭାରତୀୟ ଫିଲ୍ମ ଦୁନିଆର ସୁପରଷ୍ଟାର ବାଲକ୍ରିଷ୍ଣ, ଜୁନିୟର ଏନ୍‌ଟିଆର, ପ୍ରଭୁ ଦେବା ଷ୍ଟାଡିୟମକୁ ଆସି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେତେବେଳେ ସେମାନଙ୍କ ଆଖିରେ ଲୁହ ଥିଲା । ସେହିପରି ମେଗାଷ୍ଟାର ଚିରଞ୍ଜୀବୀ, ଭେଙ୍କଟେଶ, ରାଣା ଡଗୁବତି, ଶିବକୁମାର, ଏଆର ରେହମାନ, ମହେଶ ବାବୁ, ଆର. ମାଧବନ୍‌, ପ୍ରମୁଖ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
ଆସନ୍ତାକାଲି ରାଜ୍ୟ ମର୍ଯ୍ୟାଦା ସହ ପୁନିତ ରାଜକୁମାରଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । କନ୍ନଡ଼ର ସୁପରଷ୍ଟାର ରାଜକୁମାରଙ୍କ ସବା ସାନ ପୁଅ ହେଉଛନ୍ତି ପୁନିତ । ଯିଏକି ୧୯୮୫ରେ ଜଣେ ଶିଶୁ କଳାକାର ଭାବେ ସିନେ ଜଗତରେ ପାଦ ଦେଇଥିଲେ । ଏବଂ ବଡ଼ ହେବା ପରେ ପ୍ରାୟ ୨୯ଟି କନ୍ନଡ଼ ଫିଲମେର ନାୟକ ଭାବେ ଅଭିନୟ କରିଥିଲେ । ତାଙ୍କର ଅନେକ ଫିଲ୍ମ ସୁପରହିଟ୍‌ ହୋଇଛି । ତେବେ ଜଣେ ବଢ଼ିଆ ଅଭିନେତା ହେବା ସହ ଜଣେ ଭଦ୍ର, ନମ୍ର ବ୍ୟକ୍ତି ଭାବେ ସେ ବିଶେଷ ଜଣାଶୁଣା । ତାଙ୍କୁ ଲୋକେ ସ୍ନେହରେ ଆପ୍ପୁ ବୋଲି ଡାକନ୍ତି । ତେବେ ସେ ସମସ୍ତଙ୍କ ଭିତରେ ‘ପାଓ୍ଵାର ଷ୍ଟାର୍‌’ ଭାବେ ପରିଚିତ । ଆସନ୍ତାକାଲି ସବୁଦିନ ପାଇଁ ଲିଭିଯିବେ ଏହି ଲୋକପ୍ରିୟ ଅଭିନେତା । ମାତ୍ର ୪୬ ବର୍ଷ ବୟସରେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଗଲେ ଆରପାରିକୁ ।

 

 

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

17 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

19 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

25 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

34 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

34 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

52 mins ago