ପଞ୍ଜାବ ସରକାର ଫିଲ୍ମ ‘ସୁଟର’ ଉପରେ ଲଗାଇଲେ ବ୍ୟାନ
ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଫିଲ୍ମ ‘ସୁଟର’ ଉପରେ ବ୍ୟାନ ଲଗେଇବା ନେଇ ଆଦେଶ ଦେଇଛନ୍ତି । ଏହି ସିନେମାଟି ଗ୍ୟାଙ୍ଗଷ୍ଟାର ସୁଖବା କହଲମ୍ବାଙ୍କ ଜୀବନୀ ଉପରେ ହିଁ ଆଧାରିତ । ଫିଲ୍ମ ଟିକୁ ନେଇ ଅଭିଯୋଗ ଆସିଛି କି ସିନେମା ଟିରେ ହିଂସା ସହ ବନ୍ଧୁକ ଚାଳନା ନେଇ ଅନେକ ଭୁଲ ସନ୍ଦେଶ ମାନ ଦିଆଯାଇଛି । ଏହି କାରଣରୁ ହିଁ ପଞ୍ଜାବ ସରକାର ଏହାକୁ ସମ୍ପୂର୍ଣ ରୂପେ ବ୍ୟାନ କରି ଦେଇଛନ୍ତି । ଏବାବଦରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଡିଜିପି ଦିନକର ଗୁପ୍ତାଙ୍କୁ ତଦନ୍ତ କରିବା ନେଇ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଫିଲ୍ମ ଟିର ପ୍ରଡ୍ୟୁସର କେବି ଢୀଲୋନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକୃତରେ ୨୦୧୯ ମସିହାରେ ପ୍ରଡ୍ୟୁସର କେବି ଢ଼ୀଲୋନ ଲିଖିତ ଆକାରରେ ପ୍ରତିଶୃତି ଦେଇଥିଲେ କି ଖୁବ ଶୀଘ୍ର ସେ ଏହି ସିନେମା ଟିକୁ ବନ୍ଦ କରିଦେବେ । କିନ୍ତୁ ପ୍ରତିଶୃତି ଅନୁଯାୟୀ କାର୍ଯ୍ୟ ନ କରିବାରୁ ପଞ୍ଜାବ ସରକାର ବାଧ୍ୟ ହୋଇ ଦୃଢ ପଦକ୍ଷେପ ନେଇଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି କି ଅପରାଧ, ହିଂସା, ଗ୍ୟାଙ୍ଗଷ୍ଟାର ଆଦିକୁ ପ୍ରଶୟ ଦେଉଥିବା କୌଣସି ସିନେମାକୁ ରାଜ୍ୟରେ ରିଲିଜ ହେବାକୁ ଦିଆଯିବ ନାହିଁ । ସରକାରଙ୍କ ପ୍ରବକ୍ତାଙ୍କ କହିବ ଅନୁଯାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଆମ୍ଭରିନ୍ଦର ସିଂ ପଞ୍ଜାବରେ କାନୁନ ବ୍ୟବସ୍ଥାକୁ ଠିକ କରିବା ପାଇଁ ଗତ ୩ ବର୍ଷ ଧରି ପ୍ରଚେଷ୍ଟା କରି ଆସୁଛନ୍ତି ।