‘ପୁଷ୍ପା ୨’ ୬ ଦିନରେ କମାଇଲା ୧୦୦୦ କୋଟି ! ଅଲୁ ଅର୍ଜୁନଙ୍କ ଫିଲ୍ମ ବକ୍ସ ଅଫିସରେ କରୁଛି ଜବରଦସ୍ତ ପ୍ରଦର୍ଶନ

ଅଲୁ ଅର୍ଜୁନଙ୍କ ଆକ୍ସନ ଥ୍ରୀଲର ‘ପୁଷ୍ପା ୨’ ବକ୍ସ ଅଫିସରେ ବିଜୁଳି ବେଗରେ ଆଗକୁ ବଢ଼ୁଛି । ଶାନଦାର୍ ଓପନିଂ ୱିକେଣ୍ଡ ପରେ ‘ପୁଷ୍ପା ୨: ଦ ରୁଲ୍’ ୱିକ୍ ଡେ’ରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରୁଛି । ‘ସ୍ୟାକନିଲ୍କ’ର ସଦ୍ୟତମ ବକ୍ସ ଅଫିସ୍ ଅପଡେଟରେ କୁହାଯାଇଛି ଯେ ପୁଷ୍ପା ୨ ନିଜର ପ୍ରଥମ ମଙ୍ଗଳବାର (ଡିସେମ୍ବର ୧୦) ସୁଦ୍ଧା ୬୪୫ କୋଟି ଟଙ୍କା ଅତିକ୍ରମ କରିଛି ।

ସେପଟେ ଯଦି ଆମେ ବିଶ୍ୱବ୍ୟାପୀ ମୋଟ ସଂଗ୍ରହ ବିଷୟରେ କହିବା, ତେବେ ଏହି ଚଳଚ୍ଚିତ୍ର ୯୨୨ କୋଟି ଟଙ୍କା ରୋଜଗାର କରିଛି । ପୁଷ୍ପା ୨ ପଞ୍ଚମ ଦିନରେ ପାଖାପାଖି ୯୦୦ କୋଟି ଟଙ୍କା ସଂଗ୍ରହ କରିଥିଲା ​​। ଏହା ସହିତ ଫିଲ୍ମ ୧୦୦୦ କୋଟି ଟଙ୍କା ପାଖାପାଖି ପହଞ୍ଚି ଯାଇଛି । ଆଜିର ସଂଗ୍ରହ ପରେ ଏହି ଫିଲ୍ମ ୧୦୦୦ କୋଟି ଟଙ୍କା କ୍ଲବରେ ପ୍ରବେଶ କରିବ ବୋଲି କୁହାଯାଉଛି ।

‘ପୁଷ୍ପା ୨’ ଅନେକ ରେକର୍ଡ ଭାଙ୍ଗିଦେଇଛି । ମାତ୍ର ୨ ଦିନରେ ଏହା ‘ପୁଷ୍ପା: ଦ ରାଇଜ୍’ର ଲାଇଫଲାଇମ୍ କଲେକ୍ସନକୁ ମଧ୍ୟ ଅତିକ୍ରମ କରିଯାଇଛି । କେବଳ ହିନ୍ଦୀରେ ୧୨୦ କୋଟି ଟଙ୍କାରୁ ଅଧିକ ଆୟ କରିଛି ପୁଷ୍ପା ।

ଏହି ଫିଲ୍ମ ସୋମବାର ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଡିସେମ୍ବର ୯ରେ ‘ପୁଷ୍ପା ୨’ ଘରୋଇ ବକ୍ସ ଅଫିସରେ ପାଖାପାଖି ୬୫ କୋଟି ଟଙ୍କା ଆୟ କରି ମାତ୍ର ୫ ଦିନରେ ସାରା ବିଶ୍ୱରେ ୯୦୦ କୋଟି ଟଙ୍କାରୁ ଅଧିକ ଆୟ କରିନେଇଥିଲା ।

ଯେକୌଣସି ବି ବଡ଼ ବଜେଟ୍ ଫିଲ୍ମ ପାଇଁ ୱିକ୍ ଡେ’ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ, ଭଲ ଓପନିଂ ୱିକେଣ୍ଡ ପରେ ଆୟ ହ୍ରାସ ପାଇବାର ଆଶଙ୍କା ଥାଏ । କିନ୍ତୁ ପୁଷ୍ପା ୨ ସୋମବାର ମଧ୍ୟ ବକ୍ସ ଅଫିସରେ ୬୪.୧ କୋଟି ଟଙ୍କା ସଂଗ୍ରହ କରିଥିଲା ।

ସୁକୁମାରଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫହଦ ଫାସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଡିସେମ୍ବର ୫ରେ ଏହା ବିଭିନ୍ନ ଭାଷାରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା । ‘ପୁଷ୍ପା ୨’ ୪୫୦ କୋଟି ଟଙ୍କା ବିଶାଳ ବଜେଟରେ ତିଆରି ହୋଇଛି ।