‘ପୁଷ୍ପା ୨’ ପ୍ରଥମ ଦିନ ବକ୍ସ ଅଫିସରେ କମାଇଲା ୨୮୨.୯୧ କୋଟି ଟଙ୍କା

ବକ୍ସ ଅଫିସରେ ନିଆଁ ଲଗାଇଲା ‘ପୁଷ୍ପା ୨’ । ପ୍ରଥମ ଦିନରେ ପାଖାପାଖି ୨୮୨.୯୧ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ । ଡିସେମ୍ବର ୫ରେ ମୁକ୍ତିଲାଭ କରିଥିବା ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ‘ପୁଷ୍ପା ୨’ ବକ୍ସ ଅଫିସରେ ଇତିହାସ ରଚିଛି ।

‘ପୁଷ୍ପା ୨: ଦ ରୁଲ୍’ ବିଶ୍ୱ ବକ୍ସ ଅଫିସରେ ଭାରତୀୟ ସିନେମା ମଧ୍ୟରେ ସର୍ବାଧିକ ଓପନିଂ ଆୟ କରିଛି । ଏହା ଏସଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ RRR (ମୋଟ ୨୨୩ କୋଟି ଟଙ୍କା) ର ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି । ବିଶ୍ୱ ସ୍ତରରେ ‘ପୁଷ୍ପା ୨’ ପାଖାପାଖି ୨୮୨.୯୧ କୋଟି ଟଙ୍କା ରୋଜଗାର କରିଛି ।

ଓପନିଂ ଡେ’ରେ ୱାର୍ଲ୍ଡ ୱାଇଡ୍ ୨୮୨ କୋଟି ଟଙ୍କା ରୋଜଗାର କରି ଇତିହାସ ସୃଷ୍ଟି କରିଛି ‘ପୁଷ୍ପା ୨’ । ହିନ୍ଦୀରେ ୭୦ କୋଟି ଟଙ୍କାରୁ ଅଧିକ ଏବଂ ଭାରତୀୟ ବକ୍ସ ଅଫିସରେ ୧୭୫ କୋଟି ଟଙ୍କାରୁ ଅଧିକ ହୋଇଛି ଫିଲ୍ମର ଆୟ ।

ଆଡଭାନ୍ସ ବୁକିଂରେ ମଧ୍ୟ ଏହି ଫିଲ୍ମ ୩ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି କରିଥିଲା । ହିନ୍ଦୀ ସଂସ୍କରଣରେ ବି ‘ପୁଷ୍ପା ୨’ ‘କେଜିଏଫ୍ ୨’କୁ ପଛରେ ପକାଇ ଦେଇଛି । କେଜିଏଫ୍ ୨ର ପ୍ରଥମ ଦିନରେ ୧ ଲକ୍ଷ ଟିକେଟ୍ ବିକ୍ରି ହୋଇଥିବା ବେଳେ ପୁଷ୍ପା ୨ ବିକିଥିଲା ୧.୮ ଲକ୍ଷ ଟିକେଟ୍ ।

ସୁକୁମାରଙ୍କ ନିର୍ଦ୍ଦେଶିତ ପୁଷ୍ପା ୨: ଦ ରୁଲ୍ ସାରା ବିଶ୍ୱରେ ଶାନଦାର୍ ଓପନିଂ କରିଥିବା ବେଳେ ଭାରତରେ ଏହି ଫିଲ୍ମ ୧୮୦ କୋଟି ଟଙ୍କା ଆୟ କରିଛି, ଯାହା ଏହି ଫିଲ୍ମକୁ ବର୍ତ୍ତମାନର ସବୁଠାରୁ ବଡ଼ ଓପନର୍ କରିଛି । ଏହା ବ୍ୟତୀତ ପୁଷ୍ପା ୨ ଶାହରୁଖ ଖାନଙ୍କ ‘ଜବାନ’କୁ ମଧ୍ୟ ପଛରେ ପକାଇ ଦେଇଛି ।

କହି ରଖୁଛୁ, ଡିସେମ୍ବର ୫ରେ ସିନେମାଘରେ ରିଲିଜ୍ ହୋଇଥିଲା ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨’ । ଏହି ଫିଲ୍ମକୁ ସାରା ବିଶ୍ୱରେ ୧୦,୦୦୦ରୁ ଅଧିକ ପ୍ରେକ୍ଷାଳୟରେ ରିଲିଜ୍ କରାଯାଇଛି । ଫିଲ୍ମରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫହାଦ ଫାସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପାଖାପାଖି ୪୦୦ କୋଟି ଟଙ୍କା ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ।