୧୦ ହଜାରରୁ ଅଧିକ ସିନେମା ହଲରେ ରିଲିଜ ହେଲା ‘ପୁଷ୍ପା-୨, ଅଲ୍ଲୁ ଅର୍ଜୁନଙ୍କ ଝଲକ ଦେଖିବା ପାଇଁ ହାଉସଫୁଲ୍

ରିଲିଜ୍ ହୋଇଛି ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ପୁଷ୍ପା-୨’ ଦ ରୁଲ୍ ।  ସବୁଠି ପୁଷ୍ପା-୨ କ୍ରେଜ୍ । ସବୁ ହଲ୍ ହାଉସଫୁଲ୍ । ହଲ୍ ଆଗରେ ଫ୍ୟାନ୍ସଙ୍କ ଖଚାଖଚ ଭିଡ଼ । ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଝଲକ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ । ଟିକେଟ ପାଇଁ ଅଧାରାତିରୁ ଆସି ଛିଡା ହୋଇଛନ୍ତି ଦର୍ଶକ। ଟିକେଟ ଦର ଅଧିକ ଥିଲେ ଖାତିରି ନକରି ଫିଲ୍ମ ଦେଖିବାକୁ ଆସିଛନ୍ତି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନା । ପୁଷ୍ପା ପାର୍ଟ-୧ର ସଫଳତା ପରେ ଏବେ ପାର୍ଟ-୨ ନେଇ ସବୁଠି ଚର୍ଚ୍ଚା ।

ଗତକାଲି ରାତିରେ ହାଇଦ୍ରାବାଦରେ ଫିଲ୍ମର ପ୍ରିମିୟର ସୋ ହୋଇସାରିଛି । ଫ୍ୟାନ୍ସଙ୍କ ସହ ବସି ଫିଲ୍ମ ଦେଖିଛନ୍ତି ଅଲ୍ଲୁ ଅର୍ଜୁନ ଓ ରଶ୍ମିକା । ସାରା ବିଶ୍ବରେ ୧୦ ହଜାରରୁ ଅଧିକ ସିନେମା ହଲରେ ରିଲିଜ ହୋଇଛି ଫିଲ୍ମ । ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ସବୁ ରେକର୍ଡ କାଟିଛି ପୁଷ୍ପା । ‘ପୁଷ୍ପା ୨’ ବିଦେଶୀ ବକ୍ସ ଅଫିସରେ ୩୦ କୋଟିରୁ ଅଧିକ ଟଙ୍କା ପୂର୍ବରୁ ବିକ୍ରି କରିଛି । ଯେତେବେଳେ କି ଭାରତରେ ୭୫ କୋଟିରୁ ଅଧିକ ମୂଲ୍ୟର ପୂର୍ବ ବିକ୍ରୟ କରାଯାଇଛି। ‘ପୁଷ୍ପା ୨’ , ‘କଲ୍କି 2898AD’ ପରେ ସାରା ବିଶ୍ୱରେ ୧୦୦ କୋଟି ଟଙ୍କାର ଆଡଭାନ୍ସ ବୁକିଂ ହାସଲ କରିବାରେ ଏହା ୨୦୨୪ର ଦ୍ୱିତୀୟ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି ।  ନିର୍ମାତାମାନେ ଗତ ମଙ୍ଗଳବାରରେ ‘ପୁଷ୍ପା ୨’ର ଆଡଭାନ୍ସ ବୁକିଂ ବିଷୟରେ ଅପଡେଟ୍ ସେୟାର କରିଥିଲେ । ସେୟାର ହୋଇଥିବା ପୋଷ୍ଟର କ୍ୟାପସନରେ ଲେଖାଅଛି, ‘ପୁଷ୍ପା ୨: ଦ ରୁଲ’ ଆଡଭାନ୍ସ ବୁକିଂ ସହିତ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି ।