ମାତ୍ର ୯୫ ଟଙ୍କାରେ ଦେଖିପାରିବେ ପୁଷ୍ପା୨, ଜାଣନ୍ତୁ କେଉଁଠି …

ପୁଷ୍ପା ୨ର ଟ୍ରେଲର ଦେଖିବା ପରେ ଜନତା ଏହି ଫିଲ୍ମର ଅପେକ୍ଷାରେ ରହିଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନାଙ୍କୁ ଦର୍ଶକ ଦେଖିପାରିବେ । ପୁଷ୍ପା ୨ ରେ ଅଭିନୟ କରୁଥିବା କଳାକାର ମାନଙ୍କ ଡିମାଣ୍ଡ ରହିବା ଫଳରେ ଏହି ଫିଲ୍ମର ଟିକେଟ ମଧ୍ୟ ଅଧିକା ମୂଲ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ନିକଟରେ ଆଉ କିଛି ଦିନରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି ପୁଷ୍ପା ୨ । ତେବେ ଏହାର ମୂଲ୍ୟ ରହିଛି ୧୮୦୦ ଟଙ୍କା । ଦିଲ୍ଲୀରେ ପୁଷ୍ପା ୨ କୁ ଦେଖିବା ପାଇଁ ଟିକଟ ଉପଲବ୍ଧ ରହିଛି ।

ଅଲ୍ଲୁ ଅର୍ଜୁନଙ୍କର ପାନ ଇଣ୍ଡିଆ ଫିଲ୍ମ ପୁଷ୍ପା ୨ ଦୁଇଟି ପ୍ରେକ୍ଷାଳୟରେ ରିଲିଜ ହେବାର ଅପେକ୍ଷାରେ ରହିଛି । ପ୍ରାୟ ୩ ବର୍ଷ ହେଲା ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଥିଲେ ଜନତା । ଏହାକୁ ଦେଖିବା ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି ସିନେପ୍ରେମୀ । ଯାହାର ଜଳନ୍ତ ଉଦାହରଣ ହେଉଛି ଆଡଭାନ୍ସ ବୁକିଙ୍ଗ ହୋଇଥିବା ଟିକେଟ । ତେବେ ଜନତାଙ୍କ ପ୍ରତିକ୍ରିୟା ଅନୁସାରେ ଆସନ୍ତା ଡିସେମ୍ବର ୫ ତାରିଖରେ ପ୍ରେକ୍ଷାଳୟରେ ଏହି ଫିଲ୍ମ ଧମାକା କରିବାକୁ ଯାଉଛି । ଯେଉଁ ସିନେମା ପ୍ରେକ୍ଷାଳୟରେ ଫିଲ୍ମର ବୁକିଙ୍ଗ ଆରମ୍ଭ ହୋଇଯାଇଛି ସେଠାରେ ଖୁବ ବେଗରେ ଟିକେଟ୍ ବିକ୍ରି ହୋଇଯାଉଛି । ଏହାସହ ଅତିଶିଘ୍ର ଏହି ସୋ ଭର୍ତି ହେବାକୁ ଯାଉଛି ।

ତେବେ ପୁଷ୍ପା ୨ ର ଟିକେଟର ମୂଲ୍ୟ ଅଧିକ ଅଛି । ଦିଲ୍ଲୀରେ ସବୁଠାରୁ ମହଙ୍ଗା ଟିକଟର ଦାମ ୧୮୦୦ ରହିଛି । ତେବେ ଦିଲ୍ଲାରେ ଏବେ ବି ପୁଷ୍ପା ୨ କୁ ଦେଖିବା ପାଇଁ ଆପଣମାନେ ସୁଲଭ ମୂଲ୍ୟରେ ଦେଖିପାରିବେ । କିନ୍ତୁ ଏହି ସୁବିଧା ବେଶିଦିନ ପର୍ଯନ୍ତ ଉପଲବ୍ଧ ହୋଇନପାରେ । ଦିଲ୍ଲୀ  ଏନସିଆରରେ ବହୁତ ଅଧିକ ପରିମାଣରେ ଥିଏଟର ମଲ୍ଟିପ୍ଲେକ୍ସ ରହିଛି । ସେଠାରେ ଥିବା ରାଜଧାନୀ ଆଇକନିକ ସିଙ୍ଗଲ ସ୍କ୍ରିନ ଥିଏଟର ମଧ୍ୟ ରହିଛି । ଅଲ୍ଲୁ ଅର୍ଜୁନ ଭଳି ଅଭିଜ୍ଞ ଅଭିନେତାଙ୍କୁ ଦେଖିବା ପାଇଁ ଏହି ଥିଏଟର ହିଁ ପ୍ରକୁଷ୍ଟ ଅଟେ ।

ସବୁଠାରୁ ଆନନ୍ଦର କଥା ଏହା କି ଏହି ସିନେମାହଲରେ ଟିକେଟର ମୁଲ ବହୁତ କମ ଅଟେ । ଦିଲ୍ଲୀରେ ଥିବା ଆଇକନିକ ସିଙ୍ଗଲ ସ୍କ୍ରିନ ଡିଲାଇଟ ସିନେମା ଓ ଦରିଆଗଞ୍ଜରେ ପୁଷ୍ପା ୨ ର ସବୁଠାରୁ ଶସ୍ତା ଟିକଟ ଉପଲବ୍ଧ ଅଟେ ।
ଏହି ସିନେମାହଲକୁ ନେଇ ଷ୍ଟଲରେ ଟିକେଟର ମୂଲ୍ୟ ୯୫ ଟଙ୍କା ରହିଛି । ସିଟର ଷ୍ଟଲର ଟିକଟ ରହିଛି ୧୧୦ ଏବଂ ଉପର ଷ୍ଟଲ ରହିଛି ୧୬୦ ଟଙ୍କା ଓ ବାଲକୋନିର ଟିକେଟ ରହିଛି ୨୩୦ ଟଙ୍କାରେ ଉପଲବ୍ଧ ରହିଛି । ଏହା ସବୁ ଆପଣ ଅନଲାଇନ ବୁକିଙ୍ଗ ମାଧ୍ୟମରେ ବୁକିଙ୍ଗ କରିପାରିବେ ଏବଂ ଏଥିପାଇଁ ଆପଣଙ୍କୁ ଜିଏସଟି ଦେବାକୁ ପଡିବ ନାହିଁ ।

ଏହି ଦୁଇଟି ସୁବିଧା ଉପଲବ୍ଧ ହେଉଥିଲେ ମଧ୍ୟ ଆନନ୍ଦ ର କଥା କି ସବୁଠାରୁ ଶସ୍ତା ୧୧୭ ଟଙ୍କା ଓ ସବୁଠାରୁ ମହଙ୍ଗା ଟିକଟ ୨୬୫ ଟଙ୍କାରେ ମିଳି ପାରୁଛି । ଏହି ଭଳି ଦିଲ୍ଲୀରେ ଗୋଟିଏ ଆଇକନିକ ସିହ୍ଗଲ ସ୍କ୍ରିନ ଲିବର୍ଟି, କରୋଲ ବାଗରେ ଯେଉଁଠାରେ ସବୁଠାରୁ ଶସ୍ତା ଟିକଟ ୧୦୦ ଟଙ୍କା ରହିଛି । ସେଠାରେ ସବୁଠାରୁ ମହଙ୍ଗା ଟିକଟ ୨୩୫ ଟଙ୍କା ରହିଛି । ଦିଲ୍ଲୀ ୟୁନିଭରସିଟରେ ଛାତ୍ର ମାନଙ୍କର ପ୍ରିୟ ସିନେମାହଲ ଅଟେ । ଆଇକନିକ ସିଙ୍ଗଲ ସ୍କ୍ରିନ ଅମ୍ବା ସିନେମା ହଲରେ ସବୁଠାରୁ ଶସ୍ତା ଟିକଟ ୧୩୦ ଟଙ୍କାରେ ଆରମ୍ଭ ହୋଇ ୨୨୫ ଟଙ୍କା ପର୍ଯନ୍ତ ରହିଛି ।

ରାଜଧାନୀରେ ରହିଥିବା ଏହି ୩ଟି ଫିଲ୍ମହଲରେ ପୁଷ୍ପା ୨ର ସୋ ର ଟିକେଟ ଉପଲବ୍ଧି ରହିଛି । ଏହି ହଲ ଗୁଡିକରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପାଇଁ ଟିକଟ ବୁକ ହୋଇ ରହିଛି । ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକମାନେ ଅପେକ୍ଷାରେ ରହିଛନ୍ତି । ଏହା ହାଉସଫୁଲ ହୋଇପାରେ ।