ରିଲିଜ ହେଲା ପୁଷ୍ପା ୨ର ‘ପିଲିଙ୍ଗ୍ସ’, ଅଲ୍ଲୁ- ରଶ୍ମିକାଙ୍କ କେମେଷ୍ଟ୍ରି କରୁଛି କମାଲ
ଚଳିତ ବର୍ଷ ‘ପୁଷ୍ପା ୨: ଦ ରୁଲ୍ସ’ ରିଲିଜ ହେବା ନେଇ ସମସ୍ତ ପ୍ରସ୍ତୁତି ସରିଛି । ଜବରଦସ୍ତ ଟ୍ରେଲର ପରେ ମେକର୍ସ ଏହି ଫିଲ୍ମର ହିଟ୍ ଗୀତ ଦ୍ବାରା ଦର୍ଶକଙ୍କ ଉତ୍ସାହକୁ ବାନ୍ଧି ରଖିଛନ୍ତି । ‘ପୁଷ୍ପା ପୁଷ୍ପା’ ଗୀତ ଦ୍ବାରା ଦର୍ଶକ ପୁଷ୍ପାରାଜର ରାଗ ଦେଖିଲେ, ‘ଅଙ୍ଗାରୋ’ ଗୀତ ଦ୍ବାରା ଶ୍ରୀବଲ୍ଲୀଙ୍କ ଯାଦୁ ଦେଖିଲେ ଏବଂ ‘କିସିକ’ ଗୀତ ସମସ୍ତଙ୍କ ମନକୁ ବିଭୋର କରିଥିଲା । ଏବେ ସମୟ ଆସିଛି ପୁଷ୍ପାରାଜ ଏବଂ ଶ୍ରୀବଲ୍ଲୀଙ୍କ ରୋମାନ୍ସ ଦେଖିବାର ସମୟ । କାରଣ ଚଳିତ ବର୍ଷର ସବୁଠାରୁ ବଡ଼ ଫିଲ୍ମର ‘ଫିଲିଙ୍ଗ୍ସ’ ଗୀତ ରିଲିଜ୍ ହୋଇଯାଇଛି ।
‘ପୁଷ୍ପା ୨: ଦ ରୁଲ୍’ର ମେକର୍ସ ଆୱେଟେଡ୍ ‘ପିଲିଙ୍ଗ୍ସ’ ଗୀତକୁ ରିଲିଜ୍ କରିଛନ୍ତି । ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏପରିସ୍ଥିତିରେ ଏହି ଗୀତ ଫ୍ୟାନଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ପୁଷ୍ପାରାଜ୍ ଓ ଶ୍ରୀବଲ୍ଲୀ ନିଜ କ୍ୟାମେଷ୍ଟ୍ରି ଆଉ ଦମଦାର ପରଫରମାନ୍ସ ପାଇଁ ସ୍କ୍ରିନରେ କମାଲ କରୁଛନ୍ତି । ଏହି ଗୀତ ରିଲିଜ ହେବା ପରେ ଫ୍ୟାନ୍ସଙ୍କ ଉତ୍ସାହ ବଢ଼ିବାରେ ଲାଗିଛି ।
କହି ରଖିବାକୁ ଚାହିଁବୁ କି ‘ପୁଷ୍ପା ୨: ଦ ରୁଲ୍’ ସୁକୁମାର ଦ୍ବାରା ଡାଇରେକ୍ଟେଡ ଏବଂ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ ଫାସିଲଙ୍କ ଦ୍ବାରା ଅଭିନୀତ ହୋଇଛି । ଏହି ଫିଲ୍ମର ନିର୍ମାଣ ମାଇଥ୍ରି ମୁଭିର ମେକର୍ସ ଏବଂ ସୁକୁମାର ରାଇଟିଙ୍ଗ୍ସ କରିଛନ୍ତି । ଏହାର ମ୍ୟୁଜିକ୍ ଟି ସିରିଜ୍ ଦେଇଛି । ଏହି ଫିଲ୍ମ ୫ ଡିସେମ୍ବର ୨୦୨୪ରେ ରିଲିଜ ହେବ ।
ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ବର୍ତ୍ତମାନ ଜୋରସୋରରେ ଫିଲ୍ମର ପ୍ରମୋସନ ପାଇଁ ଲାଗି ପଡ଼ିଛନ୍ତି । ନିକଟରେ ମୁମ୍ବାଇର ଏକ ଇଭେଣ୍ଟରେ ଯୋଗ ଦେଇଥିଲେ ଏହି ଦୁଇ କଳାକାର । ପରେ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ତେବେ ଏହି ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ଦେଖିବାକୁ ବାକି ରହିଲା ।