ନୂଆବର୍ଷରେ ନୂଆ ଲୁକ୍; ନିଜର ଲମ୍ବା କେଶ ଓ ଦାଢ଼ି କାଟିଦେଲେ ଅଲୁ ଅର୍ଜୁନ !

ନୂଆବର୍ଷରେ ନୂଆ ଲୁକ୍ । ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନ ନିଜର ନୂଆ ଲୁକ୍ ଦ୍ୱାରା ଫ୍ୟାନମାନଙ୍କୁ ବଡ଼ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି । ଅଭିନତାଙ୍କ ନୂଆ ଅନ୍ଦାଜ ଦେଖିବାକୁ ମିଳିବ ଏହି ନୂଆବର୍ଷରେ । ସୂତ୍ରରୁ ଜଣାପଡ଼ିଛି ଯେ ଅଲୁ ନିଜର ଲମ୍ବା କେଶ ଓ ଦାଢ଼ି ଟ୍ରିମ୍ କରିନେଇଛନ୍ତି । ବହୁତ ଜଲଦି ସେ ନୂଆବର୍ଷ ଅବସରରେ ସୋସିଆଲ ମିଡିଆରେ ତାଙ୍କ ନୂଆ ଲୁକର ଫଟୋ ସେୟାର କରିବେ ।

କିଛି ଦିନ ପୂର୍ବରୁ ଅଲୁ ଅର୍ଜୁନ ‘ପୁଷ୍ପା ୨’ର ପ୍ରମୋସନାଲ ଇଭେଣ୍ଟରେ ତାଙ୍କ ଲୁକ୍ ବିଷୟରେ କହିଥିଲେ । ସେ କହିଥିଲେ ଯେ ତାଙ୍କ ଝିଅ ଅରହା ତାଙ୍କ ପାଖକୁ ଆସୁ ନାହିଁ, କାରଣ ସେ ଦାଢ଼ି ବଢ଼ାଇଛନ୍ତି ।

ଅଭିନେତା କହିଥିଲେ ଯେ ମୁଁ ଏହି ଫିଲ୍ମ ଶେଷ ହେବାକୁ ଅପେକ୍ଷା କରିଥିଲି, ଯାହା ଦ୍ୱାରା ମୁଁ କ୍ଲିନ୍ ସେଭ୍ ହୋଇପାରିବି । ମୋ ଝିଅ ମୋ ପାଖକୁ ଆସୁ ନାହିଁ । କାରଣ, ମୋର ଦାଢ଼ି ବଢ଼ିଥିବାରୁ ତାକୁ ମୁଁ କିସ୍ କରିପାରୁ ନାହିଁ । ମୁଁ ପାଖାପାଖି ତିନି-ଚାରି ବର୍ଷ ହେବ ମୋ ଝିଅକୁ ଠିକ୍ ଭାବରେ କିସ୍ କରିନାହିଁ ।

ତେବେ ଅଭିନେତାଙ୍କର ଏହି କଥାରୁ ଲାଗୁଛି ଯେ ପ୍ରଶଂସକମାନେ ବହୁତ ଜଲଦି ତାଙ୍କର ଏକ ନୂଆ ଲୁକ୍ ଦେଖିବାକୁ ପାଇବେ, ଯାହାକୁ ସେମାନେ ବର୍ଷ ବର୍ଷ ଧରି ଦେଖି ନାହାନ୍ତି ।

କହି ରଖୁଛୁ, ଫିଲ୍ମ ‘ପୁଷ୍ପା ୨’ରେ ଅଲୁ ଅର୍ଜୁନଙ୍କ ଲୁକକୁ ବହୁତ ପ୍ରଶଂସା କରାଯାଇଥିଲା । ଲମ୍ବା କେଶ ଓ ଦାଢ଼ିରେ ଅଭିନେତା ପୁଷ୍ପା ଚରିତ୍ରକୁ ଏକ ନୂଆ ଫ୍ଲେଭର୍ ଦେଇଥିଲେ, ଯାହାକୁ ସମସ୍ତେ ପସନ୍ଦ କରିଥିଲେ ।