ଓଟିଟିରେ ଏହି ଦିନ ହିନ୍ଦୀରେ ରିଲିଜ୍ ହେବ ଅଲ୍ଲୁ ଅର୍ଜୁନ୍ଙ୍କ ଫିଲ୍ମ ‘ପୁଷ୍ପା’, ନିର୍ମାତା ସେୟାର କଲେ ଖୁସି ଖବର

ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ଙ୍କ ଫିଲ୍ମ ‘ପୁଷ୍ପା ପାର୍ଟ ଓ୍ଵାନ୍’ ନିକଟରେ ଆମାଜନ୍ ପ୍ରାଇମ୍ରେ ରିଲିଜ୍ ହୋଇଛି। କିନ୍ତୁ ଫିଲ୍ମକୁ ହିନ୍ଦୀ ବ୍ୟତୀତ ଅନ୍ୟ ସବୁ ଭାଷାରେ ଯଥା- ତାମିଲ, ତେଲୁଗୁ, ମାଲାୟାଲମ୍ ଓ କନ୍ନଡ଼ ଭାଷାରେ ରିଲିଜ୍ କରାଯାଇଥିଲା। ଏଣୁ ହିନ୍ଦୀ ଭାଷାର ଫ୍ୟାନ୍ମାନେ ଖୁବ୍ ଉଦାସ ହୋଇଥିଲେ। ତେବେ ବର୍ତ୍ତମାନ ମେକର୍ସଙ୍କ ପକ୍ଷରୁ ପୁଷ୍କାକୁ ହିନ୍ଦୀ ଭାଷାରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।
‘ପୁଷ୍ପା: ଦ ରାଇଜ୍’କୁ ନେଇ ଅଲ୍ଲୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦାନା ଗତ କିଛି ଦିନ ହେଲାଣି ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ପୁଷ୍ପାଙ୍କୁ ସାଉଥ୍ରେ ଭିନ୍ନ ଭିନ୍ନ ଭାଷାରେ ଆମାଜନ୍ ପ୍ରାଇମ୍ରେ ରିଲିଜ୍ କରାଯାଇଛି। ତେବେ ଇତି ମଧ୍ୟରେ କିଛି ହିନ୍ଦୀ ଦର୍ଶକ ମନ ବୁଝାଇବାକୁ ଇଂରାଜୀରେ ଫିଲ୍ମକୁ ଦେଖି ସାରିଲଣି।
‘PUSHPA’ HINDI ARRIVES ON AMAZON PRIME VIDEO THIS FRIDAY… #PushpaHindi will premiere on Amazon Prime Video this Friday [14 Jan 2022]… The film – starring #AlluArjun and #FahadhFaasil – is directed by #Sukumar. #PushpaOnPrime pic.twitter.com/SUQos2Osgd
— taran adarsh (@taran_adarsh) January 10, 2022
ତେବେ ବର୍ତ୍ତମାନ ମେକର୍ସ ଅଲ୍ଲୁ ଅର୍ଜୁନ୍ଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ୍’କୁ ହିନ୍ଦୀରେ ୧୪ ଜାନୁଆରୀରେ ପ୍ରାଇମ୍ ଭିଡିଓ ଓଟିଟିରେ ରିଲିଜ୍ କରିବାକୁ ଯାଉଛନ୍ତି। ଅଲ୍ଲୁ ଅର୍ଜୁନ୍ଙ୍କ ଫିଲ୍ମ ପୁଷ୍ପା ଡିସେମ୍ବର ୧୭ରେ ହଲ୍ରେ ରିଲିଜ୍ ହୋଇଛି। ଅନ୍ୟପଟେ ହିନ୍ଦୀରେ ରିଲିଜ୍ ପରେ ପୁଷ୍ପା ଇତି ମଧ୍ୟରେ ୮୦.୪୮ କୋଟି ଟଙ୍କା ରୋଜଗାର କରିସାରିଲାଣି।
ଅନ୍ୟପଟେ କୁହାଯାଉଛି ଯେ ଫିଲ୍ମର ହିରୋଇନ୍ ରଶ୍ମିକା ମନ୍ଦାନା ଦ୍ୱିତୀୟ ପାର୍ଟ ‘ପୁଷ୍ପା: ଦ ରୁଲ୍’ ପାଇଁ ନିଜ ଫିସ୍ ବଢ଼ାଇ ଦେଇଛନ୍ତି। ଏହି ଫିଲ୍ମ ପାଇଁ ରଶ୍ମିକା ୨ କୋଟି ଟଙ୍କା ନେଇଥିବା ବେଳେ ଦ୍ୱିତୀୟ ପାର୍ଟ ପାଇଁ ୩ କୋଟି ଡିମାଣ୍ଡ କରିଛନ୍ତି।
ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ସଫଳତାକୁ ଦେଖି ଏହାର ସିକ୍ୱେଲ ତିଆରି କରିବା ନେଇ ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ ଅଲ୍ଲୁ ଅର୍ଜୁନୁଙ୍କ ଏହି ଫିଲ୍ମ ପାଇଁ ଫିସ୍ ବାବଦକୁ ୫୦ କୋଟି ଟଙ୍କା ମିଳିଛି। ପ୍ରକାଶ ଯେ ଅଲ୍ଲୁ ଅର୍ଜୁନ୍ ତେଲୁଗୁ ସିନେମାର କେବଳ ଜଣେ ଲୋକପ୍ରିୟ ନୁହେଁ, ଦାମୀ ଅଭିନେତା ମଧ୍ୟ।