ରାଧେଶ୍ୟାମ୍‌ର ନୂଆ ଟିଜର ରିଲିଜ୍‌: ରୋମାଣ୍ଟିକ୍‌ ହେଲେ ପ୍ରଭାସ, ଆଣ୍ଠୁ ମାଡ଼ି ବସି ପୂଜା ହେଗ୍‌ଡେଙ୍କୁ କଲେ ପ୍ରପୋଜ୍‌

ଫିଲ୍ମ ‘ବାହୁବଳୀ’ରେ ନିଜ ଆକ୍ସନ୍‌ରେ ଦୁନିଆକୁ ଦିଓ୍ଵାନା ବନାଇଥିବା ପ୍ରଭାସ ଏବେ ରୋମାଣ୍ଟିକ୍‌ ହୋଇ ଯାଇଛନ୍ତି। ନିକଟରେ ପ୍ରଭାସ ଫ୍ୟାନ୍‌ଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଭାଲେଣ୍ଟାଇନ୍‌ ଡେ’ରେ କିଛି ଖାସ୍‌ ଉପହାର ଦେବେ। ସୋମବାର ଦିନ ସେ ନିଜ କଥା ରଖିଛନ୍ତି। ପ୍ରଭାସ ଭାଲେଣ୍ଟାଇନ୍‌ ଡେ’ରେ ନିଜ ଅପକମିଂ ଫିଲ୍ମ ରାଧେ ଶ୍ୟାମ୍‌ର ଏକ ନୂଆ ରୋମାଣ୍ଟିକ୍‌ ଟିଜର ଲଞ୍ଚ୍‌ କରିଛନ୍ତି। ଏଥିରେ ପ୍ରଭାସଙ୍କ ଚରିତ୍ର ଅର୍ଥାତ୍‌ ବିକ୍ରମାଦିତ୍ୟ ନିଜ ପ୍ରେମିକା ପ୍ରେରଣା ଅର୍ଥାତ୍‌ ପୂଜା ହେଗଡ଼େଙ୍କୁ ଆଣ୍ଠୁ ମାଡ଼ି ବସି ପ୍ରପୋଜ୍‌ କରୁଥିବାର ଦେଖିବାକୁ ମିଳିଛି। ଫିଲ୍ମର ଏହି ରୋମାଣ୍ଟିକ୍‌ ଟିଜରକୁ ଫ୍ୟାନ୍‌ ଖୁବ୍‌ ପସନ୍ଦ କରୁଛନ୍ତି।

ଦେଖନ୍ତୁ ଟିଜର:

Video Credit: T-Series

ପ୍ରଭାସ ଓ ପୂଜାଙ୍କ ଫିଲ୍ମ ରାଧେଶ୍ୟାମ୍‌କୁ ନେଇ ଫ୍ୟାନ୍‌ ପୂର୍ବରୁ ହିଁ ବେଶ୍‌ ଉତ୍ସାହିତ ଅଛନ୍ତି। କିଛି ଦିନ ତଳେ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଥିଲା। ଏହା ଏକ ରୋମାଣ୍ଟିକ ଥ୍ରୀଲର ଫିଲ୍ମ। ଫିଲ୍ମରେ ପ୍ରଭାସ ଜଣେ ବିଶ୍ୱ ବିଖ୍ୟାତ ଜ୍ୟୋତିଷ ଭୂମିକାରେ ଅଭିନୟ କରୁଛନ୍ତି। ସୋମବାର ରିଲିଜ୍‌ ହୋଇଥିବା ଟିଜରରେ ପ୍ରଭାସ ଓ ପୂଜାଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିଛି।

ଫିଲ୍ମ ନିର୍ମାତା ପ୍ରଭାସ ଓ ପୂଜାଙ୍କର ଏହି ରୋମାଣ୍ଟିକ ଟିଜରକୁ ନେଇ ପୂର୍ବରୁ ହିଁ ଏକ ପୋଷ୍ଟ ଜାରି କରିଥିଲେ। ରବିବାର ଜାରି ହୋଇଥିବା ଏହି ନୂଆ ପୋଷ୍ଟରେ କୁହାଯାଇଥିଲା ଯେ ସୋମବାର ଭାଲେଣ୍ଟାଇନ୍‌ ଡେ’ରେ କିଛି ଖାସ୍‌ ହେବାକୁ ଯାଉଛି। ତେବେ ରାଧାକୃଷ୍ଣ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଚଳିତବର୍ଷ ମାର୍ଚ୍ଚ ୧୧ରେ ପରଦାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.