ବିବାହର ୧୨ ବର୍ଷ ପରେ ମା’ ହେଲେ ରାଧିକା ଆପ୍ତେ, ସେୟାର କଲେ ପ୍ରଥମ ଫଟୋ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେ ମା ହୋଇଛନ୍ତି । କନ୍ୟା ସନ୍ତାନ ପାଇ ଉଭୟ ସ୍ବାମୀ ସ୍ତ୍ରୀ ଖୁସି ଅଛନ୍ତି । ଅଭିନେତ୍ରୀ ତାଙ୍କର ଲାଟେଷ୍ଟ ଫଟୋ ସେୟାର କରି ନେଟେନିଜେନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଅଭିନେତ୍ରୀ ତାଙ୍କ ଛୋଟ ପ୍ରିନ୍ସେସଙ୍କୁ ତାଙ୍କ ସ୍ୱାମୀ ବେନେଡିକ୍ଟ ଟେଲରଙ୍କ ସହ ସ୍ୱାଗତ କରିଛନ୍ତି । ଏହା ସହିତ ରାଧିକା ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜ ସନ୍ତାନର ଜନ୍ମର ଏକ ସପ୍ତାହ ପରେ ପୁଣି କାମ ଆରମ୍ଭ କରିଛନ୍ତି । ଫଟୋରେ ଅଭିନେତ୍ରୀ ନିଜ ଶିଶୁକୁ ସ୍ତନ୍ୟପାନ କରାଉଥିବା ନଜର ଆସିଛନ୍ତି ।

ରାଧିକା ତାଙ୍କ ଜୀବନର ଏହି ନୂତନ ଅଧ୍ୟାୟର ଆରମ୍ଭକୁ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସହ ସେୟାର କରିଛନ୍ତି । ଫଟୋରେ ଅଭିନେତ୍ରୀ ଏକ ଲାପଟପ୍ ସାମ୍ନାରେ ବସିଥିବାର ଏବଂ ତାଙ୍କ କୋଳରେ ତାଙ୍କ ଛୋଟ ଝିଅ ଅଛନ୍ତି, ଯାହାକୁ ସେ ସ୍ତନ୍ୟପାନ କରାଉଥିବାର ନଜର ଆସିଛନ୍ତି । ରାଧିକା ଏହି ସୁନ୍ଦର ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, “ମୋ ଛୁଆ ସହିତ ପ୍ରଥମ ୱାର୍କ ମିଟିଙ୍ଗ । ମଦର ଏଟ୍ ୱାର୍କ, ଏ ଭେରି ବିଉଟିଫୁଲ୍ ଚାପ୍ଟର, ଇଟ୍ସ ଏ ଗର୍ଲ, ଗର୍ଲ୍ସ ଆର ଦ ବେଷ୍ଟ ଭଳି ହ୍ୟାସଟ୍ୟାଗ୍ ବ୍ୟବହାର କରିଛନ୍ତି ।

ରାଧିକା ମା ହେବାର ଖବର ସେୟାର କରିବା ପରେ ଫ୍ୟାନ୍ସ ଏବଂ ଅନେକ ସେଲିବ୍ରିଟି  ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କମେଣ୍ଟରେ ଅଭିନେତ୍ରୀ କୋଙ୍କଣା ସେନ୍ ଶର୍ମା, ବିଜୟ ବର୍ମା, ଦିବ୍ୟେନ୍ଦୁ ଶର୍ମା, ମୋନା ସିଂଙ୍କ ସମେତ ଅନେକ ତାରକା ମଧ୍ୟ ଅଭିନେତ୍ରୀଙ୍କୁ ମା ହେବାର ଅଭିନନ୍ଦନ ଜଣାଇଛନ୍ତି ।

କହି ରଖିବାକୁ ଚାହିଁବୁ ଯେ ରାଧିକା ଆପ୍ଟେ ତାଙ୍କର ଲଙ୍ଗ ଟାଇମ୍ ବଏଫ୍ରେଣ୍ଡ ବେନେଡିକ୍ଟ ଟେଲରଙ୍କୁ ୨୦୧୨ରେ ବିବାହ କରିଥିଲେ । ଏହି ଅଭିନତ୍ରୀ ୨୦୧୩ ରେ ଅଫିସିଆଲି ତାଙ୍କ ବିବାହ ବିଷୟରେ ଘୋଷଣା କରିଥିଲେ । ବିବାହର ୧୨ ବର୍ଷ ପରେ ଅଭିନେତ୍ରୀ ତାଙ୍କ ଝିଅକୁ ସ୍ୱାଗତ କରିଛନ୍ତି ।