ଅଙ୍ଗରେଜୀ ମିଡିୟମ୍’ ଅଭିନେତ୍ରୀ ରାଧିକାଙ୍କ ଭିଡିଓ ଭାଇରାଲ, ବ୍ୟାଗ୍ ପ୍ୟାକ୍ କରି ପହଞ୍ଚିଲେ ଦିଲ୍ଲୀରେ

‘ଅଙ୍ଗରେଜୀ ମିଡିୟମ୍’ ଅଭିନେତ୍ରୀ ରାଧିକା ମଦାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଜୋରସୋରରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେ ତାଙ୍କ ପରିବାର ଲୋକଙ୍କୁ ମନେପକାଇଥିବା ଦେଖିବାକୁ ମିଳିଛି । ପ୍ୟାକ୍ ଅପ୍ କରି ଘରକୁ ଯିବାକୁ ହେବ ବୋଲି ଏକ ଭିଡିଓ କ୍ୟାପସନରେ ମନର କଥାକୁ ସେୟାର କରିଛନ୍ତି ରାଧିକା ।

ଏହା ବ୍ୟତୀତ ଏକ ଭିଡିଓରେ ରଣବୀରଙ୍କ ‘ରକଷ୍ଟାର’ ମୁଭିର ‘ଶହର ମେଁ ହୁଁ ମେଁ ତେରେ’ ଗୀତରେ ରାଧିକାଙ୍କୁ ମଜାମସ୍ତି କରୁଥିବାର ନଜର ଆସିଛନ୍ତି । ନିଜ ପରିବାର ସଦସ୍ୟ ଏବଂ ତାଙ୍କ କୁନି କୁନି ପିଲାଙ୍କ ସହ ସମୟ ଅତିବାହିତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ନିଜର ହେୟାରକଟ୍ ଷ୍ଟାଇଲ ଏବଂ ଦିଲ୍ଲୀର ସ୍ବାଦିଷ୍ଟ ଖାଦ୍ୟ ଭିଡିଓକୁ ମଧ୍ୟ ସେୟାର କରିଛନ୍ତି ।

୧୧ ମାର୍ଚ୍ଚ ଅଙ୍ଗରେଜୀ ମିଡିୟମ୍ ରିଲିଜ୍ ଅବସରର ୫ବର୍ଷ ପୂର୍ତ୍ତିରେ ଇରଫାନ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ସୋସିଆଲ ମିଡିଆରେ ସେୟାର କରି କହିଛନ୍ତି ଯେ, ତାଙ୍କ ଭିତରେ ଏବେ ବି କଳା ଜୀବିତ ରହିଛି । କଳାକାରମାନଙ୍କ ଆଖିରେ ଅସୁମାରି ସ୍ବପ୍ନ ରଖି ଜୀବନରେ ଆସୁଥିବା ପ୍ରତ୍ୟେକ ଜିନିଷକୁ ଜୀବନରେ ସ୍ବୀକାର କରିନେଇଥାନ୍ତି ।

ଅଭିନେତ୍ରୀ ୭ଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପରଦା ପଛର ଝଲକକୁ ପୋଷ୍ଟ କରିଛନ୍ତି । ଅମିତାଭ ବଚ୍ଚନଙ୍କ ହାତଲେଖା ନୋଟର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ବିଗ୍ ବି ଙ୍କ ଅଭିନୟ ପାଇଁ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

Also Read : ପୁଣିଥରେ ମା ହେବେକି ଆଲିଆ ? ମୁହଁ ଖୋଲିଲେ ଅଭିନେତା ରଣବୀର…