ମନୋରଂଜନ

ପରିଣୀତିଙ୍କ ଗୀତ ଶୁଣି ଖୁସି ହେଲେ ରାଘବ, ସୋସିଆଲ ମିଡିଆରେ ଫଟୋ ସେୟାର କରି ଜଣାଇଲେ ଶୁଭେଚ୍ଛା

ଗତ ବର୍ଷ ସେପ୍ଟେମ୍ବର ୨୪,୨୦୨୩ ରେ ଉଦୟପୁରର ହୋଟେଲ ଲୀଲା ପ୍ୟାଲେସରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ କରିଥିଲେ । ପଞ୍ଜାବୀ ରୀତିନୀତି ଅନୁଯାୟୀ ଏହି ଦମ୍ପତି ବିବାହ କରିଥିଲେ। ବିବାହ ପରେ ପରିଣୀତି ଚୋପ୍ରା ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି । ବାସ୍ତବରେ ଅଭିନେତ୍ରୀ ସିଙ୍ଗି ଇଣ୍ଡଷ୍ଟ୍ରିରେ ଏବେ ଏଣ୍ଟ୍ରି କରିଛନ୍ତି । କିଛି ଦିନ ପୂର୍ବରୁ ଜାନୁୟାରୀ ୨୮ରେ ପରିଣୀତି ଚୋପ୍ରା ‘ମୁମ୍ବାଇ ଫେଷ୍ଟିଭାଲ୍ ୨୦୨୪’ ରେ ଏକ କନ୍ସର୍ଟ କରିଥିଲେ, ଯାହାର ଅନେକ ଫଟୋ ଏବଂ ଭିଡିଓ ଅଭିନେତ୍ରୀ ତାଙ୍କ ଇନଷ୍ଟାରେ ସେୟାର କରିଥିଲେ । ତାଙ୍କ ଅଭିନୟ ପରି ପରିଣୀତି ଚୋପ୍ରା ମଧ୍ୟ ତାଙ୍କ ଗୀତ ସହିତ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ପରିଣୀତିଙ୍କ ସ୍ୱାମୀ ମଧ୍ୟ ତାଙ୍କ ଗୀତକୁ ଭଲ ପାଇବା ଦେଉଛନ୍ତି । କିଛି ଦିନ ପୂର୍ବରୁ ରାଘବ ଚଢା ତାଙ୍କ ପତ୍ନୀଙ୍କ ଗୀତକୁ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ ସେ ତାଙ୍କ ପତ୍ନୀଙ୍କୁ ମଧ୍ୟ ସମର୍ଥନ କରିବେ ବୋଲି ସର୍ବଦା କହିଛନ୍ତି ।

ରାଘବ ଚଢା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ମୁମ୍ବାଇ ଫେଷ୍ଟିଭାଲ ୨୦୨୪’ ରୁ ପରିଣୀତି ଚୋପ୍ରାଙ୍କ ଅନେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଖୋଲାଖୋଲି ଗୀତ ଗାଉଥିବାର ନଜର ଆସିଛନ୍ତି । ରାଘବ ଚଢା ଏହି ଫଟୋଗୁଡିକ ସେୟାର କରି ପରିଣୀତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ପୋଷ୍ଟ ସେୟାର କରିବାବେଳେ ରାଘବ ଲେଖିଛନ୍ତି, ‘ମୋର ରକଷ୍ଟାର, ମୋର କୋକିଲା, ମୋର ନିଜ ମେଡିସନ୍‌ କୁଇନ୍‌ । ଏପରି ମଧ୍ୟ ଲେଖିଛନ୍ତି ଯେ ସେ ସବୁ ବେଳେ ପରିଣୀତିଙ୍କ ସହ ଅଛନ୍ତି । ଏହି ପରି କ୍ୟାପ୍‌ସନ୍‌ରେ ଅନେକ କଥା ଲେଖିଛନ୍ତି । ଏହା ବ୍ୟତୀତ ସେହି ପୋଷ୍ଟରେ ଫ୍ୟାନ୍ସ ମଧ୍ୟ ଅନେକ ପ୍ରକାରର ରିଆକ୍ସନ୍‌ ଦେଇଛନ୍ତି ।

ପରିଣୀତି ଚୋପ୍ରା ଏବଂ ରାଘବ ଚଢା ୨୦୨୩ ମସିହାରେ ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କର ବିବାହ ପୂର୍ବରୁ ସମସ୍ତ ରୀତିନୀତି ଦିଲ୍ଲୀରେ ଆରମ୍ଭ ହୋଇଥିଲା, ଏବଂ ପରେ ସୁଫି ରାତ୍ରି ସମାରୋହ ହୋଇଥିଲା । ଏହା ପରେ ଏହି ଦମ୍ପତି ଉଦୟପୁରରେ ହଳଦି, ମେହେନ୍ଦି ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । ଏହା ପରେ ଦୁହେଁ ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ । ସେମାନଙ୍କ ବିବାହର ଫଟୋ ଏବଂ ଭିଡିଓ ଅନେକ ଦିନ ଧରି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା ।

KNews Bureau

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

4 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

22 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

24 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

59 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago