ଗିରଫ ଉପରେ ମୁଁହ ଖୋଲିଲେ ରାହତ ଫତେହ ଅଲ୍ଲୀ ଖାନ୍, କହିଲେ ଏ ସବୁ ଗୁଜବ

ନୂଆଦିଲ୍ଲୀ : ପାକିସ୍ତାନର ଲୋକପ୍ରିୟ କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାନ ଗିରଫ । ଗତକାଲି ଫତେହ ଅଲ୍ଲୀ ଖାନଙ୍କୁ ଦୁବାଇ ଏୟାରପୋର୍ଟରୁ ଗିରଫ କରାଯାଇଥିଲା । ସଙ୍ଗୀତ ପରିବେଷଣ ପାଇଁ ରାହତ ଦୁବାଇ ଯାଇଥିଲେ । କିନ୍ତୁ ଏହି ଘଟଣାକୁ ନେଇ ରାହତ ଏକ ଭିଡିଓ ଜାରି କରି ଏହାକୁ ଖଣ୍ଡନ କରିଛନ୍ତି । କୌଣସି ଗିରଫଦାରି ହୋଇନଥିବା ସେ କହିଛନ୍ତି ।  ଇନଷ୍ଟାଗ୍ରାମରେ ଗୋଟିଏ ଭିଡିଓ ଜାରି କରି ରାହତ ଫତେ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମୁଁ ଗୋଟିଏ ଗୀତ ରେକର୍ଡ କରିବାକୁ ଦୁବାଇ ଆସିଥିଲି। ମୋ ଗିରଫଦାରୀ ନେଇ କିଛି ଖବର ପ୍ରଚାର କରାଯାଉଛି। ଦୟା କରି ସେସବୁରେ ବିଶ୍ୱାସ କରନ୍ତୁ ନାହିଁ।”

ସୂଚନା ଅନୁସାରେ ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦଙ୍କ ଅଭିଯୋଗ ପରେ ରାହତ ଫତେ ଅଲ୍ଲୀ ଖାନ ଗିରଫ କରାଯାଇଥିଲା । କୁହାଯାଉଛି ଯେ ପ୍ରଥମେ ତାଙ୍କୁ ପ୍ଲେନ୍‌ରେ ବସିବା ପାଇଁ ବନ୍ଦ କରାଯାଇଥିଲା, ତାଙ୍କୁ ଅଟକ ରଖି ଗିରଫ କରାଯାଇଥିଲା ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ତେବେ ରାହତ ଫତେହ ଅଲ୍ଲୀ ଖାନ ଜଣେ ପ୍ରସିଦ୍ଧ ଗାୟକ, ତାଙ୍କର ସାରା ବିଶ୍ୱରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ସେ ଭାରତରେ ରହୁଥିଲେ ମଧ୍ୟ ନିଜର ଅନେକ ନାମ ଅର୍ଜନ କରିଥିଲେ । ବଲିଉଡରେ ତାଙ୍କ ନାମରେ ଅନେକ ଗୀତ ଅଛି, ଯାହାକି ଲୋକମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ।