ଇଣ୍ଟରନେଟରେ ଧମାଲ୍ କରୁଛି ଗାର୍ଲଫ୍ରେଣ୍ଡ ଦିଶାଙ୍କ ସହିତ ରାହୁଲଙ୍କ ରୋମାଣ୍ଟିକ ଡ୍ଯାନ୍ସ, ଦେଖନ୍ତୁ ଭିଡିଓ

ବିଗବସ୍ ୧୪ର ରନରଅପ୍ ତଥା ଗାୟକ ରାହୁଲ ବୈଦ ବିଗବସ ହାଉସରୁ ବାହାରିବା ପରେ ନିଜ ଲଭଲେଡି ଦିଶା ପରମାର ଏବଂ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। ବିଗବସ୍ ଘରୁ ବାହାରିବା ରାହୁଲଙ୍କ ଫ୍ଯାନ ଫଲୋଇଂ ଅଧିକ ବଢିଯାଇଛି। ରାହୁଲ ଏବଂ ଦିଶାଙ୍କ ଅନେକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରଲ ହେଉଛି। ଏବେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଦମାଲ ମଚାଉଛି।

ରାହୁଲ ସେୟାର କରିଥିବା ଭିଡିଓରେ ରାହୁଲ ଏବଂ ଦିଶା ପରମାର କୌଣସି ଉତ୍ସବକୁ ଯାଇଥିଲେ। ସେଠାରେ ଦୁହିଁଙ୍କ ଡ୍ଯାନ୍ସ ଇଣ୍ଟରନେଟରେ ଭାଇରଲ ହେଉଛି। ଏହି ଫଟୋରେ ଦିଶା ପରମାର ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି। ରାହୁଲ ବ୍ଲାକ ଆଣ୍ଡ ଗ୍ରେ ରଙ୍ଗର ବ୍ଲେଜର ପିନ୍ଧିଥିବା ନଜର ଆସିଛନ୍ତି। ଦୁହେଁ ‘ ତୁମସେ ମିଲକେ ଦିଲକା ଜୋ ହାଲ’ ଗୀତରେ ଜବରଦସ୍ତ ଡ୍ଯାନ୍ସ କରୁଛନ୍ତି। ଏହି ଭିଡିଓରେ ଦୁହିଁଙ୍କ ରୋମାଣ୍ଟିକ କେମେଷ୍ଟ୍ରି ନଜର ଆସୁଛି।

ସୂଚନା ଯୋଗ୍ଯ, ବିଗବସ୍ ହାଉସରେ ଥିବା ବେଳେ ରାହୁଲ ବୈଦ ଦିଶାଙ୍କୁ ବିବାହ ପାଇ ପ୍ରପୋଜ କରିଥିଲେ। ଯାହାର ଜବାବରେ ଦିଶା ହଁ କରିଥିଲେ। ରାହୁଲ ବିଗବସ୍ ହାଉସରୁ ବାହାରିବା ପରେ ଦିଶାଙ୍କ ସହିତ ଛୁଟି କାଟିବାକୁ ଯାଇଥିଲେ। ଦୁହେଁ ପରସ୍ପରକୁ ନେଇ ବହୁତ ଖୁସି ଥିବା ନଜର ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.