କରିସ୍ମାଙ୍କ ଜନ୍ମ ସମୟରେ ଜେଜେ ରାଜ କପୁରଙ୍କ ଅଜବ ସର୍ତ୍ତ, ଅଭିନେତ୍ରୀଙ୍କ ମା’ ବବିତା କଲେ ଖୁଲାସା

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କରିସ୍ମା କପୁର ୯୦ଦଶକରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । କରିସ୍ମା କପୁର ତାଙ୍କ କପୁର ଖାନଦାନ ଭିତରେ ପ୍ରଥମେ ମହିଳା ଅଭିନେତ୍ରୀ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ । ରାଜ କପୁରଙ୍କ ପରେ ପରେ କରିସ୍ମା ଏବଂ ତାଙ୍କ ଭଉଣୀ କରୀନା ଦୁହେଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମ୍ୟାରିୟର ଗଢିଥିଲେ । କରିସ୍ବା ବିଭିନ୍ନ ଫିଲ୍ମ କରି ଦର୍ଶକଙ୍କଠାରୁ ଅନେକ ଭଲପାଇବା ସାଉଁଟିପାରିଛନ୍ତି । ଦର୍ଶକମାନେ ତାଙ୍କ ଆକ୍ଟିଙ୍ଗକୁ ଯେତିକି ପସନ୍ଦ କରୁଥିଲେ ସେତିକି ତାଙ୍କ ଲୁକ୍ସ୍‍ କୁ ମଧ୍ୟ ପସନ୍ଦ କରୁଥିଲେ।

ଏଥିସହ କରିସ୍ମାଙ୍କ ବୟସ ବଢିବା ପରେ ମଧ୍ୟ ସେ ଖୁବ୍ ୟଙ୍ଗ୍ ନଜର ଆସିଥାନ୍ତି। ଖାସ୍ କରି ତାଙ୍କ ନୀଳ ନୀଳ ଆଖି ପାଇଁ ଦର୍ଶକଙ୍କ ମନରେ ଗୋଟିଏ ବିଶେଷ ଜାଗା କରିପାରିଛନ୍ତି । କରିସ୍ମାଙ୍କ ଜନ୍ମ ପୂର୍ବରୁ ତାଙ୍କ ନୀଳ ଆଖିକୁ ନେଇ ତାଙ୍କ ଜେଜେ ରାଜ କପୁର ଗୋଟିଏ ସର୍ତ୍ତ ରଖିଥିଲେ । ସର୍ତ୍ତଟି କ’ଣ ରହିଥିଲା ହୁଏତ ଅନେକ ଲୋକଙ୍କୁ ଜଣା ନ ଥିବ ।

କପୁର ପରିବାରର ପ୍ରଥମ ନାତୁଣୀ କରିସ୍ମା କପୁର ଥିବାରୁ ସେ ରାଜ କପୁରଙ୍କ ସବୁଠାରୁ ପ୍ରିୟ ଥିଲେ । କରିସ୍ମାଙ୍କ ଜନ୍ମ ପୂର୍ବରୁ ରାଜ କପୁର ଗୋଟିଏ ଅପୂର୍ବ ସର୍ତ୍ତ ରଖିଥିଲେ । ରାଜ କପୁରଙ୍କ ସର୍ତ୍ତର ଖୁଲାସା କରିସ୍ମାଙ୍କ ମା’ ବବିତା କରିଛନ୍ତି ।

ସୂଚନାନୁଯାୟୀ ବବିତା କହିଥିଲେ କି କରିସ୍ମା କପୁର ଜନ୍ମ ହେବା ପୂର୍ବରୁ ପୁରା କପୁର ପରିବାର ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ରାଜ କପୁରଙ୍କ ସର୍ତ୍ତ ଅନୁଯାୟୀ ସେ ନାତୁଣୀକୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚି ନଥିଲେ । କାହିଁକି ନା ନାତୁଣୀର ଆଖିକୁ ନେଇ ବୋହୂ ଆଗରେ ସର୍ତ୍ତ ରଖିଥିଲେ ଶ୍ବଶୁର ରାଜ କପୁର । ତାଙ୍କ ସର୍ତ୍ତ ଥିଲା ଯେ, ଯଦି ତାଙ୍କ ନାତୁଣୀର ଆଖି ନୀଳ ହୋଇଥିବ ତେବେ ସେ ହସ୍ପିଟାଲରେ ପହଞ୍ଚିବେ । କପୁର ପରିବାର ପାଇଁ ଆଶ୍ଚର୍ଯ୍ୟ ଏବଂ ଖୁସି କଥା ହେଉଛି ଯେ କରିସ୍ମାଙ୍କ ଜେଜେ ରାଜ କପୁରଙ୍କ କହିବାନୁଯାୟୀ କରିସ୍ମାଙ୍କ ଆଖି ନୀଳ ରଙ୍ଗର ହୋଇଥିଲା । ଯାହାକୁ ଦେଖିବା ପରେ ରାଜ କପୁର ବହୁତ ଖୁସି ହୋଇଯାଇଥିଲେ । ଅନେକ ସମୟରେ ଜେଜେ ନାତୁଣୀ ଉଭୟେ ବେଶ୍ ନିକଟତର ହୋଇପାରିଥିଲେ । କରିସ୍ମାଙ୍କ ଅଭିନେତ୍ରୀ କ୍ୟାରିୟରକୁ ନେଇ ରାଜ କପୁର ତାଙ୍କୁ ପ୍ରାତ୍ସାହନ କରିବା ସହ ସଫଳ ଅଭିନେତ୍ରୀ ହେବାର ଭବିଷ୍ୟବାଣୀ କରିଥିଲେ ।

ଅନ୍ୟପଟେ କୌଣସି କାରଣରୁ ବବିତା କପୁର ରଣଧୀର କପୁରଙ୍କଠାରୁ ସବୁଦିନ ପାଇଁ ଦୂରେଇ ଯାଇଥିଲେ । କିନ୍ତୁ ମା’ ଭାବେ କରିସ୍ମାଙ୍କ କ୍ୟାରିୟର ପାଇଁ ପ୍ରୋତ୍ସାହନ କରିବା ସହ ଏକାକି ଦୁଇ ଭଉଣୀଙ୍କୁ ମଣିଷ କରିଥିଲେ । ଯେତେବେଳେ କରିସ୍ମା ଅଭିନେତ୍ରୀ ହେବାର ନିଷ୍ପତ୍ତି ନେଇଥିଲେ ସେତେବେଳେ ତାଙ୍କ ମା’ ବବିତା ତାଙ୍କ ସହ ସୁଟିଂ ସେଟ ମଧ୍ୟ ଯାଉଥିଲେ ।

 

Also Read : ସିରିଡି ସାଇବାବାଙ୍କ ଶରଣରେ ଶିଳ୍ପା ସେଟ୍ଟୀ, ପରିବାର ସହିତ ମିଶି କଲେ ପୂଜା