ଅଶ୍ଳୀଳ କଣ୍ଟେଣ୍ଟ ମାମଲାରେ ରାଜ କୁନ୍ଦ୍ରା ହେଲେ ଗିରଫ, ଦୋଷୀ ସାବ୍ୟସ୍ତ ହେଲେ ମିଳିବ ବଡ଼ ଦଣ୍ଡ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି। ରାଜ କୁନ୍ଦ୍ରା ଅଶ୍ଳୀଳ କଣ୍ଟେଣ୍ଟ ବା ପୋର୍ନୋଗ୍ରାଫିକ କଣ୍ଟେଟ ବନାଇବାର ଅଭିଯୋଗ ମୁମ୍ବାଇ ପୋଲିସ ପାଖରେ ଥିବା କାରଣରୁ ତାଙ୍କୁ ଗିରଫ କରାଯାଇଛି। କେବଳ ଏତିକି ନୁହେଁ ବରଂ ଏହି କଣ୍ଟେଟକୁ ସେ ଏକ ଆପ ମାଧ୍ୟମରେ ପ୍ରସାରିତ କରିବାକୁ ଯାଉଥିଲେ। ଏହି ମାମଲା ରୁଜୁ ହେବା ପରେ ପୋଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆଜିକାଲି ଇଣ୍ଟରନେଟ ମାଧ୍ୟମରେ ଅଶ୍ଲୀଳ ଭିଡିଓ ବ୍ୟାପାରର ମାତ୍ରା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଆଇନ ବ୍ୟବସ୍ଥାରେ କଡ଼ା ନିୟମ ଲାଗୁ କରାଯାଇଛି। ଏହାର ଉଲଂଘନ କରିବା ମାତ୍ରେ ଜେଲ ଦଣ୍ଡ ଭୋଗିବାର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଏହି ମାମଲାର ଶିକାର ହୋଇଛନ୍ତି ରାଜ କୁନ୍ଦ୍ରା। ପୋନୋଗ୍ରାଫୀ ବା ଅଶ୍ଳିଳତା ଭରା କଣ୍ଟେଟ ପବ୍ଲିସ ହେବାର ଖବର ଜାଣିବା ପରେ ପୋଲିସ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି।

ଆଇନତଃ ଏହି ମାମଲାରେ ଆରୋପୀଙ୍କ ବିରୁଦ୍ଧରେ ଆଇଟି ଆକ୍ଟ ସହ ଆଇପିସି ଧାରା ଲାଗୁ ହୋଇଥାଏ। ଦୋଷ ପ୍ରମାଣିତ ହେବା ପରେ ଦୋଷୀଙ୍କୁ ଅନେକ ବର୍ଷ ଜେଲ ମଧ୍ୟ ହୋଇଥାଏ। ତେଣୁ ଏହାକୁ ଧ୍ୟାନରେ ରଖି ଫିଲ୍ମ ମେକର ମାନେ ଫିଲ୍ମ ପ୍ରସ୍ତୁତ କରିଥାନ୍ତି। କାରଣ ଦେଶରେ ଅଶ୍ଳୀଳ କଣ୍ଟେଣ୍ଟ ବା ପୋନୋଗ୍ରାଫୀ ଏବଂ ଏହାର କଣ୍ଟେଟ ବିରୁଦ୍ଧରେ କଡ଼ା ଆଇନ ଲାଗୁ କରାଯାଇଛି। ଏହାକୁ ଅବମାନନା କରି ଯିଏ ଏଭଳି କଣ୍ଟେଟ ତିଆରି କରିବ , ସେମାନଙ୍କୁ ପୋଲିସ ଗିରଫ କରିବ।ର ନିୟମ ରହିଛି।

ଅନ୍ୟର ଅନିଚ୍ଛା ସତ୍ତ୍ୱେ ତାଙ୍କର ଅଶ୍ଳୀଳ ଭିଡ଼ିଓ ତିଆରି କରିବା ଏବଂ ତାକୁ ଇଣ୍ଟରନେଟ ମାଧ୍ୟମରେ ସମସ୍ତଙ୍କ ପାଖକୁ ଛାଡିବା ସମ୍ପୁର୍ଣ୍ଣ ରୂପେ ଅବୈଧ । ଏହାସହ ଚାଇଲ୍ଡ ପୋନୋଗ୍ରାଫୀ ଦେଖିବା ମଧ୍ୟ ଦଣ୍ଡନୀୟ ଅପରାଧ । ଏହି ଅନ୍ତର୍ଗତ ମାମଲାରେ ଆଇଟିର ୨୦୦୮ର ଧାରା ୬୭( କ) ଏବଂ ଆଇପିସିର ୨୯୨, ୨୯୩, ୨୯୪, ୫୦୦, ୫୦୬ ଏବଂ ୫୦୯ରେ ଦଣ୍ଡ ମିିଳିଥାଏ। ଏହାପାଇଁ ପ୍ରଥମେ ୫ ବର୍ଷ ଜେଲ ହେବା ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ମିଳିଥାଏ। କିନ୍ତୁ ୨ୟ ଥରରେ ଜେଲ ଦଣ୍ଡ ୭ ବର୍ଷ ବଢ଼ିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.