ଖୋଲୁଛି ରାଜ୍ଙ୍କ ରାଜ୍: ପର୍ଣ୍ଣ ଫିଲ୍ମ ପାଇଁ ଶର୍ଲିନ୍ ଚୋପ୍ରା ଓ ପୁନମ୍ ପାଣ୍ଡେଙ୍କ ସହ କଣ୍ଟ୍ରାକ୍ଟ କରିଥିଲେ ରାଜ୍ କୁନ୍ଦ୍ରା

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଏବେ ଜେଲରେ। ପର୍ଣ୍ଣ ଫିଲ୍ମ ସୁଟିଂ ଅଭିଯୋଗରେ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ପଚରାଉଚରା ପରେ ଗିରଫ କରିଛି। ଜୁଲାଇ ୨୩ ଯାଏଁ ସେ ପୋଲିସ ହେପାଜତରେ ରହିବେ। ଅଶ୍ଳୀଳ ଫିଲ୍ମ ତିଆରି କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତେବେ ବର୍ତ୍ତମାନ ଏହି କେସ୍ରେ ନୂଆ ନୂଆ କନେକ୍ସନ୍ ସାମ୍ନାକୁ ଆସୁଛି। ଶର୍ଲିନ୍ ଚୋପ୍ରା ଓ ପୁନମ୍ ପାଣ୍ଡେ ମଧ୍ୟ ରାଜ୍ କୁନ୍ଦ୍ରାଙ୍କ ସହ ଏହି ମାମଲାରେ ଜଡ଼ିତ ଥିବା ଜଣାଯାଇଛି।
ରିପୋର୍ଟ ମୁତାବକ, ଏହି କେସ୍ରେ ଶର୍ଲିନ୍ ଓ ପୁନମ୍ ଅଭିଯୋଗକାରୀ ଭାବେ ସାମ୍ନାକୁ ଆସିଛନ୍ତି। ମହାରାଷ୍ଟ୍ର ସାଇବର ତାଙ୍କ ମାମଲା ରୁଜୁ କରିଛି। ଉଭୟେ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ରାଜ୍ କୁନ୍ଦ୍ରାଙ୍କୁ ଗତ ବର୍ଷ କୋର୍ଟରୁ ଅନ୍ତରୀଣ ଜାମିନ୍ ମିଳିଥିଲା ଓ ବେଲ୍ ଆପ୍ଲିକେସନ୍ ଉପରେ ଅନ୍ତିମ ଶୁଣାଣି ଚଳିତ ମାସ ଶେଷରେ ହେବ।
ଶର୍ଲିନ୍ ରାଜ୍ କୁନ୍ଦ୍ରାଙ୍କ ସହ ଫର୍ମ ଆମର୍ସପ୍ରାଇମ୍ ମିଡିଆ ସହ କଣ୍ଟ୍ରାକ୍ଟ କରିଥିଲେ। ଭାରତ ବାହାର କିଛି ଆପ୍ ପାଇଁ ଅଶ୍ଳୀଳ କଣ୍ଟେଣ୍ଟ କରିବାକୁ ଏହି କଣ୍ଟ୍ରାକ୍ଟ ଥିଲା। ଶର୍ଲିନ୍ଙ୍କ ଓକିଲ କହିଛନ୍ତି, ସେ ପର୍ଣ୍ଣୋଗ୍ରାଫି ସହ ନିଜସ୍ୱ ଆପ୍ ବି ଚଲାଉଥିଲେ। ଏହି କାମ ଏତେ ଭଲ ଚାଲିଲାନି। ଫଳରେ ଶର୍ଲିନ୍ଙ୍କୁ ରାଜ୍ ଅଫର ଦେଇଥିଲେ ଓ ଲାଭାଂଶର ୫୦ ପ୍ରତିଶତ ଦେବାକୁ ଏଗ୍ରିମେଣ୍ଟ କରିଥିଲେ।
୨୦୧୯ ଓ ୨୦୨୦ରେ ଭଲ ଲାଭ ହୋଇଥିଲା। କିନ୍ତୁ ପରେ ରାଜ୍ ତାଙ୍କୁ କଣ୍ଟ୍ରାକ୍ଟ ମୁତାବକ ଅର୍ଥ ନଦେବାରୁ ସେ କଣ୍ଟ୍ରାକ୍ଟ ରଦ୍ଦ କରିବାକୁ କହିଥିଲେ। ପରେ ସେ ନିଜର ଆପ୍ ଚଳାଇଥିଲେ। ତାହା କିଛି ଦିନ ଭଲ ବି ଚାଲିଥିଲା। କିନ୍ତୁ ଅଗଷ୍ଟ ୨୦୨୦ ରେ ତାଙ୍କର ଗୋଟିଏ କଣ୍ଟେଣ୍ଟ ପାୟରେଟେଡ୍ ହୋଇଗଲା। ଏ ନେଇ ସେ ପୋଲିସରେ ଅଭିଯୋଗ କରିଥିଲେ। ୨୦୨୧ ଫେବ୍ରୁଆରୀରେ ସେ ଏକ ବୟାନରେ କହିଥିଲେ, କେମିତି ରାଜ୍ ତାଙ୍କୁ ପର୍ଣ୍ଣ ଇଣ୍ଡଷ୍ଟ୍ରୀକୁ ନେଇ ଯାଇଥିଲେ।
ଅନ୍ୟପଟେ ଚଳିତବର୍ଷ ଆରମ୍ଭରେ ରାଜ୍ କହିଥିଲେ ଯେ ସେ କମ୍ପାନୀର ସବୁ ସେୟାର ବିକ୍ରି କରିଦେଇଛନ୍ତି ଓ ସମସ୍ତ ଇନ୍ଭେଷ୍ଟମେଣ୍ଟ ଓ ଡକ୍ୟୁମେଣ୍ଟ ପୋଲିସକୁ ହସ୍ତାନ୍ତର କରିଦେଇଛନ୍ତି।