ପର୍ଣ୍ଣ ଫିଲ୍ମ ବିଜିନେସ ମାଧ୍ୟମରେ ପ୍ରତିଦିନ ରାଜଙ୍କ ପକେଟକୁ ଆସୁଥିଲା ୮ ଲକ୍ଷ ଟଙ୍କା

ବିଜିନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ହାତରେ ପର୍ଣ୍ଣ ଭିଡି଼ଓ କରି ଟଙ୍କା ରୋଜଗାର କରିବା ଅଭିଯୋଗ ଆସିଛି । ଜୁଲାଇ ୨୩  ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ ରାଜ ମୁମ୍ବାଇ ପୋଲିସର କହିବା ଅନୁଯାୟୀ ପର୍ଣ୍ଣ ଭିଡିଓ କରି କେତେକ ଆପରେ ପବ୍ଲିସ କରିବାରେ ମାହିର ଥିଲେ ରାଜ କୁନ୍ଦ୍ରା ଏହି କାମରୁ କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କରୁଥିଲେ ଏମିତିକି ପ୍ରତିଦିନ ପାଖାପାଖି ୧୨ ଲକ୍ଷ ଟଙ୍କା ରାଜଙ୍କ ପକେଟକୁ ଆସୁଥିଲା ବୁଧବାର କ୍ରାଇମବ୍ରାଞ୍ଚ ଟିମ ମୁମ୍ବାଇସ୍ଥିତ ବିଆନ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଅଫିସ ଉପରେ ଚଢ଼ାଉ କରିବା ସହ ଅନ୍ୟ କେତେ ଗୁଡିଏ ଠିକଣା ଉପରେ ମଧ୍ୟ ତନାଘନା କରିଥିଲେ ଖବର ମୁତାବକ ପୋଲିସ ରାଜଙ୍କ ଅଫିସର କେତେ ଗୁଡିଏ ହାର୍ଡ଼ ଡିସ୍କକୁ ସିଜ କରିଛି । କହିରଖିବା ଉଚିତ ହେବକି ୨୦୨୧ ରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଥିଲା । ମୁମ୍ବାଇରେ ପୋଲିସ ଫେବୃଆରୀ ମାସରେ ଉମେଶ କାମତଙ୍କୁ ପର୍ଣ୍ଣ ରାକେଟ ଚଳାଇବା ଅଭିଯୋଗରେ ଗିରଫ କରିଥିଲା ।

raj kundra

ତାଙ୍କରି ଜରିଆରେ ହିଁ ରାଜ କୁନ୍ଦ୍ରାଙ୍କ ନାଁ ସାମ୍ନାକୁ ଆସିଥିଲା । ଲକ ଡାଉନ ସମୟରେ ହିଁ ରାଜ ଏହି କାମ ଆରମ୍ଭ କରିଥିଲେ । ମଡେଲ ମାନଙ୍କୁ ଫିଲ୍ମ କିମ୍ବା ୱେବସିରିଜ ମାନଙ୍କରେ କାମ ଦେବା ବାହାନାରେ ବଙ୍ଗଳାକୁ ଡକା ଯାଉଥିଲା | ଆଉ ଅଡିସନ ବାହାନାରେ ସେମାନଙ୍କୁ ନ୍ୟୁଡ଼ ଫିଲ୍ମ ସୁଟ କରିବାକୁ ବାଧ୍ୟ କରାଯାଉଥିଲା । ପୂର୍ବରୁ ଏହି କାମ ରୁ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର ହେଉଥିବା ବେଳେ ପରେ ଏହା ବୃଦ୍ଧି ପାଇ ୬ ରୁ ୮ ଲକ୍ଷରେ ପହଞ୍ଚିଥିଲା | ରାଜଙ୍କ ଆକାଉଣ୍ଟ ଗୁଡିକୁ ବି ସିଜ କରି ଦିଆଯାଇଥିଲା ।ପଚରାଉଚୁରାରୁ ଜଣାଯାଇଛିଯେ ୨୦୧୯ ରେ ସେ ଆର୍ମସ ପ୍ରାଇମ ମିଡିୟା ଲିମିଟେଡ଼ ନାଁରେ ଏକ କମ୍ପାନୀ ସ୍ଥାପନ କରିଥିଲେ | ଆଉ ହଟସର୍ଟସ ନାଁରେ ଡେଭଲପ କରିଥିଲେ ରାଜ । ହଟସର୍ଟସରେ ପେଡ଼ ସବସ୍କ୍ରାଇବ୍ରର୍ସ ଜରିଆରେ ଟଙ୍କା ଆଦାୟକୁ ମେଣ୍ଟେନାନ୍ସ ନାଁରେ ଦେଖାଯାଉଥିଲା । ଏହି ତରିକାରେ ସେମାନେ କାମ କରୁଥିଲେ । ଏହି ମେଣ୍ଟେନାନ୍ସ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ବିଆନ କମ୍ପାନୀର ୧୩ଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ହେଉଥିଲା । କେତେ ଗୁଡି଼କୁ ଆକାଉଣ୍ଟ ଜରିଆରେ ଅର୍ଥ ରାଶି ରାଜଙ୍କ ଆକାଉଣ୍ଟକୁ ଆସୁଥିଲା ।

କେମିତି ଧରା ପଡ଼ିଥିଲେ ରାଜ:

ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲାକି ମଡ଼ ଗାଁ ସ୍ଥିତ ଏକ ଭଡା ଘରେ ଅଶ୍ଳୀଳ ଫିଲ୍ମ ସୁଟିଙ୍ଗ ଚାଲିଛି । ଯାହା ପରେ କ୍ରାଇମ ବ୍ରାଞ୍ଚ ଟିମ ଚଢ଼ାଉ କରିଥିଲେ । ଘଟଣାସ୍ଥଳରେ ଟିମ ପହଂଚି ଦେଖିଥିଲେକି ନ୍ୟୁଡ ଫିଲ୍ମର ସୁଟିଙ୍ଗ ଚାଲିଛି । ଯାହା ପରେ ଧରା ପଡ଼ିଥିଲେ ରାଜ ଆଉ ତାଙ୍କ ଟିମ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.