୧୮ଟି କମ୍ପାନୀର ମାଲିକ ଥିଲେ ରାଜ, ୨୩ଟି ଇଣ୍ଡଷ୍ଟ୍ରିର ଡ଼ାଇରେକ୍ଟର ଅଛନ୍ତି ଶିଳ୍ପା

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ପୋନୋଗ୍ରାଫିକ ଭିଡିଓ ନିର୍ମାଣ କରି ଆପରେ ପକେଇବା ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ । ସୂଚନା ମୁତାବକ ଆସନ୍ତା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ରାଜ ପୋଲିସ ହେପାଜତରେ ରହିବେ । ଏହି ବିବାଦ ପଛରେ “ଆର୍ମ ପ୍ରାଇସ ମିଡିୟା”ର ନାଁ ସାମ୍ନାକୁ ଆସିଛି । ଏହା ଏକ ପ୍ରାଇଭେଟ କମ୍ପାନୀ ହୋଇଥିବା ବେଳେ ୨୦୧୯ରେ ଏହା ଆରମ୍ଭ ହୋଇଥିଲା । ଏହି କମ୍ପାନୀ ଖେଳ ସହ ସାମିଲ ଥିବା ବେଳେ ମାର୍କେଟରେ ଏହାର ୧୦
ଲକ୍ଷ ସେୟାର କ୍ୟାପିଟାଲ ରହିଛି । ଆଜିକା ସମୟରେ ୯ଟି କମ୍ପାନୀର ଡ଼ାଇରେକ୍ଟର ଥିବା ରାଜ ମାତ୍ର ୧୮ ବର୍ଷ ବୟସରେ ପସମୀନା ସାଲ ବ୍ୟବସାୟରୁ ବିଜନେସ ଦୁନିଆରେ ପାଦ ରଖିଥିଲେ ।

ପତ୍ନୀ ଶିଳ୍ପାଙ୍କ ନାଁରେ ସ୍ଥାପିତ ହୋଇଥିବା “ଶିଳ୍ପା ୟୋଗ ପ୍ରାଇଭେଟ” ନାମକ ଏକ କମ୍ପାନୀର ଡ଼ାଇରେକ୍ଟର ଦାୟିତ୍ୱରେ ଅଛନ୍ତି ରାଜ କୁନ୍ଦ୍ରା । ଏହି କମ୍ପାନୀ ମାନଙ୍କରୁ ହିଁ ରାଜ କୋଟି କୋଟି ଟଙ୍କାର ସମ୍ପତ୍ତି ଠିଆ କରିଛନ୍ତି । ରାଜ ଓ ଶିଳ୍ପା ଉଭୟେ କୁନ୍ଦ୍ରା କନ୍ଷ୍ଟ୍ରକ୍ସନର ମାଲିକାନା ଦାୟିତ୍ୱରେ ଥିବା ବେଳେ କିନ୍ତୁ ପରେ କମ୍ପାନୀକୁ ଅଫିସିଆଲ ଭାବରେ ହଟାଇ ଦିଆଯାଇଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ସମୟରେ ଶିଳ୍ପା ୨୩ ଟି କମ୍ପାନୀର ଡ଼ାଇରେକ୍ଟର ଦାୟିତ୍ୱରେ ଅଛନ୍ତି । ଶିଳ୍ପାଙ୍କୁ ବିବାହ କରିବା ପରେ ରାଜ ଅଧିକାଂଶ କମ୍ପାନୀ ଖୋଲିଥିବା ବେଳେ ଡାଇରେକ୍ଟର ଦାୟିତ୍ୱରେ ଶିଳ୍ପାଙ୍କୁ ବସାଇଥିଲେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.