ରାଜ କୁନ୍ଦ୍ରା :କାହିଁକି ପ୍ରଥମ ସ୍ତ୍ରୀ ସହିତ ଭାଙ୍ଗିଥିଲେ ସମ୍ପର୍କ, ଏହା ପରେ ଶିଳ୍ପା ସେଟ୍ଟୀଙ୍କୁ କରିଥିଲେ ବିବାହ

ବଲିଉଡ ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଏହି ମାମଲାରେ ରାଜ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ରାଜ କୁନ୍ଦ୍ରାଙ୍କ ବିରୋଧରେ ସେମାନଙ୍କର ଯଥେଷ୍ଟ ପ୍ରମାଣ ଅଛି ବୋଲି ପୋଲିସ ବିଶ୍ୱାସ କରୁଛି।

ସୂଚନା ଯୋଗ୍ୟ ରାଜ କୁନ୍ଦ୍ରା ୯ସେପ୍ଟେମ୍ବର ୧୯୭୫ ରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ। ବୃତ୍ତି ଅନୁଯାୟୀ ସେ ଜଣେ ବ୍ୟବସାୟୀ ଥିଲେ । ତାଙ୍କ ପିତା ପଞ୍ଜାବୀ ଥିଲେ ଏବଂ ଲଣ୍ଡନରେ ବସ୍ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିଲେ । ଏହା ପରେ ସେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ ସେ ବହୁତ ଧନୀ ନଥିଲେ। ଏହି ସମୟରେ, ରାଜଙ୍କ ମା ଦୋକାନ ଆସିଷ୍ଟାଣ୍ଟ ଭାବରେ କାମ କରୁଥିଲେ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ,ରାଜ କୁନ୍ଦ୍ର ୨୦୦୩ ରେ କବିତା କୁନ୍ଦ୍ରାଙ୍କ ସହ ତାଙ୍କର ପ୍ରଥମ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ୨୦୦୬ ରେ ଛାଡପତ୍ର ହୋଇଥିଲେ। ଏଥି ସହିତ, ରାଜ କୁନ୍ଦ୍ରା ଶିଳ୍ପା ଶେଟ୍ଟୀଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କ ମଧ୍ୟରେ ବୈବାହିକ ସମ୍ପକ ଭଲ ନଥିବା ବେଳେ କବିତା ଅଭିଯୋଗ କରିଥିଲେ ଯେ ଶିଳ୍ପା ଶେଟ୍ଟୀଙ୍କ କାରଣରୁ ତାଙ୍କର ଏବଂ ରାଜ କୁନ୍ଦ୍ରାଙ୍କ ବିବାହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି । ସେହିପରି ଅନ୍ୟପକ୍ଷରେ ରାଜ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ରାଜଙ୍କ ଭଉଣୀଙ୍କ ସ୍ୱାମୀଙ୍କ ସହ କବିତାଙ୍କର ଅନୈତିକ ସମ୍ପର୍କ ରହିଥିଲା । ଏହା ସେମାନଙ୍କ ବିବାହ ଭାଙ୍ଗିବାର କାରଣ ହୋଇଗଲା ବୋଲି ଜଣାପଡିଛି ।

ଏକ ରିପୋର୍ଟ ଅନୁଯାୟୀ, ରାଜ କୁନ୍ଦ୍ରାଙ୍କ ବ୍ୟବସାୟ ବିଷୟରେ କହିବାକୁ ଗଲେ ୧୦ ଟି ବଡ କମ୍ପାନୀରେ ନିଜର ମାଲିକାନା ଅଂଶଧନ ରଖିଛନ୍ତି। ରାଜ କୁନ୍ଦ୍ରା ତାଙ୍କ କ୍ୟାରିୟର ଦୁବାଇରେ ହୀରା କାରବାର କରି ଆରମ୍ଭ କରିଥିଲେ। ଧୀରେ ଧୀରେ ସେ ବ୍ୟବସାୟରେ ଲାଭବାନ ହେଲେ । ଆଜି ତାଙ୍କର ଏକରୁ ଅଧିକ ଦାମୀ କାର ଥିବାବେଳେ ସେ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ମାଲିକ ଅଟନ୍ତି ।

Leave A Reply

Your email address will not be published.