‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ର ଟ୍ରଫି ହାତେଇଲେ ରଜତ ସୁଦ; ପାଇଲେ ଏତେ ଲକ୍ଷ ଟଙ୍କା! ଜାଣନ୍ତୁ କିଏ ହେଲେ ପ୍ରଥମ ଓ ଦ୍ୱିତୀୟ ରନର-ଅପ୍‌

ସୋନି ଏଣ୍ଟରଟେନ୍‌ମେଣ୍ଟ ଟେଲିଭିଜନର କମେଡି ଶୋ’ ‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ର ଫିନାଲେ ଦିଲ୍ଲୀର ରଜତ ସୁଦ୍‌ ଜିତି ନେଇଛନ୍ତି। ଶନିବାର ‘ଲାଫ୍ଟରର ଗ୍ରାଣ୍ଡ ଫିନାଲେ’ରେ ଶ୍ରେଷ୍ଠ ୫ ପ୍ରତିଯୋଗୀ ପହଞ୍ଚିଥିଲେ। ଏଥିରେ ଥିଲେ ମୁମ୍ବାଇର ନିତେଶ ସେଟ୍ଟୀ, ଜୟ ବିଜୟ ସଚାନ ଓ ବିଘ୍ନେଶ ପାଣ୍ଡେ, ଉଜ୍ଜୈନର ହିମାଂଶୁ ବାଓ୍ଵନ୍ଦର ଏବଂ ଦିଲ୍ଲୀର ରଜତ ସୁଦ୍‌।

ଫାଇନାଲିଷ୍ଟ୍‍ଙ୍କ ମନୋବଳ ବଢ଼ାଇବା ପାଇଁ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲାଇଗର’ର ଲିଡ୍‌ ଯୋଡ଼ି ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।

କଡ଼ା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଶୋ’ର ଜଜ୍‌ ଅର୍ଚ୍ଚନା ପୂରଣ ସିଂ ଓ ଶେଖର ସୁମନ ଟପ୍‌ ୫ ଫାଇନାଲିଷ୍ଟ୍‍ଙ୍କ ମଧ୍ୟରୁ ଦିଲ୍ଲୀର ରଜତ ସୁଦ୍‌ଙ୍କୁ ‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ର ଟ୍ରଫିରେ ସମ୍ମାନିତ କରିଥିଲେ। ଏଥି ସହିତ ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲ ତରଫରୁ ରଜତଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍‌ ଦିଆଯାଇଥିଲା।

ମୁମ୍ବାଇର ନିତେଶ ସେଟ୍ଟୀଙ୍କୁ ପ୍ରଥମ ରନର-ଅପ୍‌ ଏବଂ ଜୟ ବିଜୟ ସଚାନ ଓ ବିଘ୍ନେଶ ପାଣ୍ଡେଙ୍କୁ ଦ୍ୱିତୀୟ ରନର-ଅପ୍‌ ଘୋଷଣା କରାଯାଇଥିଲା। କହି ରଖୁଛୁ, ରଜତ ସୁଦ ଶୋ’ରେ ଖୁବ୍‌ କମେଡି କରୁଥିବାର ନଜର ଆସିଥିଲେ, କିନ୍ତୁ ସେ ନିଜର ଏହି କଳାକୁ ‘ପାମେଡି’ ନାଁ ଦେଇଥିଲେ। ତାଙ୍କର ଏହି ଅନ୍ଦାଜକୁ ମଧ୍ୟ ଲୋକମାନେ ଖୁବ୍‌ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.