ଆରମ୍ଭ ହେଲା ଫିଲ୍ମ କୁଲିର ସୁଟିଂ, ରଜନୀକାନ୍ତଙ୍କ ସହ ନଜର ଆସିବେ ଶ୍ରୁତି ହାସନ

ଅଭିନେତା ରଜନୀକାନ୍ତ ତାଙ୍କ ଅପ୍କମିଂ ଫିଲ୍ମ କୁଲିକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ତେବେ ଫିଲ୍ମ ରିଲିଜ୍ ହେବା କଥା ଘୋଷଣା ହେଲା ଦିନଠାରୁ ଏହି ଫିଲ୍ମ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରିଛି । ଏବେ ଖବର ଆସିଛି ଅଭିନେତା ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ଏହି ସିନେମାରେ ଅଭିନେତ୍ରୀ ଶ୍ରୁତି ହାସନ ମଧ୍ୟ ନଜର ଆସିବେ । ଏହା ପ୍ରଥମ ଥର ହେବ ଯେ ସେ ରଜନୀକାନ୍ତଙ୍କ ସହ ସ୍କ୍ରିନ୍ ସେୟାର କରିବେ ।
ରଜନୀକାନ୍ତ ଫିଲ୍ମର ସୁଟିଂ ପାଇଁ ନିକଟରେ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ନିର୍ମାତାମାନେ ଏହି ବିଷୟରେ ସୂଚନା ଦେଇଛନ୍ତି । ତେବେ ପ୍ରଡକ୍ସନ୍ ହାଉସ୍ ସନ୍ ପିକ୍ଚର୍ସ ପୋଷ୍ଟର ସହିତ ଖବର ଘୋଷଣା କରିଛି ଯେ କୁଲିର ସୁଟିଂ ଆରମ୍ଭ ହୋଇଛି ।
ଏହି ଘୋଷଣା କରିବା ସମୟରେ କ୍ୟାପ୍ସନ୍ରେ ଲେଖିଛନ୍ତି, ସୁପରଷ୍ଟାର-ଲକି ସମ୍ୱଭମ୍ ଶରୁ । ଆଜିଠାରୁ କୁଲିର ସୁଟିଂ ଆରମ୍ଭ ହୋଇଛି । ଏହି ପୋଷ୍ଟରେ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଥିବାର ନଜର ଆସିଛନ୍ତି । ଏଥିରେ ଜଣେ ପ୍ରଶଂସକ ଲେଖିଛନ୍ତି, ଏହାର ସୁଟିଂ ଆରମ୍ଭ ହୋଇଛି । ମୁଁ ବହୁତ ଉତ୍ସାହିତ ଅଛି । ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଥଲାଇବା ଫେରି ଆସିଛନ୍ତି ।
ଏହି ଫିଲ୍ମରେ ଅଭିନେତ୍ରୀ ଶ୍ରୁତି ହାସନ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଫିଲ୍ମ କୁଲି ବିଷୟରେ ସେୟାର କରିଛନ୍ତି । ସେ ନିଜର ଏକ ଫଟୋ ସେୟାର କରି ଲେଖିଥିଲେ, ‘ପ୍ରଥମ ଦିନ କୁଲି । ତେବେ କିଛି ସମୟ ପରେ ଅଭିନେତ୍ରୀ ତାଙ୍କ ପୋଷ୍ଟ ଡିଲିଟ କରିଥିଲେ । ଏହି ଫିଲ୍ମରେ ଶ୍ରୁତି ହାସନଙ୍କୁ ରଜନୀକାନ୍ତଙ୍କ ଝିଅ ଭାବରେ ଦେଖିବାକୁ ମିଳିବ । ଏହା ମଧ୍ୟ କୁହାଯାଇଛି ଯେ ଖୁବ୍ ଶୀଘ୍ର ଅନ୍ୟ ବଡ କଳାକାରମାନେ ମଧ୍ୟ କାଷ୍ଟ ହେବେ ।
ଲୋକେଶ କନଗରାଜଙ୍କ ନିର୍ଦ୍ଦେଶିତ ଫିଲ୍ମ କୁଲିର ଡେବ୍ୟୁ ସହିତ ଏକ ନୂଆ ସିନେମା ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ରଜନୀକାନ୍ତ ଏବଂ କନଗରାଜଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ଫିଲ୍ମ । ଯାହା ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ସୃଷ୍ଟି କରୁଛି । ଏହି ଫିଲ୍ମରେ ମ୍ୟୁଜିକ୍ ଦେଉଛନ୍ତି ଅନିରୁଦ୍ଧ ରବିଚାନ୍ଦ ।
ଏହି ଫିଲ୍ମରେ ଭେଟେରାନ୍ ଅଭିନେତା ସତ୍ୟରାଜ ମଧ୍ୟ ଅଭିନୟ କରିବେ । ଯିଏକି ୧୯୮୬ ମସିହାରେ ଫିଲ୍ମ ମିଷ୍ଟର ଭାରତରେ ଶେଷଥର ଅନସ୍କ୍ରିନରେ ଦେଖିବାକୁ ମିଳିଥିଲା । ୩୮ ବର୍ଷ ପରେ ରଜନୀକାନ୍ତଙ୍କ ସହ ପୁଣି ଅଭିନୟ କରିବାକୁ ଯାଉଛନ୍ତି । ଏହା ତାମିଲ, ହିନ୍ଦୀ, ତେଲୁଗୁ ଏବଂ କନ୍ନଡରେ ମୁକ୍ତିଲାଭ କରିବ । ୨୦୨୫ରେ ଫିଲ୍ମଟି ରିଲିଜ ହୋଇପାରେ ବୋଲି ଅନୁମାନ କରାଯାଉଛି ।